ETV Bharat / state

ପେଶାରେ ଇଞ୍ଜିନିୟର ବିକୁଥିଲେ ବ୍ରାଉନସୁଗାର, ୩ ଗିରଫ

author img

By

Published : Aug 19, 2023, 10:22 PM IST

brown sugar seized in Bhubaneswar
ଧରାପଡ଼ିଲା ବ୍ରାଉନସୁଗାର ଗ୍ୟାଙ୍ଗ

କମିଶନରେଟ ପୋଲିସ ହାତରେ ପାଠୁଆ ବ୍ରାଉନସୁଗାର ଗ୍ୟାଙ୍ଗ । ଦୁଇ ଇଞ୍ଜିନିୟର ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ଧରାପଡ଼ିଲା ବ୍ରାଉନସୁଗାର ଗ୍ୟାଙ୍ଗ

ଭୁବନେଶ୍ବର: ନିଶା କବଳରେ ମାତିଛନ୍ତି ଯୁବପିଢ଼ି । ପାଠୁଆ ଛାତ୍ରଛାତ୍ରୀଙ୍କୁ ବାୟା କରିଛି ନିଶା କାରବାର । କମିଶନରେଟ ପୋଲିସ ହାତରେ ପାଠୁଆ ବ୍ରାଉନସୁଗାର ଗ୍ୟାଙ୍ଗ । ସ୍ପେଶାଲ କ୍ରାଇମ୍ ୟୁନିଟ ହାତରେ ଇଞ୍ଜିନିୟର ଗ୍ୟାଙ୍ଗ ଧରାପଡ଼ିଲା । ଯେଉଁଥିରେ ଜଣେ ବିଟେକ ଇଞ୍ଜିନିୟର ସମେତ ଜଣେ ଡିପ୍ଲୋମା ଛାତ୍ର ରହିଛନ୍ତି । ଭୁବନେଶ୍ବରରୁ ବ୍ରାଉନସୁଗାର ରାକେଟ ଘଟଣାରେ ଦୁଇ ଇଞ୍ଜିନିୟର ଛାତ୍ର ସମେତ ତିନି ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର ଅଶ୍ରୁମୋଚନ ରାଉତ ଯିଏକି ବିଟେକ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି । ଅଭିଳାଶ ମିଶ୍ର ଜଣେ ଡିପ୍ଲୋମା ଛାତ୍ର ହୋଇଥିବା ବେଳେ ମିନକେତନ‌ ବେହେରା ଜଣେ ବସ ଡ୍ରାଇଭର । ଗିରଫ ଅଭିଯୁକ୍ତଙ୍କ ଠାରୁ ୩୦୫ ଗ୍ରାମର ବ୍ରାଉନସୁଗାର, ଏକ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି, ୫ଟି ମୋବାଇଲ ସହ ୪ହଜାର ଟଙ୍କା ମଧ୍ୟ ଜବତ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ହ୍ବାଇଟ ସ୍ପାଏଡର ଜରିଆରେ ନିଶା ବିରୋଧରେ ଅଭିଯାନ କଡାକଡ଼ି କରିଛି କମିଶନରେଟ ପୋଲିସ । କିଛି ଦିନ ତଳେ ବିଭିନ୍ନ କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବ୍ରାଉନସୁଗାର କାରବାର ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ପୋଲିସ ଖବର ପାଇଥିଲା । ଏନେଇ ପୋଲିସ ସେବା ଭବନ ମୁଖ୍ୟାଳୟରେ କମିଶନରେଟ ପୋଲିସ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବୈଠକ କରିଥିଲା । କଡ଼ା ତାଗିଦ ସହ କ୍ୟାମ୍ପସରେ ନିଶା କାରବାର ରୋକ ଲଗାଇବାକୁ ତାଗିଦ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: କମିଶନରେଟ ପୋଲିସ ହାତରେ ବ୍ରାଉନସୁଗାର ରାକେଟ, ଦୁଇ ବେପାରୀ ଗିରଫ

ଏହି ଆଧାରରେ ବ୍ରାଉନସୁଗାର ରାକେଟର ସୁରାକ ପାଇଥିଲା ପୋଲିସ । ଇଞ୍ଜିନିୟର ଅଶ୍ରୁମୋଚନ ରାଉତ ଏକ ପାଣି ଫିଲଟର କମ୍ପାନୀରେ ଚାକିରି କରନ୍ତି । ଏହି ଆଳରେ ବିଭିନ୍ନ ଆଡକୁ ଯାଇ ବ୍ରାଉନସୁଗାର କାରବାର କରି ଡିଲ କରନ୍ତି । ସେ କେନ୍ଦ୍ରାପଡ଼ାରୁ ଆସି ପ୍ରାଚୀ ବିହାରର ଅଭିଳାଷ ମିଶ୍ର ଡିପ୍ଲୋମା ଛାତ୍ରର ରୁମରେ ରହୁଥିଲେ । ବିଭିନ୍ନ ଛାତ୍ର ଓ କ୍ୟାମ୍ପସ ପାଖରେ ଥିବା ଦଲାଲଙ୍କ ଯୋଗାଯୋଗରେ ରହି ବସ ଡ୍ରାଇଭର ମିନକେତନ ବେହେରା ଜରିଆରେ ଅରେଡ ମୁତାବକ ସ୍ଥାନକୁ ପଠାଇ ରିଟେଲର ଭାବେ ବ୍ରାଉନସୁଗାର ବିକ୍ରି କରନ୍ତି ।ଅଶ୍ରୁମୋଚନଙ୍କ ଜଣେ ମାଲିକ ରହିଛନ୍ତି । ଯେଏକି ତାଙ୍କ ଜରିଆରେ ବ୍ରାଉନସୁଗାର ବେପାର କରିଥାନ୍ତି । ୩୫ ହଜାରରେ ୧୦ଗ୍ରାମ ବ୍ରାଉନସୁଗାର କିଣି ୧୦୦ରୁ ୧୨୦ଟି ପୁଡିଆ କରି ପ୍ରତି ପୁଡିଆ ପିଛା ୬୦୦ରୁ ୭୦୦ ବିକ୍ରି କରୁଥିଲେ । ଏପରିକି ସୁରକ୍ଷା ପାଇଁ ବେଆଇନ ଭାବେ ବନ୍ଧୁକ ରଖୁଥିଲେ । ଏମାନଙ୍କର ନେଟୱର୍କର ୧୫ ରୁ ୨୦ ରିଟେଲର ସମେତ ସିଣ୍ଡିକେଟର ମାଷ୍ଟରମାଇଣ୍ଡକୁ ପୋଲିସ ଠାବ କରିଛି । ଏଥିରେ ଆହୁରି ଗିରଫଦାରୀ ବଢ଼ିବା ନେଇ ପୋଲିସ କମିଶନର ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.