ETV Bharat / state

MLA ଲ୍ୟାଡ ଟଙ୍କାରେ ବିଜେପି କର୍ମୀଙ୍କ ପାଚେରୀ ନିର୍ମାଣ କରିଛନ୍ତି ଦେବଗଡ ବିଧାୟକ: ବିଜେଡି

author img

By

Published : Jul 25, 2023, 10:39 PM IST

ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ, ବହୁତ ଆଶା ଓ ଭରସାରେ ଲୋକ ବିଧାୟକଙ୍କୁ ନିର୍ବାଚିତ କରିଥାନ୍ତି । 2019 ରେ ଦେବଗଡ଼ବାସୀ ବିଜେପି ପ୍ରାର୍ଥୀ ସୁବାସ ପାଣିଗ୍ରାହୀଙ୍କୁ ଜିତାଇ ବିଧାୟକ କରିଥିଲେ । କିନ୍ତୁ ବିଧାୟକ ବାରମ୍ବାର ପ୍ରିୟାପ୍ରୀତି ଓ ଠିକା ରାଜନୀତି କରୁଛନ୍ତି । ବିଧାୟକ ପାଣ୍ଠିକୁ ସୁବାସ କର୍ମୀଙ୍କ ପାଚେରୀ ନିର୍ମାଣରେ ବ୍ୟବହାର କରିଛନ୍ତି । ଅଧିକ ପଢନ୍ତୁ

ଏମଏଲଏ ଲ୍ୟାଡ ଟଙ୍କାରେ ବିଜେପି କର୍ମୀଙ୍କ ପାଚେରୀ ନିର୍ମାଣ କରିଛନ୍ତି ବିଧାୟକ : ବିଜେଡି
ଏମଏଲଏ ଲ୍ୟାଡ ଟଙ୍କାରେ ବିଜେପି କର୍ମୀଙ୍କ ପାଚେରୀ ନିର୍ମାଣ କରିଛନ୍ତି ବିଧାୟକ : ବିଜେଡି

ଭୁବନେଶ୍ବର: ଦେବଗଡ଼ ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ଆଉ ଏକ ସଙ୍ଗୀନ ଅଭିଯୋଗ । ସୁବାସଙ୍କ ବିରୋଧରେ ଆସିଛି ଅନିୟମିତତା ଓ ପ୍ରିୟାପ୍ରୀତି ପୋଷଣ ଅଭିଯୋଗ । ବିଧାୟକ ପାଣ୍ଠିକୁ ସୁବାସ ଦଳୀୟ କର୍ମୀଙ୍କ ଘର ପାଚେରୀ ନିର୍ମାଣ ପାଇଁ ପ୍ରଦାନ କରଥିବା ଅଭିଯୋଗ ଆଣିଛି ବିଜେଡି । ଏ ନେଇ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବିଧାୟକ ଓ ବିଜେପିକୁ ଘେରିଛନ୍ତି ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଓ ମୁଖପାତ୍ର ଗୌତମ ବୁଦ୍ଧ ଦାସ । ପ୍ରିୟାପ୍ରୀତି ତୋଷଣ ଓ ଦୁର୍ନୀତିରେ ଲିପ୍ତ ବିଧାୟକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ ।

ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳ କହିଛନ୍ତି ଯେ, ବହୁତ ଆଶା ଓ ଭରସାରେ ଲୋକ ବିଧାୟକଙ୍କୁ ନିର୍ବାଚିତ କରିଥାନ୍ତି । 2019 ରେ ଦେବଗଡ଼ବାସୀ ବିଜେପି ପ୍ରାର୍ଥୀ ସୁବାଷ ପାଣିଗ୍ରାହୀଙ୍କୁ ଜିତାଇ ବିଧାୟକ କରିଥିଲେ । କିନ୍ତୁ ବିଧାୟକ ବାରମ୍ବାର ପ୍ରିୟାପ୍ରୀତି ଓ ଠିକା ରାଜନୀତି କରୁଛନ୍ତି । ବିଧାୟକ ପାଣ୍ଠିକୁ ସୁବାସ କର୍ମୀଙ୍କ ପାଚେରୀ ନିର୍ମାଣରେ ବ୍ୟବହାର କରିଛନ୍ତି । କର୍ମୀଙ୍କ ପାଚେରୀ ନିର୍ମାଣ ପାଇଁ ଟଙ୍କା ଦେବଗଡ଼ ମହିଳା ମହାବିଦ୍ୟାଳୟ ନାଁରେ ଅନୁମୋଦିତ ହୋଇଛି । କର୍ମୀଙ୍କ ପାଚେରୀ ପାଇଁ 3 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କଲେଜ ରହିଛି ଦେବଗଡ଼ ମ୍ୟୁନିସିପାଲିଟିରେ ଆଉ ତିଳେଇବଣି ବ୍ଲକ ଅଞ୍ଚଳରେ ପାଚେରୀ ନିର୍ମାଣ ହୋଇଛି । ଏହି କଥା ବିଜେପିର ଜଣେ କର୍ମକର୍ତ୍ତା ଗଣମାଧ୍ୟମ ଆଗରେ ପରିପ୍ରକାଶ କରିଛନ୍ତି । ଗଣମାଧ୍ୟମରେ ଖବର ପ୍ରସାରଣ ହେବା ପରେ ରାତାରାତି ଫଳକରେ ରଙ୍ଗ ମାରି ଦିଆଗଲା । ଲେଖାଗଲା କଂକ୍ରିଟ ରୋଡ଼ ଓ ଗାର୍ଡ ୱାଲ ତିଆରି ହୋଇଛି । ଦେବଗଡ଼ ବାସୀ ଏଥି ପାଇଁ ଲଜ୍ଜିତ ଅନୁଭବ ହେଉଛନ୍ତି ।

ଏହାବି ପଢନ୍ତୁ- ଦେବଗଡ଼ ବିଧାୟକଙ୍କ ବିରୁଦ୍ଧରେ ବିଧାୟକପାଣ୍ଠି ଦୁରୂପଯୋଗ ଅଭିଯୋଗ, ତଦନ୍ତ ଦାବିକଲା ବିଜେଡି

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଜଣେ ଦଳିତ ପ୍ରଶାସନିକ ଅଧିକାରୀଙ୍କୁ ବିଧାୟକ ମାଡ଼ ମାରିଥିଲେ । ଗିରଫ ହୋଇ ଜେଲ ଯାଇଥିଲେ । ମିଶନ ଶକ୍ତି ମାଆ ନିର୍ମାଣ କରିଥିବା ପାଚେରୀକୁ ବି ଭାଙ୍ଗିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ତାହା ନିର୍ମାଣ ହୋଇପାରିନାହିଁ । ତେଣୁ ଆମେ ଜିଲ୍ଲାପାଳଙ୍କୁ ତଦନ୍ତ ପାଇଁ ନିବେଦନ କରିଛୁ । ବିଧାୟକ ପାଣ୍ଠି ଓ ବିଧାୟକଙ୍କ ପରାମର୍ଶରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅନୁଦାନରେ ନିର୍ମାଣ ପ୍ରକଳ୍ପ ବାବଦରେ ତଦନ୍ତ କରିବାକୁ ଅନୁରୋଧ କରିଛୁ । ବିଧାୟକଙ୍କ ପାଣ୍ଠିରେ ଯାହା ଘରର ପାଚେରୀ ନିର୍ମାଣ ହୋଇଛି, ସେ ଜଣେ ସରକାରୀ ଶିକ୍ଷକ । 2022 ପଞ୍ଚାୟତ ନିର୍ବାଚନରେ ସେ 3 ଲକ୍ଷ ଟଙ୍କା ଦଳୀୟ ଗାଡ଼ିରେ ବସି ବାଣ୍ଟିବାକୁ ଯାଉଥିବାବେଳେ ସେ ପୋଲିସ ହାତରେ ଧରା ପଡ଼ିଥିଲେ । ତାଙ୍କୁ ଛଡେଇବା ପାଇଁ ବିଧାୟକ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ । ସବୁର ତଦନ୍ତ ହେଉ ଓ ଦେବଗଡ଼କୁ ଲଜ୍ଜାରୁ ବାହାର କରନ୍ତୁ ।

ସେହିପରି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧ ଦାସ କହିଛନ୍ତି ଯେ, ଦେବଗଡ଼ ବିଧାୟକଙ୍କ ନାଁରେ ଅନେକ ଅଭିଯୋଗ ଅଛି । 3 ଥରର ଜଣେ ବିଧାୟକ ଏପରି କାର୍ଯ୍ୟ କରିବା ଆମକୁ ଆଶ୍ଚର୍ଯ୍ୟ କରୁଛି । ବିଧାୟକ ନିଜର ପଦ ମର୍ଯ୍ୟଦା ଭୁଲି ଯାଇଛନ୍ତି । ଦେବଗଡ଼ ବିଧାୟକଙ୍କ ଅସଂଖ୍ୟ କଳା କାରନାମାର ଏହା କେବଳ ମାତ୍ର ଏକ ନମୁନା । ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ବିଧାୟକଙ୍କ ହାତପାଣ୍ଠିର ଅପବ୍ୟବହାର ହୋଇଥିବା ଜାଣିବା ପରେ ମଧ୍ୟ ଚୁପ ବସିଛନ୍ତି । ବିଭିନ୍ନ ଘଟଣାରେ ଲୋକଙ୍କୁ ଭୁଆଁ ବୁଲାଇ କେବଳ ହୀନ ରାଜନୀତି କରିବାକୁ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଉଥିବା ଓଡ଼ିଶା ବିଜେପି ନିଜ ଦଳର ବିଧାୟକଙ୍କ ଏଭଳି ଅନିୟମିତତାର ତଦନ୍ତ ଲାଗି କେବେ ଫ୍ୟାକ୍ଟ ଫାଇଣ୍ଡିଂ ପଠାଇବ, ତାହା ଆମେ ଅପେକ୍ଷା କରିଛୁ । ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପଠାଇବାକୁ ବିଜେପିର ସତସାହସ ନାହିଁ । ଓଡ଼ିଶା ବିଜେପିର ସବୁ ନେତା ଓ ବିଧାୟକଙ୍କ ଚରିତ୍ର ଏମିତି କଳଙ୍କିତ । ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ଓ ଈରାଶିଷ ଆଚାର୍ଯ୍ୟ ମହିଳାଙ୍କ ଉପରେ ଆକ୍ରମଣ ଓ ଗୁଣ୍ଡାଗର୍ଦ୍ଦି ବେଳେ ମଧ୍ୟ ଚୁପ ରହିଥିଲେ । ନିଜ ଦଳର ଆଉ ଜଣେ ବିଧାୟକଙ୍କ ଏଭଳି କଳା କାରନାମା ବେଳେ ସେମାନେ କେବଳ ମୁହଁରେ ତୁଣ୍ଡି ବାନ୍ଧି ବସିବେ । ଓଡ଼ିଶାବାସୀ ସବୁ ଦେଖୁଛନ୍ତି । ଆମର ଦୃଢ଼ ବିଶ୍ୱାସ ସଚେତନ ଜନତା ଠିକଣା ସମୟରେ ବିଜେପିର ଏଭଳି ଗୁଣ୍ଡାଗର୍ଦ୍ଦି, ଅନିୟମିତତା ଏବଂ ପ୍ରିୟାପ୍ରୀତି ତୋଷଣର ଦୃଢ଼ ଜବାବ ଦେବେ । ଦେବଗଡ଼ ଜିଲ୍ଲା ବିଜେଡିର ପର୍ଯ୍ୟବେକ୍ଷକ ଅମରେଶ ଜେନା ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.