ETV Bharat / state

ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

author img

By

Published : May 3, 2020, 10:00 AM IST

ଏବେ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାକୁ ଆସି ସାରିଲେଣି 6 ଜଣ ସୁରଟ ଶ୍ରମିକ। ଶନିବାର ରାତିରେ ଆଉ କିଛି ଶ୍ରମିକ ଆସି ପହଁଞ୍ଚିବା ଥିବା ବେଳେ କୋଟାରୁ ୬ଜଣ ବିଦ୍ୟାର୍ଥି ମଧ୍ୟ ଆଜି ଆସି ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Kendrapara district administration
ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନର ଜୋରସୋର ପ୍ରସ୍ତୁତି

କେନ୍ଦ୍ରାପଡା: କର୍ମଭୂମି ଛାଡି ନିଜ ଜନ୍ମମାଟିକୁ ବାହୁଡୁଛନ୍ତି ଅନ୍ୟରାଜ୍ୟରେ ଫସି ରହିଥିବା ପ୍ରବାସୀ ଶ୍ରମିକ ଓ ଅଧ୍ୟୟନ ପାଇଁ ଯାଇଥିବା ଛାତ୍ରଛାତ୍ରୀ । ଏମାନଙ୍କ ଫେରିବା ପାଇଁ ସରକାର ବିଭିନ୍ନ ବ୍ୟବସ୍ଥା କରିଛନ୍ତି। ଏହାସହ ଆସିବା ପରେ କ୍ବାରେନଣ୍ଟାଇନ ହଲରେ ଏମାନଙ୍କୁ ରଖାଯିବ।

ସୂଚନା ଥାଉକି, ଏବେ ସୁଦ୍ଧା କେନ୍ଦ୍ରାପଡା ଜିଲ୍ଲାକୁ ଆସି ସାରିଲେଣି 6 ଜଣ ସୁରଟ ଶ୍ରମିକ। ଶନିବାର ରାତିରେ ଆଉ କିଛି ଶ୍ରମିକ ଆସି ପହଁଞ୍ଚିବା ଥିବା ବେଳେ କୋଟାରୁ ୬ଜଣ ବିଦ୍ୟାର୍ଥି ମଧ୍ୟ ଆଜି ଆସି ପହଁଞ୍ଚିବାର କାର୍ଯ୍ୟକ୍ରମ ରହିଛି।

Kendrapara district administration

ସେହିପରି ରବିବାର ଜିଲ୍ଲାର କେରଳରୁ ୨୭୪ଜଣ ଶ୍ରମିକ ଖୋର୍ଦ୍ଧା ରେଲୱେ ଷ୍ଟେସନରେ ପହିଁଞ୍ଚିବାର ରହିଛି। ସେମାନଙ୍କେ ପହଞ୍ଚିବା ପରେ ତାଙ୍କୁ କ୍ବାରେଣ୍ଟାଇନରେ ରହିବାର ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏଯାବତ କେତେ ସଂଖ୍ୟକ ଶ୍ରମିକ ଆସିବେ ସଠିକ ସୂଚନା ନଥିଲେ ମଧ୍ୟ ରବିବାର ସନ୍ଧ୍ୟା ସୁଦ୍ଧା ଏସମ୍ପର୍କରେ ସୂଚନା ମିଳିପାରିବ ବୋଲି କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.