ETV Bharat / state

ମୁଁ ନିଜକୁ ଅସୁରକ୍ଷିତ ମନେ କରୁଛି, ମୋତେ ସୁରକ୍ଷା ଦିଅନ୍ତୁ ରାଜ୍ୟ ସରକାର: ଅପରାଜିତା ଷଡଙ୍ଗୀ

author img

By ETV Bharat Odisha Team

Published : Aug 27, 2023, 6:59 PM IST

ମହିଳା ହିସାବରେ ମୁଁ ଅସୁରକ୍ଷିତ । ରାଜଧାନୀର ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନକୁ ନେଇ ଏପରି ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢ଼ନ୍ତୁ

aparajita expresses concern over her security
ନିଜକୁ ଅସୁରକ୍ଷିତ କହିଲେ ସାଂସଦ ଅପରାଜିତା ଷଡଙ୍ଗୀ

ନିଜକୁ ଅସୁରକ୍ଷିତ କହିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ମୁଁ ଜଣେ ମହିଳା ସାଂସଦ । ମୋର ସୁରକ୍ଷା ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଦାୟିତ୍ୱ । ରାଜଧାନୀର ବିଭିନ୍ନ ସ୍ଥାନରେ ବିରୋଧର ସମ୍ମୁଖୀନକୁ ନେଇ ଏପରି ପ୍ରତିକ୍ରିୟା ରଖଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ । ଯଦି ମୋର କିଛି ହେଲେ ଏଥିପାଇଁ ସରକାର ଦାୟୀ ରହିବେ ବୋଲି ଅପରାଜିତା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପାଣ୍ଡିଆନଙ୍କୁ ସୌମ୍ୟଙ୍କ ତେରେଚ୍ଛା ବାଣ, ପ୍ରଶଂସାରେ ପୋତିଲା ବିଜେପି

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିବା ନେଇ ସେ ପ୍ରତିକ୍ରିୟାରେ କହିଛନ୍ତି, "ବାରମ୍ବାର ବିଫଳ ଏବଂ ଲୋକହସା ହେବା ପରେ ବିଶୃଙ୍ଖଳା ଏବଂ ଦଙ୍ଗା ଆଡ଼କୁ ମୁହାଁଉଛି ଶାସକ ଦଳ ବିଜେଡି । ମୋ କାର୍ଯ୍ୟକ୍ରମରେ ବ୍ୟାହାତ କରିବା ପାଇଁ ଜୟଦେବ ନିର୍ବାଚନ ମଣ୍ଡଳୀରେ ବିଜେଡି ରାସ୍ତାରୋକ କରିବା ନେଇ ଗୁଣ୍ଡା, ଅସାମାଜିକ ତତ୍ତ୍ୱ, ବାଲି ମାଫିଆଙ୍କୁ ବ୍ୟବହାର କରିବ । ଏଥିସହ କାର୍ଯ୍ୟକ୍ରମ ସ୍ଥଳକୁ ଯିବାକୁ ନଦେବା ପାଇଁ ପ୍ରୟାସ କରିବ । ମୋର ସବୁ କାର୍ଯ୍ୟକ୍ରମକୁ ବିଜେଡି ବିରୋଧ କରୁଛି । ରାଜ୍ୟରେ ସଚିବ ସ୍ତରର ସରକାରୀ କର୍ମଚାରୀଙ୍କ କାର୍ଯ୍ୟକ୍ରମରେ 4 ହଜାର ପୋଲିସ ସୁରକ୍ଷା ଦେଉଛନ୍ତି । ନିର୍ବାଚିତ ସାଂସଦ ମଧ୍ୟ କାର୍ଯ୍ୟକ୍ରମ ସ୍ଥଳରେ ସୁବିଧାରେ ଏବଂ ସମୟରେ ପହଞ୍ଚିବାର ଆବଶ୍ଯକତା ରହିଛି । ଏହା ସରକାରଙ୍କ ଦାୟିତ୍ବ । ଓଡ଼ିଶା ଶାନ୍ତିପ୍ରିୟ ଏଠାରେ ପ୍ରାୟୋଜିତ ଭାବେ ବିଶୃଙ୍ଖଳା, ଗଣ୍ଡଗୋଳ, ଦଙ୍ଗା ପାଇଁ ପ୍ରୟାସ କଲେ ମହାପ୍ରଭୁ ଜଗନ୍ନାଥ କ୍ଷମା କରିବେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ: ଆଗକୁ ରାଜନୀତି କରିବେ, ସେଥିପାଇଁ ସରକାରୀ ଅର୍ଥ ଖର୍ଚ୍ଚ କରି ନିଜକୁ ଲଞ୍ଚ କରୁଛନ୍ତି: ଅପରାଜିତା ଷଡଙ୍ଗୀ

ସାଂସଦ ଅପରାଜିତା ଷଡ଼ଙ୍ଗୀ ଆହୁରି ମଧ୍ୟ କହିଛନ୍ତି, ମହିଳା ହିସାବରେ ମୁଁ ଅସୁରକ୍ଷିତ । ମୁଁ ମୋ ଡ୍ୟୁଟି କରିବା ପାଇଁ ଯାଉଛି, 15 ଘଣ୍ଟା ଲୋକଙ୍କ ସହ ରହୁଛି ଏବଂ ତାଙ୍କ ସୁଖ ଦୁଃଖ ବୁଝୁଛି । କିନ୍ତୁ ଗତ ତିନି ଦିନ ହେବ ବିଭିନ୍ନ ସ୍ଥାନ ଗସ୍ତ ସମୟରେ ବିଭିନ୍ନ ପ୍ରକାର ଲୋକଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ ହେଉଛି । ଏହାପରେ ଯେଉଁଠି ବି ମୋ ବୈଠକରେ କି କୌଣସି ପ୍ରକାର ବିଶୃଙ୍ଖଳା ସୁନିୟୋଜିତ ଭାବେ କରାଗଲା ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ । ସେହି ସ୍ଥାନରେ ହିଁ ଧାରଣା ଦେବି । ଏଠି ନିଜକୁ ଅସୁରକ୍ଷିତ ମନେ କରୁଛି । ତେଣୁ ରାଜ୍ୟ ସରକାର ସୁରକ୍ଷା ଦିଅନ୍ତୁ ବୋଲି ଅପରାଜିତା ଷଡଙ୍ଗୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.