ETV Bharat / state

3ରେ ବାତ୍ୟା, 4ରେ ଛୁଇଁବ ଉପକୂଳ ! ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

author img

By ETV Bharat Odisha Team

Published : Nov 30, 2023, 4:17 PM IST

Updated : Nov 30, 2023, 6:45 PM IST

3ରେ ବାତ୍ୟା, 4ରେ ଛୁଇଁବ ଉପକୂଳ !
3ରେ ବାତ୍ୟା, 4ରେ ଛୁଇଁବ ଉପକୂଳ !

ସାମ୍ଭାବ୍ୟ ବାତ୍ୟାକୁ ନେଇ ବଡ ଅପଡେଟ ଦେଲା ପାଣିପାଗ ବିଭାଗ । ଆସନ୍ତା 3 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୪ ସକାଳେ ଉପକୂଳ ଛୁଇଁପାରେ । ସମତ୍ସଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ମନା । ଅଧିକ ପଢନ୍ତୁ

3ରେ ବାତ୍ୟା, 4ରେ ଛୁଇଁବ ଉପକୂଳ ! ଜାଣନ୍ତୁ କେଉଁଠି କରିବ ଲ୍ୟାଣ୍ଡଫଲ୍ ?

ହାଇଦ୍ରାବାଦ: ଆସନ୍ତା ମାସ ଡିସେମ୍ବର 3 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ୩ ତାରିଖ ସୁଦ୍ଧା ବାତ୍ୟା ସୃଷ୍ଟି ହୋଇ ୪ ତାରିଖ ସକାଳେ ଉପକୂଳ ଛୁଇଁପାରେ । ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଥିବା ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର । ବାତ୍ୟା ସଂପର୍କରେ ଏକ୍ସରେ ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ସୁଦୃଶ୍ୟ ଲଘୁଚାପଟି ୨୪ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବ । ପରବର୍ତ୍ତୀ ସମୟରେ ୩ ତାରିଖ ଦିନ ବାତ୍ୟାରେ ରୂପାନ୍ତରଣ ସମ୍ଭାବନା ରହିଥିବା ସୂଚନା ରହିଛି ।

ସୋସିଆଲ ମିଡିଆ ଏକ୍ସରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ରହିଛି କି, ୨୪ଘଣ୍ଟା ମଧ୍ୟରେ ଅବପାତ ଏବଂ ୩ତାରିଖ ବେଳକୁ ବାତ୍ୟା ସମ୍ଭାବନା !ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ-ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୨୪ଘଣ୍ଟା ମଧ୍ୟରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି, ପରବର୍ତ୍ତୀ ସମୟରେ ଦିଗ ବଜାୟ ରଖିବା ସହ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ୩ତାରିଖ ବେଳକୁ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି | ପରବର୍ତୀ ସମୟରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୪ ତାରିଖ ପାହାନ୍ତିଆ ବେଳକୁ ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ପହଁଚିବାର ସମ୍ଭାବନା ରହିଛି |

ଏହା ମଧ୍ୟ ପଢନ୍ତୁ.....ସମ୍ଭାବ୍ୟ ବାତ୍ୟା ‘ମିଞ୍ଚାଉଙ୍ଗ’: ଆସନ୍ତାକାଲି ଅଵପାତ, 7 ଜିଲ୍ଲାପାଳଙ୍କୁ SRCଙ୍କ ଆଲର୍ଟ

ଏହା ମଧ୍ୟ ପଢନ୍ତୁ....ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସରକାର: ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ପୂର୍ବରୁ ବାତ୍ୟା ନାମ ରାଖାଯାଇଛିି ‘ମିଞ୍ଚାଉଙ୍ଗ’ । ଡିସେମ୍ବର ୨ ତାରିଖରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ଧୀରେ ଧୀରେ ଏହି ବାତ୍ୟା ୨ ତାରିଖରେ ଘୁର୍ଣ୍ଣିବାତ୍ୟାର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ବାତ୍ୟାକୁ ଅଖି ଆଗରେ ରଖି ମତ୍ସାଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରରେ ଅଛନ୍ତି, ସେମାନେ ୧ ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି ।

ଅନ୍ୟପଟେ ଏହି ପ୍ରକୃତିକ ବିପର୍ଯ୍ୟକୁ ଦୃଷ୍ଟିରେ ରଖି ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱତନ୍ତ୍ର ରିଲଫ କମିଶନର (ଏସଆରସି) । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧ ଓ ଗଞ୍ଜାମ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ୫ ଦିନ ଯାଏ ରାଜ୍ୟରେ କୌଣସି ସତର୍କ ସୂଚନା ନାହିଁ । ୨ ତାରିଖ ଯାଏ ପାଗ ଶୁଖିଲା ରହିବ ରାଜ୍ୟରେ । ୩ ତାରିଖ ବେଳକୁ ରାଜ୍ୟର ଉପକୂଳ ଓଡ଼ିଶାର ମାଲକାନଗିରି କୋରାପୁଟ ନବରଙ୍ଗପୁର ରାୟଗଡା କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Nov 30, 2023, 6:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.