ଗୁଜବକୁ ବିଶ୍ବାସ ନକରି ରାଜ୍ୟ ସରକାରଙ୍କ ଗାଇଡଲାଇନକୁ ପାଳନ କରନ୍ତୁ: ଗଞ୍ଜାମ ଜିଲ୍ଲାପାଳ

By ETV Bharat Odisha Team

Published : Dec 27, 2023, 5:54 PM IST

thumbnail

Ganjam Collector Reaction on Covid Situation  ବ୍ରହ୍ମପୁର: ବିଗତ ଦିନ ଗୁଡିକରେ କୋଭିଡକୁ ନେଇ ଚର୍ଚ୍ଚାରେ ରହିଥିଲା ଗଞ୍ଜାମ ଜିଲ୍ଲା । ତେବେ କିଛି ଦିନର ବ୍ୟବଧାନ ପରେ ରାଜ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 5 ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାରି ଭିତରେ ଆଜି ପ୍ରତିକ୍ରିୟା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ କହିବା ଅନୁସାରେ, "ଗଞ୍ଜାମ ଜିଲ୍ଲାର କୋଭିଡକୁ ନେଇ ସେଭଳି କୌଣସି ପରିସ୍ଥିତି ଉପୁଜିନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସେଭଳି ଅସୁବିଧାର ପରିସ୍ଥିତି ନାହିଁ । ଏଣୁ ଏନେଇ କୌଣସି ଭୟଭୀତ ଦରକାର ନାହିଁ । କେବଳ ଯାହା ସରକାରଙ୍କ ଗାଇଡଲାଇନ୍ ଆସିଛି, ତାହା ମାନି ଚଳନ୍ତୁ । ମାସ୍କ ପିନ୍ଧିବା ସହିତ ସତର୍କ ରୁହନ୍ତୁ ।"

ଏହାସହିତ କୌଣସି ଗୁଜବକୁ ବିଶ୍ବାସ ନକରିବା ପାଇଁ ମଧ୍ୟ ଗଞ୍ଜାମ ଜିଲ୍ଲାପାଳଙ୍କ ଅପିଲ କରିଛନ୍ତି । ଟେଷ୍ଟିଂ ସହିତ ପ୍ରଶାସନ ଏବଂ ମେଡିକାଲ୍ ଟିମ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ନେଇ ସେ କହିଛନ୍ତି । ଏପରିକି ଯାହା କେବଳ ରାଜ୍ୟ ସରକାରଙ୍କ ଚିଠିରେ ଗାଇଡଲାଇନ ଆସିଛି ଏବଂ ରାଜ୍ୟ ସ୍ୱାସ୍ଥ ବିଭାଗର କେବଳ ପ୍ରୋଟକଲକୁ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଆଉ 2 ସଂକ୍ରମିତ ଚିହ୍ନଟ, ସକ୍ରିୟ ସଂଖ୍ୟା 5କୁ ବୃଦ୍ଧି

ଇଟିଭି ଭାରତ, ବ୍ରହ୍ମପୁର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.