ETV Bharat / state

ବିପଦରେ ଗଜରାଜ: କେନ୍ଦୁଝରରେ ଗଳିତ ମୃତଦେହ ଉଦ୍ଧାର

author img

By

Published : Jul 8, 2020, 5:52 PM IST

Updated : Jul 8, 2020, 6:00 PM IST

ଜିଲ୍ଲାରେ ପୁଣି ଏକ ହାତୀର ଅସ୍ବାଭାବିକ ମୃତ୍ୟୁ । ଛୁଆ ହାତୀଟିର କିଭଳି ମୃତ୍ୟୁ ହେଲା ଏନେଇ କାରଣ ଖୋଜୁଛି ବନବିଭାଗ ।

ବିପଦରେ ଗଜରାଜ: କେନ୍ଦୁଝରରୁ ହାତୀର ଗଳିତ ମୃତଦେହ ଠାବ
ବିପଦରେ ଗଜରାଜ: କେନ୍ଦୁଝରରୁ ହାତୀର ଗଳିତ ମୃତଦେହ ଠାବ

କେନ୍ଦୁଝର: ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ହୋଇଛି । ବଡ଼ବିଲ ରେଞ୍ଜ ଚୋରମାଲଦା ଗାଁ ନିକଟ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରେ ଏକ ହାତୀର ଗଳିତ ମୃତଦେହ ଠାବ ହୋଇଛି । ପ୍ରାୟ ଏକ ସପ୍ତାହ ତଳେ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ବିପଦରେ ଗଜରାଜ: କେନ୍ଦୁଝରରେ ଗଳିତ ମୃତଦେହ ଉଦ୍ଧାର

ଘଟଣା ସ୍ଥଳରେ ବନବିଭାଗର ଅଧିକାରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ ଆରମ୍ଭ କରିଛନ୍ତି । ହାତୀଟି ବୟସ ପାଖାପାଖି ୨ରୁ ୩ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହାତୀ ମୃତ୍ୟୁ ନେଇ ତଦନ୍ତ ଆରମ୍ଭ କରିଛି ବନ ବିଭାଗ । ପ୍ରକାଶ ଯେ, ଗତ ତିନି ମାସ ମଧ୍ୟରେ କେନ୍ଦୁଝର ବନଖଣ୍ଡ ଅଧୀନରେ ପାଞ୍ଚରୁ ଊର୍ଦ୍ଧ୍ବ ହାତୀ ମୃତ୍ୟୁବରଣ କରିଛନ୍ତି । ସମସ୍ତ ହାତୀ ଅସ୍ବାଭାବିକ ଭାବେ ମୃତ୍ୟୁବରଣ କରୁଥିବା ବେଳେ ତଳିଆ କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେଇ ବନ ବିଭାଗ ଚୁପ ଥିବା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

Last Updated : Jul 8, 2020, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.