ETV Bharat / state

Republic Day 2023: ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଟକୁଛି ରାଜଧାନୀ ଭୁବନେଶ୍ବର

author img

By

Published : Jan 25, 2023, 9:58 PM IST

Etv Bharat
Etv BharatRepublic Day 2023

ଆସନ୍ତାକାଲି (ଗୁରୁବାର) ଦେଶ ପାଳିବ 74 ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସାଧାରଣତନ୍ତ୍ର ଅବ୍ୟବହିତ ପୂର୍ବରୁ ଆଜି ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି । ଅଧିକ ପଢନ୍ତୁ

ରଙ୍ଗବେରଙ୍ଗ ଆଲୋକ ମାଳାରେ ଝଟକୁଛି ରାଜଧାନୀ ଭୁବନେଶ୍ବର

ଭୁବନେଶ୍ବର: ରାତିପାହିଲେ ଦେଶ ପାଳିବ 74 ତମ ସାଧାରଣ ତନ୍ତ୍ର ଦିବସ । ଏଥିପାଇଁ ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର । ଲୋକସେବା ଭବନ, ବିଧାନସଭା, କମିଶନରେଟ ପୋଲିସ ମୁଖ୍ୟାଳୟ, ରେଳ ଷ୍ଚେସନ, ପୂର୍ବତଟ ରେଳ ମୁଖ୍ୟାଳୟ, ଭାରତୀୟ ରିଜର୍ଭ ବ୍ୟାଙ୍କ, ଉତ୍କଳ ବିଶ୍ବବିଦ୍ୟାଳୟ, ଆଇଓସିଏଲ କାର୍ଯ୍ୟାଳୟ ସମେତ ରାଜଧାନୀରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ସମେତ କୋଠା, ରାସ୍ତା, ମନ୍ଦିର ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି । ଯାହା ରାଜଧାନୀବାସୀଙ୍କୁ ଭିନ୍ନ ଅନୁଭୂତି ଦେଉଛି ।

ଆସନ୍ତାକାଲି (ଗୁରୁବାର) ଦେଶ ପାଳିବ 74 ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ସାରା ଦେଶରେ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଦିଲ୍ଲୀ କର୍ତ୍ତବ୍ୟ ପଥରେ ଜାତୀୟ ପତ୍ତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସାଧାରଣତନ୍ତ୍ର ଅବ୍ୟବହିତ ପୂର୍ବରୁ ଆଜି ସଂଧ୍ୟାରେ ରାଷ୍ଟ୍ରପତି ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ରାଷ୍ଟ୍ରପତି କହିଛନ୍ତି ‘‘ ଭାରତର ଯାତ୍ରା ଏବେ ଅନ୍ୟ କିଛି ରାଷ୍ଟ୍ରଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି । ଭାରତ ବିଶ୍ବର ଏକ ଦୃତ ଗତିଶୀଳ ଅର୍ଥନୀତିରେ ପରିଣତ ହୋଇଛି । ପ୍ରାଚୀନତମ ସଭ୍ୟତା ସହ ଆଧୁନିକ ଗଣତନ୍ତ୍ରର ଜନନୀ । ମହିଳା ସଶକ୍ତିକରଣ ଠାରୁ ଆରମ୍ଭ କରି ମହାକାଶ ଗବେଷଣା ପର୍ଯ୍ୟନ୍ତ ସବୁକ୍ଷେତ୍ରରେ ଭାରତ ଏବେ ଅଗ୍ରଣୀ । ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବ ଅନୁଭବ କରିବାର ସମୟ ଆସିଛି ବୋଲି ରାଷ୍ଟ୍ରପତି କହିଛନ୍ତି । ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି ଏପରି ଉପଲବ୍ଧିର ଚିତ୍ର ବଖାଣିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।’’

ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ସାଧାରଣତନ୍ତ୍ର ଦିବସ ଅବସରରେ ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ‘‘ଏହି ଅବସରରେ ସେ ସମସ୍ତ ଦେଶବାସୀ ଓ ବିଦେଶରେ ଥିବା ପ୍ରବାସୀ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଉଛି । ଦେଶର ନାଗରିକ ମିଳିତ ଭାବେ କଣ ହାସଲ କରିବାରେ ସଫଳ ହୋଇଛନ୍ତି ତାହା ହେଉଛି ସାଧାରଣନ୍ତ୍ର ଦିବସ ପାଳନର ମର୍ମ । ଏକାଧିକ ଭାଷା ଓ ଚଳଣିରେ ଭିନ୍ନତା ଆମକୁ ବିଭାଜିତ କରିପାରିନି ବରଂ ଏକତ୍ରୀତ କରିବାର ଅବସର ସୃଷ୍ଟି କରିଛି । ଏହି ଦିନ ଭାରତରେ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହା ଭାରତର ଏପରି ଏକ ଯାତ୍ରା ଯାହା ବିଶ୍ବର ବହୁ ଦେଶକୁ ପ୍ରେରଣା ଯୋଗାଇଛି । ବର୍ତ୍ତମାନ ଦେଶର ପ୍ରତ୍ୟେକ ଭାରତୀୟ ହେବାର ଗର୍ବ ଅନୁଭବ କରିବାର ଏକ କାରଣ ସୃଷ୍ଟି କରିଛି ।’’

ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଇଜିପ୍ଟ ରାଷ୍ଟ୍ରପତି ହୋଇଛନ୍ତି ମୁଖ୍ୟ ଅତିଥି । ଏଥିପାଇଁ ଗତକାଲି ଠାରୁ 3 ଦିନିଆ ଭାରତ ଗସ୍ତରେ ଆସିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.