ETV Bharat / bharat

ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Oct 3, 2023, 3:25 PM IST

ଛତିଶଗଡ 27 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ବିରାଟ ରାଲି କରି ଜନସଭାକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢ଼ନ୍ତୁ

pm modi targets congress at chhattisgarh
PM Modi Chhattisgarh Visit

ରାୟପୁର: ଛତିଶଗଡ଼ ଗସ୍ତ କରି ରାଜ୍ୟବାସୀଙ୍କୁ 27 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି ଏହା ସହିତ ଛତିଶଗଡ଼ରେ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ଉଦଘାଟିତ ଏକ ଷ୍ଟିଲ୍‌ ପ୍ଲାଣ୍ଟ ବସ୍ତର ଲୋକଙ୍କର । ଏହାର ମାଲିକ ମୋର ବସ୍ତରବାସୀ ଓ ଛତିଶଗଡବାସୀ ବୋଲି କହିଛନ୍ତି । କୌଣସି କଂଗ୍ରେସ ନେତାଙ୍କୁ ଏହାର ମାଲିକ ହେବାକୁ ଦେବି ନାହିଁ । ଏହି ପ୍ଲାଣ୍ଟର ମାଲିକ କେବଳ ବସ୍ତରବାସୀ । ତୁମ ଅଧିକାର କେହି ଛଡ଼ାଇ ନେଇ ପାରିବେ ନାହିଁ । କଂଗ୍ରେସ ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

  • Chhattisgarh | At Bastar's Jagdalpur PM Modi says, "Congress has neglected Bastar for years... They never thought about the people's interests... BJP has done several development works here... You all know that as compared to Congress, the BJP gives five times more budget for the… pic.twitter.com/X5XRIQ58nx

    — ANI (@ANI) October 3, 2023 " class="align-text-top noRightClick twitterSection" data=" ">

କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି: ଛତିଶଗଡ଼ ବସ୍ତରରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କଂଗ୍ରେସକୁ ନିଶାନା ମାରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବସ୍ତର ଯୁବଗୋଷ୍ଠୀ ରୋଜଗାର ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗରିବଙ୍କ ହିତ ସର୍ବଦା ମୋଦିଙ୍କ ମନରେ ରହିଛି । ବସ୍ତରରେ ଷ୍ଟିଲ ପ୍ଲାଣ୍ଟ 55 ହଜାର ଲୋକ ନିଯୁକ୍ତି ପାଇବେ । ଏହି ପ୍ଲାଣ୍ଟର କ୍ଷମତା ବଢ଼ିବ । ଭାଜପା ଏହା କରି ଦେଖାଇଲେ କଂଗ୍ରେସର ଦୁର୍ନୀତି ରାସ୍ତାର ବାଟ ବନ୍ଦ ହୋଇଯିବ । କଂଗ୍ରେସ ଛଟପଟ ହେଉଛି । ଆଜି ବି ସେ ଅନେକ ମିଥ୍ୟା ପ୍ରତିଶ୍ରୁତି ଦେଉଛି । କଂଗ୍ରେସ କେବଳ ମିଛ ପ୍ରଚାପ ଏବଂ ଘୋଟାଲା ସରକାର ହୋଇଛି । ଏକାଧିକ ବର୍ଷ ଧରି ବସ୍ତରକୁ ଅଣଦେଖା କରିଛି କଂଗ୍ରେସ । ସେମାନେ କେବେ ହେଲେ ଲୋକଙ୍କ ଇଚ୍ଛା ବିଷୟରେ କୁହନ୍ତି ନାହିଁ । ବିଜେପି ଏଠାରେ ଏକାଧିକ ଉନ୍ନତିମୂଳକ କାର୍ଯ୍ୟ କରିଛି । କଂଗ୍ରେସ ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, "କଂଗ୍ରେସ ଦୀର୍ଘ 5 ବର୍ଷରେ ଛତିଶଗଡ଼ର ଯେଉଁ ଅବସ୍ଥା କରିଛି ତାହା ପୁରା ଦେଶ ଦେଖିଛି । କଂଗ୍ରେସର ବିଧାୟକ ଓ ମନ୍ତ୍ରୀ ଏଠାରେ ଯେଉଁ କାରନାମା କରିଛନ୍ତି ତାହାକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ । ଚାରିଆଡ଼େ ଦୁର୍ନୀତି ହୋଇଛି । ଛତିଶଗଡ଼ରେ ଅପରାଧ ଚରମ ସୀମାରେ ପହଞ୍ଚିଛି । ହତ୍ୟା ମାମଲାରେ ରାଜ୍ୟ ଶୀର୍ଷ ସ୍ଥାନରେ ରହିଛି । ଲାଗୁଛି ଛତିଶଗଡ଼ ଓ ରାଜସ୍ଥାନ ମଧ୍ୟରେ କେଉଁଠି ଅଧିକ ଲୁଟ୍‌ ଓ ହତ୍ୟା ହେଉଛି ତାହାକୁ ନେଇ ପ୍ରତିଯୋଗିତା ଚାଲିଛି । ଛତିଶଗଡରେ ବିକାଶ କେବଳ ପୋଷ୍ଟର ବ୍ୟାନରେ ଦେଖାଯାଏ ନଚେତ କଂଗ୍ରେସର ପକେଟରେ ଦେଖା ଦିଏ । କଂଗ୍ରେସ କେବଳ ଛତିଶଗଡ଼ରୁ ମିଛ ପ୍ରଚାର ଓ ଦୁର୍ନୀତଖୋର ସରକାର ଦେଇଛି ।"

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ପ୍ରକାଶ ଥାଉ କି ବିଧାନସଭା ନିର୍ବାଚନ ହେବାକୁ ଥିବା 7ଟି ରାଜ୍ୟ ଗସ୍ତ କରିବାକୁ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି(ସୋମବାର) ମଧ୍ୟପ୍ରଦେଶ ଓ ରାଜସ୍ଥାନ ଗସ୍ତ କରିଥିଲେ । ଦୁଇ ରାଜ୍ୟରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିବା ସହିତ ଜନସଭାକୁ ସମ୍ବୋଧିତ କରିଥିଲେ । ଆଜି ଛତିଶଗଡ଼ ପରେ ଅପରାହ୍ନ 3ଟାରେ ତେଲେଙ୍ଗାନା ଗସ୍ତ କରିବେ । ଗତ ଦୁଇ ଦିନରେ 2ଥର ତେଲେଙ୍ଗାନା ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.