ETV Bharat / state

ଗ୍ରାମୀଣ ନ୍ୟାୟାଳୟ ଓ VWDC ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ ମୁଖ୍ୟ ବିଚାରପତି

author img

By

Published : Feb 5, 2023, 7:47 AM IST

ପୁରୀରେ ଗ୍ରାମୀଣ ନ୍ୟାୟାଳୟ ଓ VWDC (Vulnerable Witness Deposition Centre) କୋର୍ଟ ବିଲ୍ଡିଂ ଭିତ୍ତିପ୍ରସ୍ତର ସ୍ଥାପନ କଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର । ଏହି ଭର୍ଚୁଆଲ୍‌ କୋର୍ଟ ଦ୍ବାରା ଉଭୟ ଆଇନଜୀବୀ ଓ ଜନସାଧାରଣ ଉପକୃତ ହୋଇପାରିବେ । ଅଧିକ ପଢ଼ନ୍ତୁ

ପୁରୀରେ ଗ୍ରାମୀଣ ନ୍ୟାୟାଳୟ ଓ VWDC ଉଦ୍‌ଘାଟିତ
ପୁରୀରେ ଗ୍ରାମୀଣ ନ୍ୟାୟାଳୟ ଓ VWDC ଉଦ୍‌ଘାଟିତ

ପୁରୀରେ ଗ୍ରାମୀଣ ନ୍ୟାୟାଳୟ ଓ VWDC ଉଦ୍‌ଘାଟିତ

ପୁରୀ: ଗ୍ରାମୀଣ ନ୍ୟାୟାଳୟ ଓ VWDC କୋର୍ଟ ବିଲ୍ଡିଂ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧରଙ୍କ ଦ୍ବାରା ଏହା ସମ୍ପନ୍ନ କରାଯାଇଛି । ଶନିବାର ପୁରୀ ଜିଲ୍ଲା ଗସ୍ତରେ ଆସି ହାଇକୋର୍ଟ ମୁଖ୍ୟ ବିଚାରପତି ପ୍ରଥମେ କୋଣାର୍କରେ ସିଭିଲ କୋର୍ଟ ବିଲ୍ଡିଂ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ତାଳବଣିଆରେ ପ୍ରସ୍ତାବିତ ଗ୍ରାମୀଣ ନ୍ୟାୟାଳୟ କୋର୍ଟ ଓ ପରେ ସିଭିଲ କୋର୍ଟ ପରିସରରେ VWDC ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଭର୍ଚୁଆଲ୍‌ କୋର୍ଟ ଦ୍ବାରା ଉଭୟ ଆଇନଜୀବୀ ଓ ଜନସାଧାରଣ ଉପକୃତ ହୋଇପାରିବେ । VWDC ସେଣ୍ଟରରେ ଅତି ସମ୍ବେଦନଶୀଳ ମାମଲାର ପୀଡ଼ିତ ଓ ସାକ୍ଷୀଙ୍କ ଗୁପ୍ତରେ ବୟାନ ରେକର୍ଡ କରାଯାଇ ଶୁଣାଣି କରାଯିବ । ଗ୍ରାମୀଣ ନ୍ୟାୟାଳୟ ଦ୍ଵାରା ସହଜରେ ଗ୍ରାମୀଣ ମାମଲା ଗୁଡ଼ିକର ବିଚାର ହୋଇପାରିବ । ଗତକାଲି (ଶନିବାର) ନବନିର୍ମିତ ଭର୍ଚୁଆଲ୍‌ ହାଇକୋର୍ଟ ଭାରତର ପ୍ରଧାନ ବିଚାରପତି ଡକ୍ଟର ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୁଡ଼ଙ୍କ ଦ୍ବାରା ଭର୍ଚୁଆଲ୍ ମୋଡରେ ଉଦ୍‌ଘାଟିତ ହୋଇଥିଲା । ଏହି ଭର୍ଟୁଆଲ୍ କୋର୍ଟ ଅନ୍ୟ ରାଜ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହି କୋର୍ଟ ଦ୍ବାରା ଓକିଲ ଓ ମହକିଲମାନେ ଉଚ୍ଚ ନ୍ୟାୟାଳୟ ବେଞ୍ଚରେ ହାଜର ନହୋଇ ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ ମାମଲା ଦାଖଲ, ଶୁଣାଣୀ ଓ ପରିଚାଳନା କରିପାରିବେ ।

ସେହିଭଳି ଗ୍ରାମୀଣ ନ୍ୟାୟାଳୟ ଓ VWDC ଉଭୟ ଆଇନଜୀବୀ ତଥା ମହକିଲଙ୍କ ପାଇଁ ଲାଭଦାୟକ ହେବ । ଏହା ସହିତ ହାତ ପାହାନ୍ତାରେ ନ୍ୟାୟ ମିଳିପାରିବ ବୋଲି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌ ମୂରଲୀଧର ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ବି.ଆର. ଷଡଙ୍ଗୀ, ଜିଲ୍ଲା ତଥା ଦୌରା ଜଜ୍ ଶିତିକଣ୍ଠ ସାମଲ, ସିଭିଲ କୋର୍ଟ ରେଜିଷ୍ଟାର ନିଖିଲ ଭାରତ ମହାନ୍ତି, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଅନ୍ୟାନ୍ୟ ବିଚାର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.