ETV Bharat / state

ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି

author img

By

Published : Nov 7, 2022, 6:31 PM IST

ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି
ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି

ଭୁବନେଶ୍ବରରେ ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ମାରକ ପତ୍ର । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ମିଳିତ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଅଧିକ ପଢ଼ନ୍ତୁ

ଭୁବନେଶ୍ବର: ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ୧୫ ଦଫା ଦାବି ନେଇ ସିଆଇଟିୟୁ (Centre of Indian Trade Unions) ନେତୃତ୍ବରେ ପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ସ୍ମାରକ ପତ୍ର । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ମିଳିତ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।

ବିଏମସି ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ ଦାବି

ଭୁବନେଶ୍ବର ମହାନଗର ନିଗମ ୱାର୍କର୍ସ ୟୁନିୟନ ତଥା ସିଆଇଟିୟୁ ନେତୃତ୍ବରେ ଶହ ଶହ ସଫେଇ କର୍ମଚାରୀ ହାତରେ ଝାଡୁ ଓ ସଫେଇ ଗାଡି ଧରି ଅଭିନବ ଉପାୟରେ ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରିଛନ୍ତି । ବିରାଟ ଶୋଭାଯାତ୍ରାରେ ରାଜମହଲ ଛକ ଠାରୁ ବାହାରି ମୁଖ୍ୟମନ୍ତ୍ରୀଙ୍କୁ ୧୫ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏହି ଦାବି ପତ୍ର ଜରିଆରେ ସଫେଇ କର୍ମଚାରୀମାନଙ୍କୁ ସ୍ଥାୟୀ କରିବା, ସମାନ କାମ ପାଇଁ ସମାନ ମଜୁରୀ ପ୍ରଦାନ, ଆଇନଗତ ଛୁଟି ପ୍ରଦାନ, ଠିକା ପ୍ରଥା ଉଚ୍ଛେଦ, ଘର ଓ ଭତ୍ତା ପ୍ରଦାନ, ସରକାରୀ ଘୋଷିତ ସର୍ବନିମ୍ନ ମଜୁରୀ, ଅବସରକାଳୀନ ପ୍ରାପ୍ୟ ପ୍ରଦାନ, ସମସ୍ତ ଶ୍ରମିକମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଗୃପ ବୀମା ଓ ସୁରକ୍ଷା ସାମଗ୍ରୀ ପ୍ରଦାନ କରିବା ପାଇଁ ଦାବି କରିଥିଲେ । ଆଇନ ଅନୁସାରେ ସମସ୍ତଙ୍କୁ ଇପିଏଫ୍ ଓ ଇଏସଆଇ ଭୁକ୍ତ କରିବାକୁ ମଧ୍ୟ ଦାବି କରାଯାଇଛି ।

ଶ୍ରମିକମାନଙ୍କୁ ଅବସର ବୟସ ପୂର୍ବରୁ ଅବସର ଦିଆଯାଉଥିବା ଅଭିଯୋଗ ହୋଇଛି । ଶ୍ରମିକଙ୍କ ମୃତ୍ୟୁ ପରେ ସେମାନଙ୍କର ଉତ୍ତରାଧିକାରୀଙ୍କୁ ପ୍ରାପ୍ୟ କିମ୍ବା ନିଯୁକ୍ତି ଦିଆଯାଉନାହିଁ । କୋର୍ଟଙ୍କ ଆଦେଶକୁ ମଧ୍ୟ ବିଏମସି କର୍ତ୍ତୃପକ୍ଷ ଅବମାନନା କରୁଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ଅନ୍ୟପଟେ ଏମାନେ ୩୦ ବର୍ଷ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର କୌଣସି ଦାବି ବିଏମସି ପୂରଣ କରୁନଥିବା କହିଛନ୍ତି ସଫେଇ କର୍ମଚାରୀ । ଏନେଇ ସହରକୁ ସ୍ଵଚ୍ଛ ରଖୁଥିବା ଏହି କର୍ମଚାରୀ ଉଦ୍‌ବେଗ ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ଦାବି ସମ୍ପର୍କରେ ଜଣାଇବା ପାଇଁ ପଦଯାତ୍ରା କରି ବାହାରିଥିଲେ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଏହି ପଦଯାତ୍ରା ଯିବା ସମୟରେ ଶିଶୁପାଳ ଛକରେ ପୋଲିସ ସେମାନଙ୍କୁ ଅଟକାଇଥିଲା । ଫଳରେ ପୋଲିସ ମାଧ୍ୟମରେ ସେମାନେ ଦାବିପତ୍ର ଦେଇଥିଲେ । ତେବେ ଆଗାମୀ ଦିନରେ ସରକାର ଏହି ଦାବି ନଶୁଣିଲେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ସହ ମିଳିତ ଆତ୍ମାହୂତି ଦେବେ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.