ETV Bharat / state

ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ

author img

By

Published : Dec 13, 2022, 7:35 AM IST

ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସଫେଇ ଓ ପରିମଳ ବିଭାଗରେ । ଅଧିକ ପଢ଼ନ୍ତୁ

ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ

କେନ୍ଦ୍ରାପଡ଼ା : ସ୍ଥାୟୀ ନିଯୁକ୍ତି ଦାବିରେ ପୌର ସଫେଇ କର୍ମଚାରୀଙ୍କ ବିକ୍ଷୋଭ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ସଫେଇ ଓ ପରିମଳ ବିଭାଗରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ବିଭାଗରେ କାମ କରୁଥିବା କର୍ମଚାରୀଙ୍କ ପ୍ରତି ସରକାର ଅବହେଳା କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସ୍ଥାୟୀ ନିଯୁକ୍ତି ସମେତ ମାସିକ ଦରମା, ୬ ମାସର ପ୍ରସୂତିକାଳୀନ ଛୁଟି ଓ କାମ କରୁଥିବା ସମୟରେ ସାମାଜିକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପାଖରେ ନିବେଦନ କରିଛନ୍ତି ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ସଫେଇ ଓ ପରିମଳ କାର୍ଯ୍ୟରେ ନିୟୋଜିତ ସ୍ୱଚ୍ଛସାଥୀ, ସୁପରଭାଇଜର ସମୁହ କରିବାକୁ ଦାବି ହୋଇଛି। ଏହାକୁ ନେଇ ବେସରକାରୀ ସଫେଇ କର୍ମଚାରୀମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ୭ ଦଫା ସମ୍ବଳିତ ଏକ ଲିଖିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି । କୋଭିଡ ମହାମାରୀ ସମୟରେ ଏହି ସ୍ୱଚ୍ଛସାଥୀ ଓ ସୁପରଭାଇଜର ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବାରେ ନିୟୋଜିତ ଥିଲେ ।

ଏହାମଧ୍ୟ ପଢ଼ନ୍ତୁ. ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି

ଏଭଳି କାର୍ଯ୍ୟରେ ନିୟୋଜିତ ହୋଇ ପରିବାର ପ୍ରତିପୋଷଣ ସମ୍ଭବ ନୁହେଁ ବୋଲି କହିଛନ୍ତି ସଫେଇ କର୍ମଚାରୀ । ସେହିପରି ଅନ୍ୟମାନଙ୍କ ମଧ୍ୟରେ ୧୪ ଜଣ ସୁପରଭାଇଜର ଏହି ୨୦ ନମ୍ବର ୱାର୍ଡ ବିଶିଷ୍ଟ ପଟ୍ଟାମୁଣ୍ଡାଇ ପୌରପାଳିକାର ସଫେଇ ଦାୟିତ୍ୱ ନେଇଛନ୍ତି । ହେଲେ ଏମାନଙ୍କ ଦାୟିତ୍ୱ ରାଜ୍ୟସରକାର ନେବାକୁ କୁଣ୍ଠାବୋଧ ପ୍ରକାଶ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏମାନଙ୍କ ଦାବି ଉପରେ ଧ୍ୟାନ ଦେଇ ୭ ଦଫା ଦାବି ପୂରଣ ଦିଗରେ ପଦକ୍ଷେପ ନେବାକୁ ଗୁହାରି କରିଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.