ETV Bharat / state

ଶୀତ ଅଧିବେଶନ ସରଗରମ: ଆଦିବାସୀ ଜମି ପ୍ରସଙ୍ଗରେ ହଙ୍ଗାମା, ୪ଟା ପରେ ଗୃହକାର୍ଯ୍ୟ ସ୍ବାଭାବିକ

author img

By ETV Bharat Odisha Team

Published : Nov 23, 2023, 5:38 PM IST

ଶୀତ ଅଧିବେଶନ ସରଗରମ : ଆଦିବାସୀ ଜମିକୁ ନେଇ ରାଜନୈତିକ ବୟାନବାଜୀ, ୪ଟା ପରେ ଗୃହ କାର୍ଯ୍ୟ ସ୍ବାଭାବିକ
ଶୀତ ଅଧିବେଶନ ସରଗରମ : ଆଦିବାସୀ ଜମିକୁ ନେଇ ରାଜନୈତିକ ବୟାନବାଜୀ, ୪ଟା ପରେ ଗୃହ କାର୍ଯ୍ୟ ସ୍ବାଭାବିକ

Assembly Adjourned: ବିଧାନସଭାରେ ତେଜୁଛି ଆଦିବାସୀ ଜମି ତାତି । ଗୃହ ଭିତରେ ବିରୋଧ, ବାହାରେ ବୟାନବାଜୀ । ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ପୁରା ଦମରେ ଲାଗି ପଡ଼ିଛନ୍ତି ବିଜେପି ଓ କଂଗ୍ରେସ । ଅଧିକ ପଢ଼ନ୍ତୁ

ଶୀତ ଅଧିବେଶନ ସରଗରମ: ଆଦିବାସୀ ଜମି ପ୍ରସଙ୍ଗରେ ହଙ୍ଗାମା, ୪ଟା ପରେ ଗୃହକାର୍ଯ୍ୟ ସ୍ବାଭାବିକ

ଭୁବନେଶ୍ବର: ଆଦିବାସୀଙ୍କ ଜମି ପ୍ରସଙ୍ଗରେ ବିଧାନସଭା ହୁଲୁସ୍ତୁଲ । ଗତକାଲି ଭଳି ଆଜି(ଗୁରବାର) ମଧ୍ୟ ଗୃହ ଆରମ୍ଭରୁ ଆଦିବାସୀଙ୍କ ଜମି ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିଥିଲେ ବିରୋଧୀ । ଗୃହକାର୍ଯ୍ୟକୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଗୃହ ବାହାରେ ବିକ୍ଷୋଭ କରିବା ସହ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସେପଟେ ଶାସକ ଦଳ ରଖିଛି ଜବାବ ।

ଏହା ମଧ୍ୟ ପଢ଼ନ୍ତୁ: ଆଜି ବି ଚାଲି ପାରିଲାନି ବିଧାନସଭା: କଂଗ୍ରେସର ଚେତାବନୀ 'ଆଦିବାସୀଙ୍କ ସ୍ବାର୍ଥ ପାଇଁ ନିଆଁ ଜଳିବ'

ଏହା ମଧ୍ୟ ପଢ଼ନ୍ତୁ: ବିଧାନସଭା ଅଚଳାବସ୍ଥା ଜାରି: ବିଜେଡି କହିଲା 'ବିରୋଧୀଙ୍କ ଆଚରଣ ବରଦାସ୍ତ କରିବେନି ରାଜ୍ଯବାସୀ'

ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭରୁ ଜାରି ରହିଛି ଅଚଳାବସ୍ଥା । ଆଦିବାସୀଙ୍କ ଜମି ପ୍ରସଙ୍ଗରେ ଦୁଇ ଦିନ ହେଲା ଗୃହ ମୁଲତବୀରେ ସରୁଛି । ଆଜି ଗୃହ ଆରମ୍ଭ ହେବା କ୍ଷଣି ବିଜେପି ବିଧାୟକମାନେ ଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ପ୍ଲାଏ କାର୍ଡ ଧରି ପୋଡିଅମ ନିକଟରେ ହୋହଲ୍ଲା କରିଥିଲେ । ନିଜ ସ୍ଥାନକୁ ଫେରିଯାଇ ଗୃହ କାର୍ଯ୍ୟରେ ସାମିଲ ହେବାକୁ ସେ ଅନୁରୋଧ କରିଥିଲେ । ହେଲେ ବିଜେପି ବିଧାୟକ ମାନେ ନାରବାଜି ଜାରୀ ରଖିଥିଲେ । ବାଧ୍ୟ ହୋଇ ଗୃହ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ବିଜେପି ବିଧାୟକ ଦଳ ଗୃହ ବାହାରେ ନାରା ବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ ବିଜେପି ବିଧାୟକ ଦଳ । ବିଜେପି ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଆଦିବାସୀଙ୍କ ଜମିକୁ ଓଡ଼ିଶା ସରକାର ନାଲିଆଖି ଦେଖାଇ ହଡ଼ପ କରିବାକୁ ଯେଉଁ ଚେଷ୍ଟା କରୁଛନ୍ତି । ତାହା ଅତ୍ୟନ୍ତ ନିନ୍ଦନୀୟ କଥା । ଆମେ ଏହାର ଦୃଢ ବିରୋଧ କରୁଛୁ ।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ଆଦିବାସୀଙ୍କ ବିକାଶ ନହେଲେ ରାଜ୍ୟର ବିକାଶ ହେବନାହିଁ । ଆମର ଦୁଇଟି ଦାବି ରହିଛି । ପ୍ରଥମ ହେଉଛି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ନୁହେଁ ପ୍ରତ୍ୟାହାର ହେଉ । ଅନ୍ୟଟି ପେସା ଆଇନ ଲାଗୁ ହେଉ ।

ବିରୋଧୀଙ୍କ ଅଭିଯୋଗର ପାଲଟା ଜବାବ ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ଅରୁଣ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିବା ପରେ ଗୃହକୁ ଅଚଳ କରିବାର କୌଣସି କାରଣ ନାହିଁ । ଗୃହକୁ ଅଚଳ କରିବା ବିରୋଧୀଙ୍କ ନିତି ଦିନିଆ ଅଭ୍ୟାସରେ ପରିଣତ ହେଲାଣି । ରାଜନୈତିକ ସ୍ବାର୍ଥ ପାଇଁ ବିରୋଧୀ ଏହି ପ୍ରସଙ୍ଗ ଉଠାଉଛନ୍ତି । ଅଧ୍ୟାଦେଶରେ ଯେଉଁ କଥା ରହିଛି, ତାହା ବିଜେପି ଓ କଂଗ୍ରେସର ସଦସ୍ୟମାନେ ହିଁ ଦାବି ରଖିଥିଲେ । ସରକାର ସେ ଦିଗରେ ପଦକ୍ଷେପ ନେବା ପରେ ବିରୋଧୀ ପୁଣି ଓଲଟା କଥା କହୁଛନ୍ତି । ସବୁ ପରେ ବି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କ୍ୟାବିନେଟ ନିଷ୍ପତ୍ତି ସ୍ଥଗିତ ରହିଛି । ହୋ, ମୁଣ୍ଡାରୀ, ଭୂମିଜ, ସଉରା, କୁଇ ଓ ଅନ୍ୟ ଯେତେ ସବୁ ଭାଷା ଅଛି । ତାକୁ ସମ୍ବିଧାନରେ ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କାହିଁକି ବିଜେପି ଦିଲ୍ଲୀରେ ଏହି ପ୍ରସଙ୍ଗ ଉଠାଉ ନାହିଁ । ତେଣୁ ଏଠି ବିଧାନସଭାକୁ ବନ୍ଦ କରିବା ଓ ରାଜଭବନ ଯାଏ ପଦଯାତ୍ରା କରି ଯିବା ଅପେକ୍ଷା ଦିଲ୍ଲୀ ଯାଇ ଏହି ପ୍ରସଙ୍ଗ ଉଠାନ୍ତୁ । ଆଦିବାସୀଙ୍କୁ ହକ ମିଳୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.