ETV Bharat / state

ଘାରିଲାଣି କୋରୋନା ଭୟ, ପ୍ରିକସନ ନନେଲେ ଆଗକୁ ସ୍ଥିତି ଚିନ୍ତାଜନକ ହୋଇପାରେ

author img

By ETV Bharat Odisha Team

Published : Dec 28, 2023, 7:05 PM IST

covid cases in odisha
ଓଡ଼ିଶାରେ କୋରୋନା ଭୟ

Covid Cases: ଗତ 24 ଘଣ୍ଟାରେ 3ଜଣ ସଂକ୍ରମିତ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇ ଦେଇଛି । ପ୍ରିକସନ୍ସ ନନେଲେ ସ୍ଥିତି ଭୟାବହ ହେବାର ସମ୍ଭାବନା ଥିବା ନେଇ ସତର୍କ କରାଇଛନ୍ତି ଡାକ୍ତର । ଜାଣନ୍ତୁ କିପରି ରହିବେ ସଚେତନ...

ଓଡ଼ିଶାରେ କୋରୋନା ଭୟ

ଭୁବନେଶ୍ବର: ପୁଣି ଡରାଇଲାଣି କରୋନା । ଗତ 24 ଘଣ୍ଟାରେ 3ଜଣ ସଂକ୍ରମିତ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇ ଦେଇଛି । ଯଦିଓ ରାଜ୍ୟରେ କରୋନାର ସ୍ଥିତି ଚିନ୍ତାଜନକ, ନୁହେଁ ତେବେ ଆଗକୁ ଚିନ୍ତାଜନକ ସ୍ଥିତି ହୋଇପାରେ ବୋଲି କୁହାଯାଉଛି । ଏନେଇ ସ୍ବାସ୍ଥ୍ୟରୋଗ ବିଶେଷଜ୍ଞ ଡାକ୍ତର ସତ୍ୟ ମହାନ୍ତି କହିଛନ୍ତି, "କୋଭିଡର ଏହି ଭାରିଆଣ୍ଟ ଅତ୍ଯଧିକ ଟ୍ରାନସମିସିବୁଲ । ଅର୍ଥାତ ଏହା ସହଜରେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ବ୍ୟାପିବାର ସମ୍ଭାବନା ଅଧିକ ଥାଏ । ତେଣୁ ପ୍ରିକସନ୍ସ ନନେଲେ ସ୍ଥିତି ଭୟାବହ ହେବାର ସମ୍ଭାବନା ଅଧିକ । 3ବର୍ଷ ତଳେ କୋଭିଡ ସଂକ୍ରମଣ ବେଳେ ଯାହା ପ୍ରିକସନ୍ସ ନେଉଥିଲେ ଏବେବି ସେହି ପ୍ରିକସନ୍ସ ନେବାକୁ ପଡିବ । ଏଥର ସଂକ୍ରମଣର ଗୁରୁତ୍ବପୂର୍ଣ୍ଣ ଦିଗଟି ହେଉଛି ଯେଉଁମାନଙ୍କୁ 3ବର୍ଷ ତଳେ ସଂକ୍ରମଣ ହୋଇସାରିଛି ଏବଂ ଯେଉଁମାନେ ସଂକ୍ରମଣରେ ଗୁରୁତର ହୋଇଥିଲେ ସେମାନେ ଏଥର ବି ଗୁରୁତର ହେବାର ଆଶଙ୍କା ରହିଛି । ତେଣୁ ଗୁରୁତ୍ବପୂର୍ଣ୍ଣ ହେଉଛି ଟ୍ରାନ୍ସସମିଶନକୁ ପ୍ରିଭେଣ୍ଟ କରିବା । ସଂକ୍ରମଣ ବ୍ୟାପିବାକୁ ରୋକିବା ।"



ଡାକ୍ତରଙ୍କ ସୂଚନା ଅନୁଯାୟୀ, ଭାଇରସ ସଂକ୍ରମଣ କରିବା ପରେ ଲକ୍ଷଣ ଦେଖା ଦେବାକୁ 2ରୁ 3ଦିନ ସମୟ ଲାଗେ । ଲକ୍ଷଣ ଦେଖା ଦେବା ପୂର୍ବ 2 ଦିନ ଏବଂ ପର 2ଦିନ ବେଶୀ ବ୍ୟାପିଥାଏ କୋଭିଡ । ଲକ୍ଷଣ ଦେଖାଦେବା ପୂର୍ବରୁ ଆମେ ଜାଣିପାରିବା ନାହିଁ କି ସଂକ୍ରମଣ ଅଛି କି ନାହିଁ । ତେଣୁ ଆମ ସମସ୍ତଙ୍କୁ Covid Appropriate Behaviour ମାନିବାକୁ ପଡିବ । ମାସ୍କ ପିନ୍ଧିବା, ମୁହଁରେ କପଡା ବାନ୍ଧିବା, ଏଣେତେଣେ କଫ ନକାଇବା ଇତ୍ୟାଦି ହେଉଛି ଏହାର ଲକ୍ଷଣ। ଦେହରେ ଭାଇରସ ସଂକ୍ରମଣ କରିବାର 2ରୁ 3ଦିନ ପରେ ଲକ୍ଷଣ ଦେଖାଯାଏ । ସାଧାରଣ ଥଣ୍ଡା ଜ୍ବରର ଯେଉଁ ସବୁ ଲକ୍ଷଣ ଥାଏ ସେହି ସବୁ ଲକ୍ଷଣ ଦେଖାଯାଏ । ଯଥା ଜ୍ବର ହେବା, କାଶ ହେବା, କମ୍ପ ହେବା, ନାକ ଚୋକ୍ କରିବା, ଛିଙ୍କ ହେବା ଏବଂ ବେଳେ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ।

ଏହା ମଧ୍ୟ ପଢନ୍ତୁ...ଉପରମୁହାଁ କୋରୋନା: 600 ଟପିଲା ଦୈନିକ ସଂକ୍ରମଣ, 6 ମୃତ୍ୟୁ

ସେହିପରି ଲଗାତାର ଅଧିକ ସମୟ ଧରି କାଶ ହେବା, ଦିନକୁ 2ରୁ 3ଥର ଏପରି କାଶ ହେବା, ଲମ୍ବା ସମୟ ଧରି କାଶ ହେବା ମଧ୍ୟ କୋଭିଡର ଲକ୍ଷଣ । "ଯଦି ଏସବୁ ଲକ୍ଷଣ ଦେଖାଯାଏ, ତେବେ ଜାଣିନେବା ଉଚିତ କି ସଂକ୍ରମଣ ହୋଇଛି । 3 ରୁ 4ଦିନ ଏପରି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପାଖକୁ ଯିବା ଠିକ ହେବ । ପ୍ରାରମ୍ଭିକ ସ୍ତରରେ ଥଣ୍ଡା ଜ୍ବର ମେଡିସିନ ଖାଇପାରିବେ କିନ୍ତୁ 3ରୁ 4ଦିନ ପରେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ହେବ। ଯେଉଁମାନେ ପୂର୍ବରୁ କୋଭିଡ ଟିକା ନେଇସାରିଛନ୍ତି, ସେମାନଙ୍କ ଶରୀରର ଇମ୍ୟୁନିଟି ପାଓ୍ବାର ଅଧିକ ରହିଥାଏ । ତେଣୁ ଏ କ୍ଷେତ୍ରରେ ସଂକ୍ରମଣ ହେବ ନାହିଁ ବୋଲି କହିହେବ ନାହିଁ । ସଂକ୍ରମଣର ମାତ୍ରା କମ୍ ରହିଥାଏ। ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କ ତୁଳନାରେ କମ୍ ସଂକ୍ରମଣ ହୋଇଥାଏ । ତେଣୁ ଆମକୁ ସତର୍କ ରହିବାକୁ ପଡିବ । ଯଦି ସତର୍କ ନରହିବା ତେବେ ଓଡିଶାରେ ଆଗକୁ ସ୍ଥିତି ମଧ୍ୟ ଚିନ୍ତାଜନକ ରହିପାରେ" ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.