ETV Bharat / state

ମଦ ବନ୍ଦ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମୌନ ଧାରଣା

author img

By

Published : May 9, 2020, 6:40 PM IST

protest against liquor shop open in kendujhar
ମଦ ବନ୍ଦ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମୌନ ଧାରଣା

ମଦ ପାଇଁ ଧାରଣା । ସମ୍ପୂର୍ଣ୍ଣ ମଦ ବନ୍ଦ ନିମନ୍ତେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମୌନ ଧାରଣା । ଅଧିକ ପଢନ୍ତୁ...

କେନ୍ଦୁଝର: ଦେଶରେ ଜାରି ରହିଛି ଲକ ଡାଉନ । ଏପରି ସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ମଦ ଦୋକାନକୁ ବନ୍ଦ ଘୋଷଣା କରିଥିବା ବେଳେ ବର୍ତ୍ତମାନ ପୁଣି ରାଜ୍ୟ ସରକାର ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ କେନ୍ଦୁଝର ଜିଲ୍ଲା ବାଲାଗୋଡା ପଞ୍ଚାୟତର ମହିଳା ସ୍ବଂୟସହାୟକ ଗୋଷ୍ଠୀର ସଦସ୍ୟା ବଲାଣି ଠାରେ ସାମାଜିକ ଦୂରତା ରକ୍ଷା କରି ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରିଛନ୍ତି । ଏହା ସହ ମୌନ ଧାରଣା ଦେଇଥିଲେ ।

ମଦ ବନ୍ଦ ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ମୌନ ଧାରଣା

ବଲାଣି ଅଞ୍ଚଳର ମା ମଙ୍ଗଳା ସ୍ବଂୟସହାୟିକା ଗୋଷ୍ଠୀ, ଜୟ ମା ମଙ୍ଗଳା ସ୍ବଂୟସହାୟିକା ଗୋଷ୍ଠୀ ମଦ ଦୋକାନ ସମ୍ପୂର୍ଣ ବନ୍ଦ ରଖିବାକୁ ଦାବି କରିଥିଲେ । ଏହି ମୌନ ଧାରଣାକୁ ବଜରଙ୍ଗ ଦଳ ସମର୍ଥନ ଜଣାଇଥିଲେ । ରାଜ୍ୟ ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ବିରୋଧ କରିବା ସହିତ ଦୈନନ୍ଦିନ ଜୀବନରେ ନାରୀ ମାନେ ମଦ ନିମନ୍ତେ ଘରୋଇ ହିଂସାର ଶିକାର ହେଉଥିବା ନେଇ ଅଭିଯୋଗ କରିଥିଲେ ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଚିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.