ETV Bharat / state

କଳାବ୍ୟାଚ ପରିଧାନ କରି ପ୍ରତିବାଦ କଲେ ଆୟୁଷ ଡାକ୍ତର

author img

By

Published : Aug 13, 2020, 7:10 AM IST

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କଲେ ଆୟୁଷ ଡାକ୍ତର
ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କଲେ ଆୟୁଷ ଡାକ୍ତର

ଆୟୁଷ ଡାକ୍ତରମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କେନ୍ଦୁଝର ଜିଲ୍ଲାରେ ୨୬ଟି ୟୁନିଟରେ ୪୪ ଜଣ ଆୟୁଷ ଡାକ୍ତର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରି ଆସୁଛନ୍ତି ।

କେନ୍ଦୁଝର: ଜିଲ୍ଲାରେ ରାଷ୍ଟ୍ରୀୟ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ କାର୍ଯ୍ୟ କରୁଥିବା ଆୟୁଷ ଡାକ୍ତରମାନେ ସେମାନଙ୍କର ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କେନ୍ଦୁଝର ଜିଲ୍ଲାରେ ୨୬ଟି ୟୁନିଟରେ ୪୪ ଜଣ ଆୟୁଷ ଡାକ୍ତର ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରି ଆସୁଛନ୍ତି । ଏବେ ପର୍ଯ୍ୟନ୍ତ ରେଗୁଲାର କରାଯାଇ ନଥିବା ସଂପୃକ୍ତ ଡାକ୍ତରମାନଙ୍କ ଦରମାକୁ ୫୦,୦୦୦ ଟଙ୍କା କରିବା, ଏପରିକି ସେମାନେ ତୃଣମୂଳ ସ୍ତରରେ କୋଭିଡ-୧୯ କାମ କରୁଥିବାବେଳେ 2ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ହେଲେ ବି ସେମାନଙ୍କୁ କୋରୋନାଯୋଦ୍ଧା ଭାବେ ଘୋଷଣା ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କଲେ ଆୟୁଷ ଡାକ୍ତର

ତେଣୁ ସେମାନଙ୍କ ଦରମାକୁ ୫୦୦୦୦ ହଜାର କରିବା, ଭବିଷ୍ୟତ ସୁରକ୍ଷା ପାଇଁ ସେମାନଙ୍କ ଚାକିରୀକୁ ରେଗୁଲାର କରିବା, ଆର.ବି.ଏସ.କେ ଡକ୍ଟର ମାନଙ୍କୁ ଆୟୁଷ ନିର୍ଦେଶାଳୟ ଅଧିନରେ ରଖିବା, ଏହି ଡାକ୍ତରମାନେ ଅଙ୍ଗନବାଡି ଓ ସ୍କୁଲର ପିଲାମାନଙ୍କୁ ଦେବାପାଇଁ ହୋମିଓପ୍ୟାଥିକ ଆୟୁର୍ବେଦିକ ଔଷଧ ଯୋଗାଇ ଦେବା, ରାଜ୍ୟ ତଥା ଜିଲ୍ଲା ସ୍ତରରେ ହେଉଥିବା ବିଭିନ୍ନ ଟ୍ରେନିଂରେ ଆର ବି ଏସ କେ ଡାକ୍ତରଙ୍କୁ ସାମିଲ କରିବା, ଆର.ବି.ଏସ.କେର ଆନୁଧ୍ୟାନ ପାଇଁ ଏ.ଡି.ଏମ.ଓଙ୍କୁ ଦାୟିତ୍ବ ଦେବା, ସମସ୍ତ ଆୟୁଷ ଡାକ୍ତରଙ୍କୁ କୋରୋନା ଯୋଦ୍ଧା ବୋଲି ଘୋଷଣା କରିବା ସହିତ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋରୋନା ଯୋଦ୍ଧାଙ୍କର ସମସ୍ତ ସୁବିଧା ସୁଯୋଗ ଆୟୁଷ ଡାକ୍ତରମାନଙ୍କୁ ପ୍ରଦାନ କରିବା ଆଦି ଦାବିରେ ଏହି ପ୍ରତିବାଦ କରିଥିବା କହିଛନ୍ତି । ଏନେଇ ପ୍ରତିବାଦ ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରିଛନ୍ତି ।

କେନ୍ଦୁଝରରୁ ସନ୍ତୋଷ ମହାରାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.