ETV Bharat / state

ଖୋର୍ଦ୍ଧାରେ ଓଲଟିଲା ନାରାୟଣୀ ବସ, 2 ମୃତ

author img

By

Published : Aug 30, 2019, 7:13 PM IST

Updated : Aug 30, 2019, 8:04 PM IST

ଫାଇଲ ଫଟୋ

ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ପୁବୁସାହିରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 25ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି ।

ଖୋର୍ଦ୍ଧା: ଖୋର୍ଦ୍ଧା-ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥର ପୁବୁସାହିରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ 25ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବାବେଳେ 2 ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ବସ କଣ୍ଡକ୍ଟର ଓ ଅନ୍ୟ ଜଣେ ଯାତ୍ରୀ ଅଛନ୍ତି । ତେବେ ମୃତ ଯାତ୍ରୀଙ୍କ ପରିଚୟ ମିଳିନଥିବାବେଳେ ବସ୍‌ କଣ୍ଡକ୍ଟର ବାଘମାରି ଥାନା ଅନ୍ତର୍ଗତ ପଙ୍ଗାରସିଂହ ଗ୍ରାମର ବକ୍ରତ ଅଲ୍ଲୀ ଖାନ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଖୋର୍ଦ୍ଧା

ତେବେ ଆହତଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଥିବାବଳେ ତନ୍ମଧ୍ୟରୁ 5 ଜଣ ଗୁରୁତରଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ, ନାରାୟଣୀ ନାମକ ଏକ ବସ୍‌ ଭୁବନେଶ୍ବରରୁ କଳାପଥର ଆସୁଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

ବିଜେଡି ନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାର ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି। ଶ୍ରୀମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲ୍‌ର ନେତୃତ୍ଵ ନେଉଥିଲେ। @bjd_odisha

 @IPR_Odisha



ଗଣମାଧ୍ୟମ ଓ ଲୋକସଂପର୍କ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହେଲେ ମାନସ ମଙ୍ଗରାଜ । ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି



ମାନସ ରାଜ୍ୟ ସରକାରଙ୍କ ଉପଦେଷ୍ଟା 

ଭୁବନେଶ୍ଵର (): ଦୀର୍ଘଦିନ ହେଲା ଓଡ଼ିଶାର ଗଣମାଧ୍ୟମ ସହ ପ୍ରତ୍ୟକ୍ଷ ଭାବେ ସମ୍ପୃକ୍ତ ଥିବା ବିଜେଡିର ଯୁବ ନେତା ମାନସ ମଙ୍ଗରାଜଙ୍କୁ ରାଜ୍ୟ ସରକାରଙ୍କ ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଛି । ତାଙ୍କୁ ଗଣମାଧ୍ୟମ ଓ ଲୋକସମ୍ପର୍କ ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶ୍ରୀ ମଙ୍ଗରାଜ ଏହାପୂର୍ବରୁ ବିଜୁ ଜନତା ଦଳର ଗଣମାଧ୍ୟମ ସେଲର ନେତୃତ୍ଵ ନେଉଥିଲେ। ଏବେ ସେ ସରକାରଙ୍କ ଗଣମାଧ୍ୟମ ନୀତି ଆଲୋଚନାରେ ଭାଗ ନେବା ସହ ନିଜର ପରାମର୍ଶ ଦେଇପାରିବେ। ତାଙ୍କୁ ରାଜ୍ୟ ମନ୍ତ୍ରୀ ପାହ୍ୟା ମିଳିବ । ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ମାନସ ଦଳର ସାଂଗଠନିକ କାର୍ଯ୍ୟକ୍ରମରେ ଦୀର୍ଘ ଦିନ ଧରି ଜଡିତ ଅଛନ୍ତି । ଦଳର ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବକୁ ସୁଚାରୁରୂପେ ତୁଲାଇଛନ୍ତି ।


Conclusion:
Last Updated :Aug 30, 2019, 8:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.