ETV Bharat / state

Budget Session: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆରମ୍ଭରୁ ହଟ୍ଟଗୋଳ, ୪ଟା ଯାଏଁ ଗୃହ ମୁଲତବୀ

author img

By

Published : Mar 23, 2023, 11:51 AM IST

Updated : Mar 23, 2023, 2:31 PM IST

ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ
ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଲୋଚନା ଦାବିରେ ଆରମ୍ଭରୁ କମ୍ପିଲା ବିଧାନସଭା । ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ କଲେ ବାଚସ୍ପତି ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆରମ୍ଭରୁ ହଟ୍ଟଗୋଳ

ଭୁବନେଶ୍ବର: ବିଧାନସଭାରେ ମହାନଦୀ ଜଳ ବିବାଦ ଝଡ । ଆରମ୍ଭରୁ ହଙ୍ଗାମା କଲେ ବିରୋଧି । ମହାନଦୀ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧିଙ୍କ ଦାବିରେ କମ୍ପିଲା ଗୃହ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମହାନଦୀ ବିବାଦ ପ୍ରସଙ୍ଗ ଉଠାଇ ସ୍ବତନ୍ତ୍ର ମୋସନରେ ଏହା ଉପରେ ଆଲୋଚନା ପାଇଁ ଦାବି କଲେ । ଉଭୟ ବିରୋଧି ବିଜେପି ଓ କଂଗ୍ରେସ ଦଳ ସଦସ୍ୟ ଗୃହ ମଧ୍ୟଭାଗକୁ ଆସିଲେ ପ୍ରବଳ ହୋହଲ୍ଲା କରିଥିଲେ । ହେଲେ ବଜେଟ ଅଧିବେଶନରେ ମୋସନ ଆସିପାରିବ ନାହିଁ ବୋଲି ମନା କଲେ ବାଚସ୍ପତି । ଜଳ ବିବାଦ ଆଲୋଚନା ଦାବିରୁ ବିରୋଧିଙ୍କ ପ୍ରବଳ ହଟ୍ଟଗୋଳ ପରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ ।

ସୂଚନା ମୁତାବକ, କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଆଜି ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୋସନ ଆଣିବା ପାଇଁ ଦାବି କରିଥିଲେ । ପ୍ରଶ୍ନକାଳ ବାତିଲ କରି ଏହି ପ୍ରସଙ୍ଗରେ ଆଲୋଚନା ପାଇଁ କହିଥିଲେ । କିନ୍ତୁ ବଜେଟ ଅଧିବେଶନର ପ୍ରଶ୍ନକାଳରେ କୌଣସି ମୋସନ ଆସିପାରିବ ନାହିଁ ମନା କରିଥିଲେ ବାଚସ୍ପତି । ଏହାକୁ ନେଇ ବିରୋଧି ବିଜେପି ଓ କଂଗ୍ରେସ ପ୍ରଶ୍ନକାଳରେ ପ୍ରବଳ ହଟ୍ଟଗୋଳ କରିଥିଲେ । ବିରୋଧି ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ । ଅନ୍ୟପଟେ ବିଜେପି ଓ କଂଗ୍ରେସ ଭାଇ ଭାଇ ବୋଲି ଆକ୍ଷେପ କରିଥିଲେ ବିଜେଡି ବିଧାୟକ । ମହନଦୀ ବିବାଦ ଉପରେ ଆଲୋଚନା ଦାବି କରି ବିରୋଧି ଦଳ ସଦସ୍ୟଙ୍କ ହୋହଲ୍ଲା କମି ନଥିଲା । ବାଚସ୍ପତି ଆରୁଖ ସମସ୍ତଙ୍କୁ ନିଜ ଆସନରେ ବସିବା ପାଇଁ ଅନୁରୋଧ କରିଥିଲେ ହେଁ କେହି ମାନି ନଥିଲେ । ଶେଷରେ ବାଚସ୍ପତି ଗୃହ ମୁଲତବୀ ଘୋଷଣା କରିଥିଲେ ।

ମହାନଦୀ ଜଳ ଆବଣ୍ଟନକୁ ନେଇ ଓଡି଼ଶା ଓ ଛତିଶଗଡ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି । ଗତକାଲି ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ଶୂନ୍ୟକାଳରେ ଏହି ଜଳ ବିବାଦ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ ଯେ, ଡା. ଅଯୋଧ୍ୟାନାଥ ଖୋସଲା ସେଣ୍ଟ୍ରାଲ ୱାଟରୱେଜ ନେଭିଗେସନ ଅଧ୍ୟକ୍ଷ ଥିବାବେଳେ ଏହି ଅନ୍ତଃରାଜ୍ୟ ନଦୀର ଜଳ ଆବଣ୍ଟନ ହୋଇଥିଲା । ସେତେବେଳେ କରାଯାଉଥିବା ଆକଳନ ଅନୁସାରେ ହୀରାକୁଦ ଉପରମୁଣ୍ଡରେ ପ୍ରଭାବ ୧୨.୪୭ ମିଲିୟନ ଏକର ଫିଟ ଜଳ ଓଡିଶା ପାଇବ । ଜଳ ଆବଣ୍ଟନରରେ ମହାରାଷ୍ଟ୍ର ଓ ଝାଡଖଣ୍ଡ ମଧ୍ୟ ଥିଲେ । ହେଲେ ଛତିଶଗଡ ନୂଆ ରାଜ୍ୟ ଗଠନ ହେବା ପରେ ସେଠାକର ସରକାର ସବୁ ଆଇନ ଉଲ୍ଲଙ୍ଘନ କରି ୨୭.୪୭ ମିଲିୟନ ଏକର ଫିଟ ଜଳର ଏକ ଭୁଲ ଆକଳନ ଦେଇ ନିଜ ମନଇଚ୍ଛା ଡ୍ୟାମ ବ୍ୟାରେଜ ନିର୍ମାଣ କଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Mar 23, 2023, 2:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.