ETV Bharat / bharat

ଆଜି ତେଲେଙ୍ଗାନା ଓ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Oct 3, 2023, 9:42 AM IST

ଦୁଇ ଦିନରେ ପୁଣି ଥରେ ଆଜି ତେଲେଙ୍ଗାନା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ସହିତ ଆଜି ଛତିଶଗଡ ମଧ୍ୟ ଗସ୍ତ କରିବେ । ଦୁଇ ରାଜ୍ୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ଭୋଧିତ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi to visit Chhattisgarh Telangana today
ଆଜି ତେଲେଙ୍ଗାନା ଓ ଛତିଶଗଡ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ହାଇଦ୍ରାବାଦ: 7 ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟ ପାଖେଇ ଆସୁଛି । ଏନେଇ ଘନ ଘନ ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି (ସୋମବାର) ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିଥିବାବେଳେ ଆଜି (ମଙ୍ଗଳବାର) ପୁଣି ଦୁଇଟି ରାଜ୍ୟ ଗସ୍ତ କରିବେ । ବିଧାନସଭା ନିର୍ବାଚନ ହେବାକୁ ଥିବା ତେଲେଙ୍ଗାନା ଓ ଛତିଶଗଡ ରାଜ୍ୟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ରବିବାର ପ୍ରଧାନମନ୍ତ୍ରୀ ତେଲେଙ୍ଗାନା ଆସିଥିଲେ, ଦୁଇଦିନ ଭିତରେ ଆଜି ପୁଣି ତେଲେଙ୍ଗାନା ଆସିବେ । ସେ ଦୁଇ ରାଜ୍ୟରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବା ନେଇ ସୂଚନା ମିଳିଛି । ପ୍ରଥମେ ଛତିଶଗଡ ଓ ପରେ ତେଲେଙ୍ଗାନା ଗସ୍ତ କରିବେ ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ତେଲେଙ୍ଗାନା ଗସ୍ତ: ଆଜି ତେଲେଙ୍ଗାନାର ନିଜାମାବାଦରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିକ କରିବେ ପ୍ରଧାନମନ୍ତ୍ରୀ । ଏହା ସହିତ 8 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବେ । ନିଜାମାବାଦ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ବିଆରଏସ ଏମଏଲସି କବିତାଙ୍କ କାର୍ଯ୍ୟକ୍ଷେତ୍ର । 2024 ଲୋକସଭା ନିର୍ବାଚନରେ ଏହିଠାରୁ ପ୍ରସ୍ତୁତି କରୁଥିବା କୁହାଯାଉଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହିଠାରେ ରାଲି କରିବା ଅଧିକ ଗୁରୁତ୍ବପୂର୍ଣ୍ଣ ହେବ । 2019 ଲୋକସଭା ନିର୍ବାଚରେ ନିଜାମାବାଦରେ ବିଆରଏସର ଆଶାୟୀ ଥିଲେ । ତାଙ୍କୁ ଭାଜପାର ଡି ଅରବିନ୍ଦ ପରାସ୍ତ କରିଥିଲେ । କୁହାଯାଉଛି କି ଏହି ଗସ୍ତରେ ଭାଜପା ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ନେଇ ତାର ଅଭିଯାନ ଆରମ୍ଭ କରିବାକୁ ଯାଉଛି ।

ଆଜିର ତେଲେଙ୍ଗାନା ଗସ୍ତରେ ପ୍ରଧାନମନ୍ତ୍ରୀ ରାଜ୍ୟରେ ରେଲୱେକୁ ନେଇ କିଛି ପ୍ରକଳ୍ପର ଉଦଘାଟନ କରିବେ । ମନୋହରାବାଦ ଓ ସିଦ୍ଧିପେଟକୁ ଯୋଡୁଥିବା ନୂଆ ଲାଇନ ଏବଂ ଧର୍ମାବାଦ ଓ ମନୋହରାବାଦ, ମହବୁବାନଗର-କୁରନୁଲ ମଧ୍ୟରେ ବିତ୍ୟୁତିକରଣ ପ୍ରକଳ୍ପ ସହ ରେଳ ପ୍ରକଳ୍ପର ଉଦଘାଟନ କରିବେ । ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବାକୁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିବେ । ଏହା ପୂର୍ବରୁ ଦୁଇ ଦିନ ତଳେ ଅର୍ଥାତ ରବିବାର ତେଲେଙ୍ଗାନାର ମହବୁବାନଦରରେ ଏକ ରୋଡ ଶୋ କରି ଜନସଭାକୁ ସମ୍ଭୋଧିତ କରିଥିଲେ । ସେଠାରେ ହଲଦୀ ଚାଷୀଙ୍କ ପାଇଁ 'ଜାତୀୟ ହଳଦୀ ବୋର୍ଡ' ଗଠନ କରିବା ସମ୍ପର୍କରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଛତିଶଗଡ ଗସ୍ତ: ତେଲେଙ୍ଗାନା ଗସ୍ତ ସହିତ ପ୍ରଧାନମନ୍ତ୍ରୀ ଆଜି ଛତିଶଗଡ ମଧ୍ୟ ଗସ୍ତ କରିବେ । ରାଜ୍ୟରେ ମୋଟ 26 ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନର କାର୍ଯ୍ୟକ୍ରମ ରହିଛି । ରାଜ୍ୟବାସୀଙ୍କୁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ । ରାଜ୍ୟରେ ଅନ୍ତାଗଡ- ଟାରୋକି ଓ ଜଗଦଲପୁର-ଦନ୍ତେୱାଡା ମଧ୍ୟରେ ରେଳ ଲାଇନ ଉଦଘାଟନ କରିବେ । ଏହା ସହିତ ଅମୃତ ଭାରତ ଷ୍ଟେସନ ଯୋଜନାରେ ଜଗଦଲପୁର ଷ୍ଟେସନରେ ବୋରିଡାନ୍ତ-ସୁରଜପୁର ରେଳ ଲାଇନର ଉଦଘାଟନ କରିବେ । ରାୟପୁର ଡିଇଏମୟୁ ରେଳସେବାର ଶୁଭାରମ୍ଭ କରିବେ । ସଡଜ ଯୋଜନାରେ କୁନକୁରିରୁ ଛତିଶଗଡ-ଝାଡଖଣ୍ଡ ସୀମୀରେ ଜାତୀୟ ରାଜପାଥ 43ର ଶୁଭ ଉଦଘାଟନ କରିବେ ।

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ଏହା ବି ପଢନ୍ତୁ...ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତକାଲି (ସୋମବାର) ପ୍ରଧାନମନ୍ତ୍ରୀ ଗୋଟିଏ ଦିନରେ 2ଟି ରାଜ୍ୟ ଗସ୍ତ କରିଥିଲେ । ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିଥିଲେ ମୋଦି । ରାଜସ୍ଥାନରେ 7 ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିବା ବେଳେ ମଧ୍ୟପ୍ରଦେଶର ଦିଲ୍ଲୀ-ଭଦୋଦରା ଏକ୍ସପ୍ରେସର ଉଦଘାଟନ କରିଥିଲେ । ଏହା ସିହତ 5 ସଡକ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଅଧୀନରେ 2 ଲକ୍ଷ 20 ହଜାରରୁ ଅଧିକ ଗୃହ ପ୍ରବେଶ ଆରମ୍ଭ କରିଥିଲେ । ଏହାସହ ଜଳଜୀବନ ମିଶନର ଶିଳାନ୍ୟାସ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.