ETV Bharat / state

ଘନୀଭୂତ ହେଉଛି ଗଭୀର ଅବପାତ, ସନ୍ଧ୍ୟାରେ ବାତ୍ୟାର ରୂପ ନେବ 'ମାଣ୍ଡସ'

author img

By

Published : Dec 7, 2022, 12:02 PM IST

deep depression forms over bay of bengal
ଘନୀଭୂତ ହେଉଛି ଗଭୀର ଅବପାତ, ସନ୍ଧ୍ୟାରେ ବାତ୍ୟାର ରୂପ ନେବ 'ମାଣ୍ଡସ'

ଦକ୍ଷିଣ-ପୂର୍ବ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ହେଉଛି ଗଭୀର ଅବପାତ । ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବା ସମ୍ଭାବନା । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ଘନୀଭୂତ ହେଉଛି ଗଭୀର ଅବପାତ । ଦକ୍ଷିଣ-ପୂର୍ବ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି । ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନିଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ଆଜି (ବୁଧବାର) ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବା ସମ୍ଭାବନା ଥିବା ପାଣି ପାଗ ବିଭାଗ ସୂଚନା ଦେଇଛି ।

  • Depression concentrated into a Deep Depression and lay centred at 0530hrs IST of 7th Dec, 2022 over Southeast and adjoining Southwest Bay of Bengal about 770 km east-southeast of Karaikal and about 830 km southeast of Chennai. Kindlly visit: https://t.co/8KwgtcuP2k pic.twitter.com/ar8YKYKrg7

    — India Meteorological Department (@Indiametdept) December 7, 2022 " class="align-text-top noRightClick twitterSection" data=" ">

ବଙ୍ଗୋପସାରରେ ସୃଷ୍ଟ ଲଘୁଚାପ ରାଜ୍ୟରେ ସିଧାସଳଖ ପ୍ରଭାବ ନଥିଲେ ବି, ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ବାତ୍ୟାର ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି ।

  • ଘନୀଭୂତ ହେଉଛି #ଗଭୀରଅବପାତ, ଆଜି ସନ୍ଧ୍ୟା ସୁଦ୍ଧା #ବାତ୍ୟା ର ରୂପନେବା ସମ୍ଭାବନା

    ରାଜ୍ୟରେ ସିଧାସଳଖ ପ୍ରଭାବ ନଥିଲେ ବି, ବାହ୍ୟବଳୟ ସହ ଜଡିତ ମେଘ ସମୂହ ପ୍ରଭାବରେ ୧୦ ଏବଂ ୧୧ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା pic.twitter.com/9AhfZ3IJH9

    — Meteorological Centre, Bhubaneswar (@mcbbsr) December 7, 2022 " class="align-text-top noRightClick twitterSection" data=" ">

ଭାରତୀୟ ପାଣିପାଗ ସୂଚନା ଅନୁଯାୟୀ, ଚେନ୍ନାଇର ଦକ୍ଷିଣ ପୂର୍ବକୁ ପ୍ରାୟ 830 କିଲୋମିଟର ଦୂରରେ ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି । ଅନ୍ୟପଟେ ରାଜ୍ୟରେ ଶୀତ କମିବା ସହ ତାପମାତ୍ରା ବୃଦ୍ଧି ପାଇବ । ଆଗାମୀ ୩ ଦିନ ଯାଏଁ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ବେଳେ ପରବର୍ତ୍ତୀ ୨ ଦିନ ମଧ୍ୟରେ ସମ୍ଭାବ୍ୟ ବାତ୍ୟା ଯୋଗୁଁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାୟୁର ମାତ୍ରା ବୃଦ୍ଧି ସହ ରାତ୍ରୀ ତାପମାତ୍ରା ୨ ରୁ ୩ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.