ETV Bharat / state

ରାଜ୍ୟ ସରକାରଙ୍କୁ ଅନୁରାଗ ଠାକୁରଙ୍କ ଚେତାବନୀ, କହିଲେ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତିର ନିଆଯିବ କାର୍ଯ୍ୟାନୁଷ୍ଠାନ

author img

By ETV Bharat Odisha Team

Published : Oct 3, 2023, 5:21 PM IST

କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ
କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରେସମିଟ୍

ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ନିର୍ବାଚନ ଜିତିବା ନେଇ ଦମ୍ଭୋକ୍ତି ବାଢ଼ିଥିବାବେଳେ ରାଜ୍ୟରେ କେନ୍ଦ୍ରୀୟ ଯୋଜନାରେ ହେଉଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ପ୍ରେସମିଟ୍

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସାମ୍ବାଦିକ ସମ୍ମିଳନୀ । "୨୦୨୪ ନିର୍ବାଚନରେ ଓଡ଼ିଶାରେ ଫୁଲ୍ ଦମରେ ଲଢ଼ିବା ପାଇଁ ପ୍ରସ୍ତୁତ ବିଜେପି" କହି ଦମ୍ଭୋକ୍ତି ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦଳ । ଓଡ଼ିଶାରେ ବି କାର୍ଯ୍ୟକର୍ତ୍ତାଙ୍କ ଦମରେ ଲଢିବା ସହ ଭଲ ଫଳାଫଳ ମଧ୍ୟ କରିବ । ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ।" ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର । ପ୍ରଧାନମନ୍ତ୍ରୀଙ୍କର ଜନକଲ୍ୟାଣକାରୀ ଯୋଜନା ଉପରେ ସେ ଆଲୋଚନା କରିଛନ୍ତି ।
ଏହା ବି ପଢନ୍ତୁ...ଆଜି ତେଲେଙ୍ଗାନା ଓ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
ବିଭିନ୍ନ ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ସେ କହିଛନ୍ତି, "ଓଡ଼ିଶାରେ କେନ୍ଦ୍ରୀୟ ଯୋଜନା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର । ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା । କେନ୍ଦ୍ର ସରକାର ତାଙ୍କୁ ନୋଟିସ୍‌ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା । ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ କାର୍ଯ୍ୟନୁଷ୍ଠାନ ହେବ । ଏନେଇ ନୋଟିସ ଦିଆଯାଇଥିବାବେଳେ ଉତ୍ତର ନମିଳିଲେ ପୁଣି ଥରେ ନୋଟିସ ହେବ ।" ଏହାସହ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର ।


ଏହା ବି ପଢନ୍ତୁ...ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

ସେ ଆହୁରି ମଧ୍ୟ କହିଛନ୍ତି, "କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ଟଙ୍କା ଅନୁଦାନ ମିଳିଥିଲା । ହେଲେ ଏନ୍‌ଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି । ଏନଡିଏ ସମୟରେ 50ହଜାର କୋଟି ରାଜସ୍ୱ ଖଣି କ୍ଷେତ୍ରରୁ ମିଳିଛି । କଂଗ୍ରେସ ସମୟରେ ମାତ୍ର 5ହଜାର କୋଟି ମିଳୁଥିଲା । ଏହାସହିତ ମହିଳା ସଂରକ୍ଷଣ ବିଲ ଏବଂ ଜି-୨୦ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି। ଏହାର ଶ୍ରେୟ ମୋଦିଙ୍କର । କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ ଜଳ ଜୀବନ ମିଶନକୁ ଗୁରୁତ୍ଵ ଦେବା ପାଇଁ ଅନୁରୋଧ କରାଯାଇଛି । ସେହିପରି ଶୌଚାଳୟ ଓ ଉଜ୍ଜ୍ୱଳା ଯୋଜନା କରି ମହିଳାଙ୍କ ଜୀବନରେ ପରିବର୍ତ୍ତନ ଆଣିଛନ୍ତି ମୋଦି ସରକାର । ଓଡ଼ିଶାକୁ ସବୁ ଯୋଜନାର ସୁବିଧା କେନ୍ଦ୍ର ଦେଉଛିି । ଏହାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର ।" ଓଡ଼ିଶା ଗସ୍ତରେ ଆସିଥିବାବେଳେ କେନ୍ଦ୍ର ସରକାରଙ୍କ ସଫଳତାକୁ ମୁଦ୍ଦା କରି ନିର୍ବାଚନ ରଣନୀତି ସମ୍ପର୍କରେ ପ୍ରେସ୍‌ମିଟରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.