ETV Bharat / state

ଜେଲ ଫେରନ୍ତାଙ୍କୁ ଘରୁ ଡାକିନେଇ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକେ

author img

By ETV Bharat Odisha Team

Published : Sep 26, 2023, 11:02 AM IST

ଘରୁ ଡାକି ନେଇ ଯୁବକଙ୍କୁ ହତ୍ଯା ଅଭିଯୋଗ । ଥାନାରେ ଅଭିଯୋଗ ପରେ 2 ଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢ଼ନ୍ତୁ

youth dead body rescued
youth dead body rescued

youth dead body rescued

କେନ୍ଦ୍ରାପଡ଼ା: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଅଭିଯୋଗ । କେନ୍ଦ୍ରାପଡ଼ା ନିକିରାଇ ଥାନା ଇନ୍ଦୁପୁର-ଧୂମାତ କେନାଲ ବନ୍ଧରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଉଛନ୍ତି ଚାରିଗାଁର ତ୍ରିଲୋଚନ ମଳିକ । ପୂର୍ବ ଶତ୍ରୁତାକୁ ନେଇ ଏହା ଏକ ଯୋଜନା ବଦ୍ଧ ହତ୍ୟାକଣ୍ଡ ହୋଇଥିବା ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଆଣିଛନ୍ତି । ପୋଲିସ 2 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ମୃତ ତ୍ରିଲୋଚନଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ବ ମାମଲା ରହିଥିବା ଜଣାପଡ଼ିଛି ।

ଏହା ମଧ୍ୟ ପଢନ୍ତୁ-କଳାହାଣ୍ଡିରେ ଚାଞ୍ଚଲ୍ୟ, ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର

ପରିବାର ଲୋକଙ୍କ ଅଭିଯୋଗ ମୁତାବକ, ଦୁଇ ଜଣ ବ୍ୟକ୍ତି ଘରକୁ ଆସି ତ୍ରିଲୋଚନଙ୍କୁ ଡ଼ାକି ନେଇଥିଲେ ଏବଂ କେନାଲ ବନ୍ଧ ନିକଟରେ ଆଉ ଦୁଇଜଣ ତାଙ୍କୁ ଅପେକ୍ଷା କରିଥିଲେ । ତ୍ରିଲୋଚନ ସେଠାରେ ପହଞ୍ଚିବା କ୍ଷଣି ଆଉ ୫ ଜଣେ ଯୁବକ ସେଠାରେ ପହଞ୍ଚିଥିଲେ । ଏକାଠି ମିଶି ସମସ୍ତେ ନିଶା ସେବନ କରିଥିଲେ । ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସାମାନ୍ୟ ବଚସା ହେବାରୁ ଅଭିଯୁକ୍ତ ମାନେ ଏକ ମଦ ବୋତଲ ଭାଙ୍ଗି ତ୍ରିଲୋଚନଙ୍କୁ ଆକ୍ରମଣ କରିଥିଲେ । ଏଥି ସହ ଛୁରୀରେ ବେକ, କାନ୍ଧ ଓ ଛାତିକୁ ଆକ୍ରମଣ କରିଥିଲେ । ଛୁରାମାଡ଼ ପରେ ସମସ୍ତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ତ୍ରିଲୋଚନଙ୍କୁ ଉଦ୍ଧାର କରାଯାଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ମୃତ ତ୍ରିଲୋଚନଙ୍କ ନାମରେ ବିଭିନ୍ନ ଥାନାରେ ୧୦ରୁ ଊର୍ଦ୍ଧ୍ବ ମାମଲା ଥିବା ଜଣାପଡ଼ିଛି । ଚୋରି, ଡକାୟତି, ଅପହରଣ, ଲୁଟ, ଗୁଳିକାଣ୍ଡ, ବେଆଇନ୍ ଅସ୍ତ୍ର ରଖିବା ପ୍ରଭୃତି ମାମଲାରେ ତ୍ରିଲୋଚନ ପୂର୍ବରୁ ବହୁବାର ଜେଲ ମଧ୍ଯ ଯାଇଛନ୍ତି । ନିକିରାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଥିବା ନେଇ ପୋଲିସ ସୂଚନା ଦେଇଛି । ଅନ୍ୟପଟେ ମୃତକଙ୍କ ବାପା ଅମର ମଳିକ ଏବଂ ବଡ଼ ବାପା ଅକ୍ଷୟ ମଳିକ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ନେଇ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଶତ୍ରୁତା ଗ୍ୟାଙ୍ଗୱାର ନା ଆଉ କିଛି ସେନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.