ETV Bharat / bharat

ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

author img

By ETV Bharat Odisha Team

Published : Oct 2, 2023, 2:03 PM IST

Updated : Oct 2, 2023, 3:09 PM IST

ରାଜସ୍ଥାନରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ 5 ବର୍ଷରେ ରାଜ୍ୟରେ କଂଗ୍ରେସ ସରକାର ରାଜସ୍ଥାନକୁ ବର୍ବାଦ କରି ଦେଇଛି । ଅପରାଧ ତାଲିକାରେ ରାଜ୍ୟ ପ୍ରଥମ ସ୍ଥାନରେ ଆସିବା ମୋତେ ପୀଡ଼ା ଦେଇଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi Targets Congress
ରାଜସ୍ଥାନରେ କଂଗ୍ରେସକୁ ପ୍ରଧାନମନ୍ତ୍ରୀ ଟାର୍ଗେଟ

ଜୟପୁର(ରାଜସ୍ଥାନ): ରାଜସ୍ଥାନକୁ ଲୁଟିବାକୁ କଂଗ୍ରେସ ପଛରେ ନାହିଁ । ଗତ 5 ବର୍ଷରେ ରାଜ୍ୟରେ କଂଗ୍ରେସ ସରକାର ରାଜସ୍ଥାନକୁ ବର୍ବାଦ କରି ଦେଇଛି । ଯେବେ ଅପରାଧ ତାଲିକାରେ ରାଜ୍ୟ ଶୀର୍ଷରେ ଆସେ ତାହା ମୋତେ ଯନ୍ତ୍ରଣା ଦିଏ । ରାଜସ୍ଥାନରେ ମହିଳାଙ୍କ ପ୍ରତି ସର୍ବାଧିକ ଅପରାଧ ହେଉଥିବା ଦେଖିବାକୁ ମିଳିଛି । ରାଜସ୍ଥାନବାସୀଙ୍କୁ ଭ୍ରମରେ ପକାଇ କଂଗ୍ରେସ ଏଠି ସରକାର ତ ଗଠନ କରିନେଲା ମାତ୍ର ସରକାର ଚଳାଇପାରିନାହିଁ । ରାଜ୍ୟକୁ ଲୁଟିବାକୁ କଂଗ୍ରେସ କୌଣସି ପ୍ରୟାସରେ କମି କରିନାହିଁ । କଣ ଏଥିପାଇଁ ତୁମେ କଂଗ୍ରେସକୁ ଭୋଟ ଦେଇଥିଲେ । ରାଜସ୍ଥାନ ଆହ୍ବାନ କରି ଦେଇଛି ରାଜସ୍ଥାନକୁ ବଞ୍ଚାଇବା ଓ ଭାଜପା ସରକାରଙ୍କୁ ଆଣିବା । ସମଗ୍ର ରାଜସ୍ଥାନ କଣ ଭାବୁଛି ତାହା ଆଜି ଚିତ୍ତୋଡ଼ଗଡରେ ସଫା ସଫା ଦେଖା ଯାଉଛି । ରାଜସ୍ଥାନରେ କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • #WATCH | Rajasthan: CM Gehlot was busy securing his seat in the state and his party (Congress) was busy snatching his seat... Every corrupt person, goon, rioter, tyrant and every leader of Congress has considered himself the government of Rajasthan. Congress left no stone… pic.twitter.com/gi8KETfjw3

    — ANI (@ANI) October 2, 2023 " class="align-text-top noRightClick twitterSection" data=" ">

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, "ରାଜସ୍ଥାନ ଆଜି ବଡ଼ ବିଶ୍ବାସର କହୁଛି ଭାଜପା ସରକାର ଆସିବେ ଗୁଣ୍ଡାଗର୍ଦ୍ଦି ଯିବ । ବିଜେପି ଆସିବ ଦଙ୍ଗା ଅଟକାଇବ, ବିଜେପି ଆସିବ ପଥରମାଡ଼ କମିବ, ଭାଜପା ଆସିବ ଅସାଧୁତା ବନ୍ଦ ହେବ ମହିଳା ସୁରକ୍ଷିତ ହେବେ । ବିଜେପି ଆସିବ ରୋଜଗାର ଆଣିବ । ବିଜେପି ଆସିବ ରାଜସ୍ଥାନକୁ ସମୃଦ୍ଧ କରିବ । ଲୋକଙ୍କର ଏହି ସନ୍ଦେଶ କଂଗ୍ରେସ ନେତାଙ୍କ ପାଖରେ ପହଞ୍ଚି ସାରିଛି । ରାଜସ୍ଥାନ ଯୁବଗୋଷ୍ଠୀଙ୍କ ସହ ହୋଇଥିବା ଧୋକାର ମୂଳକୁ ଯିବ । ଏଠାରେ ପେପର ଲିକ୍‌ ମାଫିଆଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବ । ପାତାଳକୁ ଯାଇ ତାଙ୍କ ହିସାବ ନିଆଯିବ ଏହା ମୁଁ ଗ୍ୟାରେଣ୍ଟି ଦେଉଛି । ମୁଁ ସମସ୍ତଙ୍କୁ ଭରସା ଦେଉଛି ଯୁବଗୋଷ୍ଠୀଙ୍କ ଭବିଷ୍ୟତ ସହ ଖେଳିଥିବା ପେପର ଲିକ ମାଫିଆଙ୍କୁ ଦଣ୍ଡ ଦିଆଯିବ । ଯେଉଁ ସରକାର ଜନତାଙ୍କ ସୁରକ୍ଷା କରିପାରୁ ନାହିଁ ତାକୁ ହଟାଇବାର ଆବଶ୍ୟକତା ରହିଛି । କଂଗ୍ରେସ କେବଳ ଭୋଟ ବ୍ୟାଙ୍କ ରାଜନୀତି ଚିନ୍ତା କରିଥାଏ ।"

  • #WATCH | At Chittorgarh, Rajasthan: Prime Minister Narendra Modi says "...CM Ashok Gehlot is aware that the countdown for Congress's farewell has begun. Gehlot ji himself is confident that he is going and that is why he has already congratulated BJP. He is requesting that after… pic.twitter.com/B1sOJPUHVB

କଂଗ୍ରେସ ସରକାରର ଫେରୱେଲ କାଉଣ୍ଟଡାଉନ ଆରମ୍ଭ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ଜନତାଙ୍କ ସନ୍ଦେଶ କଂଗ୍ରେସ ନେତାଙ୍କ ପାଖରେ ପହଞ୍ଚି ସାରିଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହେଲଟଙ୍କୁ ଏହା ନିଶ୍ଚିନ୍ତ ଜଣା ଅଛି କି କଂଗ୍ରେସ ସରକାରର ବିଦାୟର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏହାର ମୋ ପାଖରେ ପ୍ରମାଣ ରହିଛି । ଖୁବଶୀଘ୍ର ଗେହଲୋଟ ଜୀଙ୍କ ସରକାର ବିଦାୟ ନେଉଛନ୍ତି । ତେଣୁ ସେ ଭାଜପା ସରକାରକୁ ଏକପ୍ରକାର ଶୁଭେଚ୍ଛା ଦେଇ ସାରିଛନ୍ତି । କଂଗ୍ରେସର ମୁଖ୍ୟମନ୍ତ୍ରୀ ଆଜିକାଲି ଅନୁରୋଧ କରୁଛନ୍ତି ଭାଜପା ସରକାର ହେବା ପରେ ତାଙ୍କ ଯୋଜନାକୁ ବନ୍ଦ କରାନଯାଉ । ଗେହେଲଟ ଜୀ ତାଙ୍କ ପରାଜୟ ସ୍ବୀକାର କରିଛନ୍ତି ଆମର ସରକାର ଗଠନ ହେବ ଏହାକୁ ସାର୍ବଜନୀନ କରିଛ ତେଣୁ ତୁମକୁ ଧନ୍ୟବାଦ । ମୁଁ ରାଜସ୍ଥାନ ଜନତାଙ୍କୁ ବିଶ୍ବାସ ଦେଉଛି ଗେହେଲଟ ଜୀ ଯୋଜନା ଆରମ୍ଭ କରିଛନ୍ତି ହେଲେ ଜନହିତର ସମସ୍ତ ଯୋଜନାକୁ ଭାଜପା ସରକାର କେବେ ଅଟକାଇବ ନାହିଁ ଏହାକୁ ଉନ୍ନତ କରିବାକୁ ପ୍ରୟାସ କରିବ । ରାଜସ୍ଥାନ ମୁଖ୍ୟ ଅଶୋକ ଗେହେଲଟ ତାଙ୍କ ଆସନ ବଞ୍ଚାଇବାକୁ ପ୍ରୟାସ କରୁଥିଲେ ଓ ଅଧା କଂଗ୍ରେସ ତାଙ୍କୁ ଆସନରୁ ହଟାଇବାକୁ ଲାଗିଥିଲା । ଜନତାଙ୍କ କଥା ନଭାବି ପରସ୍ପର ସହ ଲଢେଇ କରିବାରେ ବ୍ୟସ୍ତ ଥିଲେ । 5 ବର୍ଷ ରାଜସ୍ଥାନରେ କଂଗ୍ରେସକୁ କେବଳ ଲୁଟିଛି । ପ୍ରତି ଦୁର୍ନୀତିଖୋର, ଗୁଣ୍ଡା, ଅତ୍ୟାଚାରୀ, କଂଗ୍ରେସ ନେତା ନିଜକୁ ରାଜସ୍ଥାନ ସରକାର ଭାବି ନେଇଛି । ରାଜସ୍ଥାନରେ ଏପରି ସରକାର ଗୋଟିଏ ଦିନ ରହିବା ଦରକାର ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | "The Congress government in Rajasthan has destroyed the state in the past 5 years. It pains me that the state tops in crime list... Maximum number of cases of crime against women are from Rajasthan... Is this why you voted for Congress?... Congress left no stone unturned… pic.twitter.com/ptlG7fzU9P

ଏହା ବି ପଢନ୍ତୁ...ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ପ୍ରକାଶ ଥାଉ କି, ଗତ 8 ଦିନ ଭିତରେ ଦୁଇ ଥର ରାଜସ୍ଥାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାଜସ୍ଥାନ ଗସ୍ତ କରି ରାଜ୍ୟବାସୀଙ୍କୁ 7 ହଜାର 200କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ସହିତ ଜନସଭାକୁ ସମ୍ବୋଧିତ କରିଥିଲେ ।

Last Updated : Oct 2, 2023, 3:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.