ETV Bharat / state

ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଆସନ୍ତା ୪ରେ ରାଲି କରିବ ସଂଘ

author img

By

Published : Oct 28, 2022, 12:41 PM IST

Updated : Oct 28, 2022, 2:15 PM IST

ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଆସନ୍ତା ୪ରେ ରାଲି କରିବ ସଂଘ
ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବି, ଆସନ୍ତା ୪ରେ ରାଲି କରିବ ସଂଘ

ଆୟୁଷ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଆସନ୍ତା ୪ ତାରିଖରେ ରାଲି କରିବ ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ ।

ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ କରିଛନ୍ତି । ହେଲେ ୨୦୦୭ ମସିହାରୁ ସ୍ବାସ୍ଥ୍ୟ ବିଭାଗର ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ନିଯୁକ୍ତି ପାଇଥିବା ୧,୪୮୫ ଜଣ ଆୟୁଷ ଡାକ୍ତର(Ayush Doctors)ଙ୍କ ଚୁକ୍ତିଭିତ୍ତିକ ନିଯୁକ୍ତିକୁ ନିୟମିତ କରାଯାଇ ନାହିଁ । ଏହାକୁ ନେଇ ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ (AOADA) ପକ୍ଷରୁ ବାରମ୍ବାର ଦାବି ଉପସ୍ଥାପନ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏହାର ପ୍ରତିବାଦରେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ଆସନ୍ତା ୪ ତାରିଖରେ ସ୍ଥାୟୀ ନିଯୁକ୍ତି ଦାବି ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ରାଜ୍ୟର ସମସ୍ତ କୋ ଲେକେଟେଡ ଆୟୁଷ ଡାକ୍ତରଙ୍କୁ ନେଇ ଭୁବନେଶ୍ବର ଠାରେ ଏକ ରାଲି କରାଯିବ । ଏନେଇ ଏକ ସମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦିଆଯାଇଛି ।

୨୦୧୧ ମସିହାରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଓଡିଶା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସୋସାଇଟି ଦ୍ବାରା ୨୦୧୪ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଉକ୍ତ ନିର୍ଦ୍ଦେଶନାମା ଅନୁସାରେ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ସଂରକ୍ଷଣ ନିୟମାବଳୀକୁ ଆଧାର କରି ତଥା ଓଡିଶାର ଜନସାଧାରଙ୍କୁ ଆୟୁର୍ବେଦିକ ଓ ହୋମିଓପ୍ୟାଥିକ ଚିକିତ୍ସାସେବା ଯୋଗାଇବା ପାଇଁ ଗ୍ରାମାଞ୍ଚଳର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଠିକା ନିଯୁକ୍ତି ପାଇଥିବା ଆୟୁଷ ଡାକ୍ତରମାନଙ୍କୁ ନିୟମିତ କରିବାର ବ୍ୟବସ୍ଥା କରାଯାଇଥିଲା । ହେଲେ ଉକ୍ତ ନିର୍ଦ୍ଦେଶନାମା ଆଧାରରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଥିବା ଷ୍ଟାଫନର୍ସ ଓ ଏ.ଏନ.ଏମ୍ ଓ ସମସ୍ତ ପାରାମେଡିକାଲ କର୍ମଚାରୀଙ୍କୁ ୨୦୧୯ରେ ସ୍ଥାୟୀ ନିଯୁକ୍ତି ଦିଆଯାଇଛି । ସରକାରଙ୍କ ଏହି ପାତରଅନ୍ତର ନୀତିକୁ ଆୟୁଷ ଡାକ୍ତର ସଂଘ ଦୃଢ ନିନ୍ଦା କରିଛି ।

ଏହାମଧ୍ୟ ପଢନ୍ତୁ: ଶୁଣୁନାହାନ୍ତି ସରକାର, 15 ବର୍ଷ ହେବ ସ୍ଥାୟୀ ନିଯୁକ୍ତି ଅପେକ୍ଷାରେ 1485 ଆୟୁଷ ଡାକ୍ତର

ଓଡିଶାର ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନରେ ଦୀର୍ଘ ୧୫ ବର୍ଷ ହେଲା ଠିକାରେ ନିଯୁକ୍ତି ପାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତମାନଙ୍କୁ ଯଥାଶୀଘ୍ର ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ AOADA ସଂଘ ପକ୍ଷରୁ ଦୃଢ ଦାବି କରାଯାଉଛି । ସରକାର ଏହି ଦାବିକୁ ବାରମ୍ବାର ବିଚାରଧୀନ ଥିବା କହୁଥିବାବେଳେ ନ୍ୟାୟ ମିଳୁପାରୁ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ସଂଘ ପକ୍ଷରୁ ଭୁବନେଶ୍ବରରେ ରାଲି କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Oct 28, 2022, 2:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.