ETV Bharat / state

କେନ୍ଦ୍ରାପଡା ଗସ୍ତରେ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ, ସଙ୍ଗଠନ ସଜାଡ଼ିବା ସହ କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

author img

By ETV Bharat Odisha Team

Published : Sep 5, 2023, 1:23 PM IST

union minister nityananda roy
union minister nityananda roy

ଲୋକସଭା ପ୍ରଭାସ ଯୋଜନାରେ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରି କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦଳୀୟ ସଙ୍ଗଠନକୁ ଦୃଢ଼ କରିବା ପାଇଁ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଅଧିକ ପଢନ୍ତୁ

union minister nityananda roy

କେନ୍ଦ୍ରାପଡା: ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଜିଲ୍ଲା ଗସ୍ତ କରି କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦଳୀୟ ସଙ୍ଗଠନକୁ ଦୃଢ଼ କରିବା ପାଇଁ ପଦାଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ସେହିପରି କେନ୍ଦ୍ରାପଡ଼ା ଲୋକସଭା ଓ ଜିଲ୍ଲା ଅଧିନ ରାଜନଗର, ଆଳି, କେନ୍ଦ୍ରାପଡ଼ା, ମହାକାଳପଡ଼ା ଏବଂ ପାଟକୁରା ଭଳି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତାଙ୍କ ସହ ଦଳୀୟ ସ୍ଥିତି ଉପରେ ଆଲୋଚନା କରିଥିଲେ । ଦଳର ଆଭିମୁଖ୍ୟକୁ ଯୁବ, ମହିଳା, କୃଷକ, ବ୍ୟବସାୟୀ, ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇ ପ୍ରତ୍ୟେକ ପରିବାର ନିକଟରେ ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ପହଞ୍ଚାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ସେହିପରି ସନାତନ ଧର୍ମ ଉପରେ ପ୍ରଶ୍ନ ଉଠାଉଥିବା INDIA ମେଣ୍ଟକୁ ନେଇ ମନ୍ତ୍ରୀ ବର୍ଷିଥିବା ବେଳେ ରାଜ୍ୟରେ ଆଗୁଆ ନିର୍ବାଚନ ଓ ସଚିବଙ୍କ ରାଜୁତି ସମ୍ପର୍କରେ ପ୍ରଶ୍ନକୁ ଏଡ଼ାଇଛନ୍ତି । ଏଥିସହ କେନ୍ଦ୍ରାପଡ଼ାବାସୀ ପ୍ରଧାନମନ୍ତ୍ରୀଙ୍କ ମନରେ ଓ ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ାବାସୀଙ୍କ ମନରେ ରହିଛି । ତେବେ ଆଗାମୀ ନିର୍ବାଚନରେ ପୁନର୍ବାର ପଦ୍ମ ଫୁଟିବ ଓ ଲୋକଙ୍କ ପାଖରେ ଜନାଭିମୁଖୀ କାର୍ଯ୍ୟ ପହଞ୍ଚିବ ବୋଲି ନିତ୍ୟାନନ୍ଦ ରାୟ ଗଣମାଧ୍ୟମରେ କହିଛନ୍ତି । ତେବେ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ରାଜ୍ୟ ବିଜେପିର ମୁଖପାତ୍ର ତେଜେଶ୍ୱର ପରିଡା, ଉମାକାନ୍ତ ପଟ୍ଟନାୟକ, ଗଣମାଧ୍ୟମ ସଂଯୋଜକ ନେହେରୁ ସାହୁ ପ୍ରମୁଖ ଉପସ୍ଥିତ ରହି ଗସ୍ତକୁ ସଫଳ କରିବା ସହ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ - 'ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଦେଶର ଗାଁ ଗାଁରେ ପହଞ୍ଚିଛି ବିକାଶର ଗଙ୍ଗା'

ପ୍ରକାଶ ଥାଉକି, ଗତକାଲି ମୟୂରଭଞ୍ଜ ଗସ୍ତ କରିଥିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହି ଅବସରରେ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସୁଦାମ ମାରାଣ୍ଡି ଝରାଡିହିରୁ ଝାଡ଼ଖଣ୍ଡ ରାଜ୍ୟକୁ ଗମନାଗମନ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଝରାଡିହିରୁ ଝାଡଖଣ୍ଡ ରାଜ୍ୟକୁ ଗମନାଗମନ ପାଇଁ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏନେଇ ଦୀର୍ଘ ଦିନରୁ ବିଭିନ୍ନ ସଂଗଠନ ଓ ଅଞ୍ଚଳବାସୀ ଉକ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରି ଆସୁଥିବା ବେଳେ ଶେଷରେ ମୁଖ୍ୟମନ୍ତ୍ରୀ ଉକ୍ତ ୧୩୦୦ ମିଟର ରାସ୍ତାର ନିର୍ମାଣ କାର୍ଯ୍ୟ ପାଇଁ ୩କୋଟି ୧ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.