ETV Bharat / state

କଳାହାଣ୍ଡିରେ ଚାଞ୍ଚଲ୍ୟ, ପୃଥକ ସ୍ଥାନରୁ ଦୁଇଟି ମୃତଦେହ ଉଦ୍ଧାର

author img

By

Published : Aug 12, 2023, 11:13 AM IST

ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର
ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର

କଳାହାଣ୍ଡି ଜିଲ୍ଲାରେ ପୃଥକ ୨ ଜଣଙ୍କ ମୃତଦେହ ଉଦ୍ଧାର । କାଶୀବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଙ୍ଗଲରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ଅଧିକ ପଢନ୍ତୁ

ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପୃଥକ ପୃଥକ ସ୍ଥାନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର । ଜିଲ୍ଲାର କୋକସରା ଥାନା ଅନ୍ତର୍ଗତ କାଶିବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ସେହିପରି ଅନ୍ୟପଟେ ଜଙ୍ଗଲୁ ଜଣେ ବୃଦ୍ଧଙ୍କ ମୃତଦେହ ପୋଲିସ ଉଦ୍ଧାର କରିଥିବା ବେଳେ ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅଧୀନ କାଶୀବାହାଲ କେନାଲ ପାର୍ଶ୍ୱ ଚାଷ ଜମିରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ୍‌ ଉଦ୍ଧାର କରିଛି । ମୃତକ ଜଣକ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ସୋମନାଥ ଶବରଙ୍କ ସ୍ତ୍ରୀ ସୁରେଖା ଶବର ବୋଲି ଜଣାପଡ଼ିଛି । ଗତକାଲି ସକାଳୁ ଚାଷୀ କୈବଲ୍ୟ ମାଝୀ ନିଜ ଚାଷ ଜମିକୁ କାମ କରିବା ପାଇଁ ଆସିବାରୁ ନିଜ ଜମି ହୁଡ଼ାରେ ଥିବା ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିଥିଲେ । ଏନେଇ ସରପଞ୍ଚଙ୍କୁ ଜଣାଇବା ପରେ ସେ କୋକସରା ଥାନାକୁ ଖବର ଦେଇଥିଲେ । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଏଥିସହ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡ଼ି ନଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୋଲିସ୍ ସୂଚନା ଦେଇଛି ।

ଏହା ମଧ୍ୟ ପଢନ୍ତୁ- ବିଧାୟକ କ୍ବାର୍ଟର୍ସରୁ ମିଳିଲା ନାବାଳିକା ଝିଆରୀର ଝୁଲନ୍ତା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ସେହିପରି ଅନ୍ୟପଟେ ଜିଲ୍ଲାର କେଗାଁ ଥାନା ଅନ୍ତର୍ଗତ ବେତରାଜପାଲି ଘଟୁଆଲ ଜଙ୍ଗଲ ନିକଟରେ ଏକ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ବୃଦ୍ଧ ଜଣକ ବେତରାଜପାଲି ଗ୍ରାମର ପରମେଶ୍ୱର ଧାରୁଆ ବୋଲି ଜଣାପଡିଛି। ପୋଲିସ୍ ସୂଚନା ଅନୁଯାୟୀ କିଛି ଗୋରୁ ଚରାଳି ଜଙ୍ଗଲକୁ ଗୋରୁ ନେଇ ଯାଇଥିବା ସମୟର ଜଙ୍ଗଲରେ ବୃଦ୍ଧଙ୍କ ମୃତଦେହ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ଏନେଇ ବୃଦ୍ଧଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ ଟିମ୍ ସାହାଯ୍ୟରେ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.