ETV Bharat / state

ରାଜ୍ୟରେ ଉପରମୁହାଁ କୋରୋନା: ଦିନକରେ ଆଉ ୫ ଆକ୍ରାନ୍ତ ଚିହ୍ନଟ

author img

By ETV Bharat Odisha Team

Published : Dec 31, 2023, 11:32 AM IST

ରାଜ୍ୟରେ ଉପରମୁହାଁ କୋଭିଡ
ରାଜ୍ୟରେ ଉପରମୁହାଁ କୋଭିଡ

Covid cases rising in Odisha: ରାଜ୍ୟରେ ପୁଣି ଉପରମୁହାଁ କୋରୋନା ଗ୍ରାଫ୍ । 19ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା । ଅଧିକ ପଢନ୍ତୁ

ଭୁବନେଶ୍ବର: ରାଜ୍ୟରେ କାୟା ମେଲାଉଛି କୋରୋନା । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ରାଜ୍ୟରେ ଆଜି ପୁଣି ୫ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୧୮ ରହିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଦେଶରେ ମଧ୍ୟ କିଛି ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । ଦେଶରେ ଗତ 24 ଘଣ୍ଟା ମଧ୍ୟରେ 841 ନୂଆ କୋଭିଡ ମାମଲା ସାମ୍ନାକୁ ଆସିଛି

ଏହାମଧ୍ୟ ପଢନ୍ତୁ...ଘାରିଲାଣି କୋରୋନା ଭୟ, ପ୍ରିକସନ ନନେଲେ ଆଗକୁ ସ୍ଥିତି ଚିନ୍ତାଜନକ ହୋଇପାରେ

ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସଜାଗ ରହିବାକୁ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏନେଇ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଡିନ୍‌, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, କ୍ୟାପିଟାଲ ହସ୍ପିଟାଲ ଏବଂ ଆର୍‌ଜିଏଚ୍‌ ହସ୍ପିଟାଲର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସର୍ଭିଲାନ୍ସ, ଟେଷ୍ଟିଂ ବଢ଼ାଇବା ସହିତ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଅକ୍ସିଜେନ ବେଡ୍‌ ପ୍ରସ୍ତୁତ ରଖିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଆଉ ମଧ୍ୟ ଆକ୍ରାନ୍ତଙ୍କ ଉପରେ ନଜର ରଖିବା ସହ ପଜିଟିଭ୍‌ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି । ଜିଲ୍ଲା ତଥା ଉପଖଣ୍ଡ ସ୍ତରରେ ଟେଷ୍ଟିଂ ଏବଂ ଚିକିତ୍ସା ସୁବିଧା ଉପଲବ୍ଧ ନଥିବା ଅଭିଯୋଗ ଯେପରି ନ ଆସେ, ସେଥିପାଇଁ ବିଭାଗ କଡ଼ା ଚେତାବନୀ ଦେଇଛି । ଆବଶ୍ୟକ ଟେଷ୍ଟିଂ କିଟ୍‌ ଏବଂ ଔଷଧ ମହଜୁଦ ରଖିବା ସହ ଠିକ୍‌ ସମୟରେ ଡାଟା ଏଣ୍ଟ୍ରି କରିବା ପାଇଁ କୁହାଯାଇଛି । ଯେକୌଣସି ପରିସ୍ଥିତିକୁ ସାମ୍ନା କରିବା ପାଇଁ ସବୁପ୍ରକାର ବ୍ୟବସ୍ଥା କରିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ... ଗୁଜବକୁ ବିଶ୍ବାସ ନକରି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରନ୍ତୁ: ଗଞ୍ଜାମ ଜିଲ୍ଲାପାଳ


ଅପରପକ୍ଷେ ଲକ୍ଷଣ ଥିବା ଲୋକେ ଘରେ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ବିଶେଷକରି ନୂଆବର୍ଷ ଭିଡ଼ ପାଇଁ ସତର୍କ ରହିବାକୁ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ପରାମର୍ଶ ଦେଇଛନ୍ତି । ଥଣ୍ଡା, କାଶ ଓ ଲକ୍ଷଣ ଥିବା ବ୍ୟକ୍ତି ଏବଂ ବୟସ୍କ ବ୍ୟକ୍ତି ଭିଡ଼ରୁ ଦୂରେଇ ରହିବା ପାଇଁ ସେ ଅପିଲ କରିଛନ୍ତି । ଘରେ ରହିବା ସହ ନିହାତି ଆବଶ୍ୟକ ସ୍ଥଳେ ବାହାରକୁ ବାହାରୁ ଥିଲେ ମାସ୍କ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.