ETV Bharat / state

ସୁସ୍ମିତା ମିଞ୍ଜ ଓ ଏଲିସ ଲୁଗୁନଙ୍କ ମୃତ୍ୟୁ ମାମଲା: ଆସନ୍ତାକାଲି ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେଲା ବିଜେପି

author img

By ETV Bharat Odisha Team

Published : Oct 4, 2023, 7:33 PM IST

bjp demands CBI inquiry
ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେଲା ବିଜେପି

ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ଏଲିସ ଲୁଗୁନ ମୃତ୍ୟୁ ଘଟଣା । ଆସନ୍ତାକାଲି(ଗୁରୁବାର) ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେବା ସହ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଅଧିକ ପଢନ୍ତୁ

ସୁନ୍ଦରଗଡ଼ ବନ୍ଦ ଡ଼ାକରା ଦେଲା ବିଜେପି

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ ଓ ଏଲିସ ଲୁଗୁନ ମୃତ୍ୟୁ ଘଟଣା । ନ୍ୟାୟ ଦାବିରେ ଗୁରୁବାର ଦିନ ସୁନ୍ଦରଗଡ଼ ବନ୍ଦ ଡାକରା ଦେଇଛି ବିଜେପି । ୨ଟି ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି କରିଛି ବିଜେପି । ଏନେଇ ଆଜି ବିଜେପି ଏସଟି ମୋର୍ଚ୍ଚାର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଜୁଏଲ ଓରାମଙ୍କ ନେତୃତ୍ୱରେ ଏହି ବୈଠକ ବସିଥିଲା । ବୈଠକରେ ବିଜେପି ସାଂସଦ ଏବଂ ବିଧାୟକମାନେ ଉପସ୍ଥିତ ଥିଲେ । ଦଳର ସାଂଗଠନିକ ସ୍ଥିତିରେ କେମିତି ସୁଧାର ଆସିବ ତାହା ଉପରେ ଆଲୋଚନା ହେଉଛି । ଏହା ସହିତ ବିଧାୟକ ଏବଂ ସାଂସଦମାନଙ୍କ ସିଟ୍ କେମିତି ବଢିବ ସେ କଥାକୁ ଆଲୋଚନାରେ ସ୍ଥାନ ଦିଆଯାଇଥିବା ଜଣାପଡିଛି ।


"ରାଜ୍ୟରେ ଥିବା ବିଜେଡି ସରକାର ଆଦିବାସୀ ବିରୋଧୀ ସରକାର । ଆଦିବାସୀଙ୍କୁ ଯେଭଳି ହତ୍ୟା କରାଯାଉଛି, ଏହାକୁ ମୁଁ କଠୋର ଶବ୍ଦରେ ନିନ୍ଦା କରୁଛି । ଏହାର ବଡ ଉଦାହରଣ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କର ସନ୍ଦେହ ଜନକ ମୃତ୍ୟୁ । ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସ୍ପଷ୍ଟ କରି ନାହାନ୍ତି ଯେ କେଉଁଥିପାଇଁ ତାଙ୍କ ମୃତ୍ୟୁ ହେଲା । ୬ ଫୁଟ ପାଣିରେ ଜଣେ ଆଦିବାସୀ ମହିଳା ବୁଡ଼ିକି ମରିବା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି । ତାଙ୍କ ଉପରେ ଯେଉଁ ମାନସିକ ଚାପ ଥିଲା ବୋଲି କୁହାଯାଉଛି । ଯଦି ଜିଲ୍ଲା ପ୍ରଶାସନ ଜାଣିଥିଲେ । ତାହେଲେ ସେ ଦିଗରେ ପଦକ୍ଷେପ ନେଲେ ନାହିଁ କାହିଁକି ? ସେ କାହିଁକି ସରକାରୀ କ୍ୱାଟରରେ ନ ରହି ହୋଟେଲରେ ରହୁଥିଲେ?" ଏମିତି ଅନେକ ପ୍ରଶ୍ନ ଉଠାଇଛନ୍ତି ବିଜେପି ସାଂସଦ ଜୁଏଲ ଓରାମ ।

ଏହା ବି ପଢନ୍ତୁ...ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ଓ ASI ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ ଏକାଠି ହେଲେ ଶହ ଶହ ଆଦିବାସୀ

ସେ ଆହୁରି ମଧ୍ୟ କହିଛନ୍ତି, "ରାଜ୍ୟ ସରକାର ଆଦିବାସୀ ବିରୋଧୀ ସରକାର । ଗତକାଲି ଦଳର ମହିଳା ଏହାକୁ ନେଇ ବିରୋଧ କରିବ।ସେହିଭଳି ଏଏସଆଇ ଲୁଗୁନ ଯିଏ ତାଙ୍କର ବଡି ଗାର୍ଡ ଥିଲେ ତାଙ୍କୁ ମଧ୍ୟ ମର୍ଡର କରି ଦିଆଗଲା । ଗୋଟେ ସାଧାରଣ ଘଟଣାରେ ଲୋକଙ୍କୁ ବୁଝା ସୁଝା କରୁଥିବାବେଳେ ତାଙ୍କୁ ପ୍ରବଳ ଭାବେ ଆକ୍ରମଣ କରି ମାରିଦେଲେ । ଏହା ଅତ୍ୟନ୍ତ ନିନ୍ଦନୀୟ । ଏହି ହତ୍ୟା ଘଟଣାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଡିଏସପି ବନିତା ମାଝୀ ଏହାକୁ ତଦନ୍ତ କରୁଛନ୍ତି । ପ୍ରଶ୍ନ ଉଠୁଛି ଯେଉଁମାନେ ସୁସ୍ମିତା ମିଞ୍ଜ ସହ ଥିଲେ ତାଙ୍କୁ କାହିଁକି ସୁରକ୍ଷା ଦେଇ ରଖିଲେ ନାହିଁ ସରକାର ? ଏହାର ତଦନ୍ତ ସଠିକ୍ ବାଟକୁ ଗଲା ନାହିଁ କାହିଁକି ? ରାଉରକେଲା ଏସପିଙ୍କୁ ଭେଟି ସଠିକ ଭାବେ ତଦନ୍ତ କରିବାକୁ ଦାବି କରିଥିଲୁ । ଆମର ଦାବି ଏହି ଦୁଇ ମର୍ଡର କେସର ସିବିଆଇ ତଦନ୍ତ ହେଉ । ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.