ETV Bharat / state

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କ ସରକାର: ଜିଲ୍ଲାପାଳଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

author img

By ETV Bharat Odisha Team

Published : Nov 29, 2023, 2:29 PM IST

Updated : Nov 29, 2023, 4:37 PM IST

Weather Update: ସଦୃଶ ଲଘୁଚାପରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଡିସେମ୍ସବର 2ରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଆଲର୍ଟ ମୋଡରେ ରାଜ୍ୟ ସରକାର । ଜିଲ୍ଲାପାଳମାନଙ୍କୁ ସତର୍କ କରାଇଲେ ଏସଆରସି। ଡିସେମ୍ବର 1ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଅଧିକ ପଢ଼ନ୍ତୁ,

ଡିସେମ୍ବର 2ରେ ସମ୍ବାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସତର୍କ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଡିସେମ୍ବର 2ରେ ସମ୍ବାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସତର୍କ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଡିସେମ୍ବର 2ରେ ବାତ୍ୟା ସମ୍ଭାବନାକୁ ନେଇ ରାଜ୍ୟ ସରକାର ସତର୍କ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା
ଡିସେମ୍ବର 2ରେ ବାତ୍ୟା ସମ୍ଭାବନାକୁ ନେଇ ରାଜ୍ୟ ସରକାର ସତର୍କ: ଜିଲ୍ଲାପାଳମାନଙ୍କୁ ଆଲର୍ଟ ଜାରି, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର, ୱେଲ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଗତକାଲି (ମଙ୍ଗଳବାର) ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ, ଆଜି (ବୁଧବାର) ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ଅଧିକ ଘନୀଭୂତ ହୋଇ ଆସନ୍ତାକାଲି (ଗୁରବାର) ଅବପାତରେ ପରିଣତ ହେବ ଏବଂ ଏହାର ୪୮ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏହି ଆକଳନ କରାଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣ ଆଣ୍ଡାମାନ ସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର, ଆଜି (ବୁଧବାର) ସକାଳ ୫ଟା ୩୦ ମିନିଟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ପରିଣତ ହୋଇଛି। ଏହା ପଶ୍ଚିମ, ଉତ୍ତର ପଶ୍ଚିମ ଦିଗରେ ଗତି କରି, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।

ଏହା ମ୍ୟ ପଢ଼ନ୍ତୁ: ପାଣିପାଗ ଅପଡେଟ: ଆସନ୍ତା ୨ ତାରିଖରେ ଘୂର୍ଣ୍ଣିବାତ୍ୟାର ରୂପ ନେବ ଲଘୁଚାପ

ଅବପାତ ସୃଷ୍ଟି ହେବା ପରେ ତାହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ପହଞ୍ଚି ଆହୁରି ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେଇପାରେ । ଏହାର ପ୍ରଭାବରେ ଡିସେମ୍ବର ୩ ଓ ୪ ତାରିଖରେ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ଅନୁମାନ କରୁଛି ପାଣିପାଗ ବିଭାଗ।

ଏହା ମଧ୍ୟ ପଢ଼ନ୍ତୁ:ବଙ୍ଗୋପସାଗରରେ ପୁଣି ବାତ୍ୟା !, ଓଡ଼ିଶାରେ ମେଘୁଆ ପାଗ ସହ ହାଲୁକା ବର୍ଷା ସମ୍ଭାବନା

ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ, କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଡିସେମ୍ବର 1 ତାରିଖରୁ ୪୦ରୁ ୫୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ଡିସେମ୍ବର 2 ଆଡ଼କୁ ପବନର ବେଗ ଘଣ୍ଟାପ୍ରତି ୫୦ରୁ ୬୦ କିଲୋମିଟର ଏବଂ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ ବୋଲି ପୂର୍ଅବାନୁମାନ କରିଛି ପାଣିପାଗ ବିଭାଗ ।

ବଙ୍ଗୋପସାଗରରେ ସମ୍ଭାବ୍ୟ୍ୟ ବାତ୍ୟାର ପ୍ରଭାବରେ ଡିସେମ୍ବର 1 ତାରିଖରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଅଛନ୍ତି, ସେମାନେ ଡିସେମ୍ବର 1 ତାରିଖ ସୁଦ୍ଧା କୂଳକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated :Nov 29, 2023, 4:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.