ETV Bharat / state

ପୁଣିଥରେ ହେବ ମାଳିପର୍ବତ ଜନଶୁଣାଣି , ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସ୍ଵାଗତ

author img

By

Published : Dec 2, 2022, 8:03 PM IST

କୋରାପୁଟ ମାଳି ପର୍ବତ ବକ୍ସାଇଟ ଖନନ ମାମଲା ହାଇକୋର୍ଟରେ ହୋଇଛି ଶୁଣାଣି । ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଭିଡିଓ ଗ୍ରାଫି ସହ ଜନ ଶୁଣାଣିର ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ପୁଣିଥରେ ହେବ ମାଳିପର୍ବତ ଜନଶୁଣାଣି , ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସ୍ଵାଗତdgfdg
ପୁଣିଥରେ ହେବ ମାଳିପର୍ବତ ଜନଶୁଣାଣି , ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସ୍ଵାଗତ

କୋରାପୁଟ : କୋରାପୁଟ ମାଳି ପର୍ବତ ବକ୍ସାଇଟ ଖନନ ମାମଲା ହାଇକୋର୍ଟରେ ହୋଇଛି ଶୁଣାଣି । ବକ୍ସାଇଟ ଖନନ ପାଇଁ ସାନି ଜନ ଶୁଣାଣି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଗଣମାଧ୍ୟମରେ ବ୍ୟାପକ ଜନ ଶୁଣାଣି ସମ୍ପର୍କରେ ପ୍ରଚାର ପ୍ରସାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଜନଶୁଣାଣିରେ ଜିଲ୍ଲା ଜଜ ଏବଂ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ । ଏଥିସହ ଜନଶୁଣାଣିର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପୁଣିଥରେ ହେବ ମାଳିପର୍ବତ ଜନଶୁଣାଣି , ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶକୁ ସ୍ଵାଗତ

ସେହିପରି ଜାନୁଆରୀ ୧୫ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ କରି ଭିଡିଓ ଗ୍ରାଫି ସହ ଜନ ଶୁଣାଣିର ସମସ୍ତ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜାନୁଆରୀ ୩୦ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଏଥି ସହ ସରିଥିବା ଜନ ଶୁଣାଣିକୁ ବାତିଲ କରି ପୁଣିଥରେ ନୂତନ ଭାବେ ସାଧାରଣ ଜନତାଙ୍କ ଉପସ୍ଥିତିରେ ଜନ ଶୁଣାଣି କରାଯିବା ନେଇ ପ୍ରସ୍ତାବିତ ଖଣି ପ୍ରଭାବିତ ଜନତାଙ୍କ ପ୍ରତି ନ୍ୟାୟାଳୟର ଏକ ଅମୂଲ୍ୟ ନିଷ୍ପତ୍ତି ବୋଲି କୋରାପୁଟର ବରିଷ୍ଠ ଆଇନଜୀବି ଗୁପ୍ତେଶ୍ବର ପାଣିଗ୍ରାହୀ ମତ ରଖିଛନ୍ତି । ତେବେ ଆସନ୍ତା ଥର ଜନ ଶୁଣାଣି କରାଯିବା ସମୟରେ ସରକାର ସାଧାରଣ ଲୋକଙ୍କ ମତକୁ ସମ୍ମାନ ପ୍ରଦର୍ଶନ କରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, କୋରାପୁ଼ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.