ETV Bharat / state

Archana Nag Case: 2ୟ ଥର ପାଇଁ EDରେ ଆଲିଶାନ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରା ହାଜର

author img

By

Published : Dec 7, 2022, 12:55 PM IST

ଖୁବ ଶୀଘ୍ର ଖୋଲିବ ଅର୍ଚ୍ଚନା କଳା ସାମ୍ରାଜ୍ୟ ଓ ଅର୍ଥ କାରବାରର ଗୁମର । ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି ଆର୍କିଟେକ୍ଟ ରଞ୍ଜିତ ବେହେରା । ଅଧିକ ପଢନ୍ତୁ

Archana Nag Case
Archana Nag Case

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଖୋଳତାଡ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(Enforcement Directorate) । ଖୋଲିବ ବ୍ଲାକମେଲର କୁଇନଙ୍କ ଆଲିଶାନ ବଙ୍ଗଳାର ଗୁମର । ସତକୁ ସାମ୍ନାକୁ ଆଣିବା ପାଇଁ ଜଣକ ପରେ ଜଣକୁ ସମନ ଜାରି କରୁଛି । ଗତକାଲି ଅର୍ଚ୍ଚନା ନାଗଙ୍କ ଘରର ଆର୍କିଟେକ୍ଟ ରଞ୍ଜିତ ବେହେରାଙ୍କୁ(Architect Ranjit Behera ) ଇଡି ୧୨ ଘଣ୍ଟା ଜେରା କରିଥିବା ବେଳେ ଆଜି ପୁଣି ଇଡିରେ ହାଜର ହୋଇଛନ୍ତି ରଞ୍ଜିତ ।

ଆଲିଶାନ ଘରର ଆର୍କିଟେକ ଓ ଇଣ୍ଟରିୟରସଡିଜାଇନ କରିଥିଲେ ଏହି ଆର୍କିଟେକ୍ଟ ରଞ୍ଜିତ ବେହେରା । ଏଥିପାଇଁ ଘରର ଆରମ୍ଭରୁ ରଞ୍ଜିତକୁ ଜଣାଥିଲା କେତେ ଟଙ୍କା ଖର୍ଚ୍ଚ ହେବ, ଘରର ଡିଜାଇନ୍ କିଭଳି ହେବ । ସେନେଇ ଇଡି ପାଇଥିବା ତଥ୍ୟ ଆଧାରରେ ଅର୍ଚ୍ଚନାଙ୍କ ସହ ହୋଇଥିବା ଆର୍ଥିକ କାରବାର ଲିଙ୍କରେ ମାରାଥନ ଜେରା କରାଯାଉଛି । ତେବେ ଆର୍କିଟେକ୍ ଓ ଅର୍ଚ୍ଚନାଙ୍କୁ ମଧ୍ୟ ସାମ୍ନାସାମ୍ନି ଜେରା କରୁଛି ଇଡି । ଏନେଇ କିଛି ଆର୍ଥିକ କେଳେଙ୍କାରିର ସୁରାକ ଲାଗିଛି ଇଡି ହାତରେ‌ । କେବଳ ଭୁବନେଶ୍ୱର ନୁହେଁ ବାଲେଶ୍ବରରେ ମଧ୍ୟ ଏକ ଡ୍ରିମ୍ ହାଉସ୍ ତିଆରି ପାଇଁ ଯୋଜନା ଚଳାଇଥିଲେ‌ । ଏଥିପାଇଁ ଆର୍କିଟେକ୍ଟରେ ସହଯୋଗ କରିଥିଲେ ରଞ୍ଜିତ । ଏନେଇ ରଞ୍ଜିତ କିଛି ହାଇ ପ୍ରୋଫାଇଲ୍ କଣ୍ଟାକ୍ସ ମାଧ୍ୟମରେ ଆସିଥିବା ଚର୍ଚ୍ଚା ହେଉଛି । କାହା ଜରିଆରେ ରଞ୍ଜିତକୁ ଯୋଗାଯୋଗ କରିଥିଲେ ? ଘରର ମୂଲ୍ୟ କଣ ଥିଲା କେଉଁ ମ୍ୟାଟେରିଆଲ ବ୍ୟବହାର ହୋଇଥିଲା ? ସେନେଇ ବିଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଛନ୍ତି ଇଡି ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ: ଘନୀଭୂତ ହେଉଛି ଗଭୀର ଅବପାତ, ସନ୍ଧ୍ୟାରେ ବାତ୍ୟାର ରୂପ ନେବ 'ମାଣ୍ଡସ'

ପ୍ରକାଶ ଯୋଗ୍ୟ ଯେ, ହନିଟ୍ରାପ କରି ଅର୍ଚ୍ଚନାଙ୍କ ତାଙ୍କ କଳା ସାମ୍ରାଜ୍ୟ ବଢ଼ାଇଥିବା ଚାରିଆଡେ ଚର୍ଚ୍ଚା ହେଉଛି । ଅର୍ଚ୍ଚନାଙ୍କ ନାଗଫାଶରେ ବହୁ ନେତା, ମନ୍ତ୍ରୀ ପଡିଥିବା ଆଲୋଚନା ମଧ୍ୟ ହେଉଛି । ଅନ୍ୟପଟେ ବ୍ଲାକମେଲର କୁଇନଙ୍କ ବିସ୍ଫୋରକ ବୟାନକୁ ନେଇ ପାଓ୍ବାର କରିଡର ମଧ୍ୟ ହୁଲସ୍ତୁଲ ହେଉଛି । ପ୍ରକୃତରେ ସତ କଣ ଜାଣିବା ପାଇଁ ଅର୍ଚ୍ଚନାଙ୍କୁ ୭ ଦିନିଆ ରିମାଣ୍ଡରେ ଆଣିଛି ଇଡି (Archana Nag Taken On Remand By ED For 7 Days)।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.