ETV Bharat / state

ମରିଗଲା ମା’ର ମମତା, ଦୁଇ ମାସ ପୁଅର ତଣ୍ଟି ଚିପି କୂଅକୁ ଫୋପାଡିଲା

author img

By

Published : Jan 3, 2022, 11:54 AM IST

Updated : Jan 3, 2022, 12:26 PM IST

ପଣତ କାନିରେ ଯେଉଁ ମାଆ ଛୁଆକୁ ଢାଙ୍କି ରଖେ ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦିଏ ଆଜି ସେହି ହାତରେ ଛୁଆର ତଣ୍ଟି ଚିପି କୂଅରେ ଫୋପାଡିଛି ମା’ (mother killed son) । ପରିବାର କଳହ ଆଗରେ ପାଶାଣି ହୋଇଛି ମାଆ । ଅଧିକ ପଢନ୍ତୁ

୨ ମାସର ପୁଅକୁ ତଣ୍ଟି ଚିପି କୂଅକୁ ଫୋପାଡିଲା
୨ ମାସର ପୁଅକୁ ତଣ୍ଟି ଚିପି କୂଅକୁ ଫୋପାଡିଲା

କେନ୍ଦ୍ରାପଡା: ପାରିବାରିକ କଳହର କରୁଣ ପରିଣିତି । ମା’ ସାଜିଲା ପିଶାଚିନୀ । ପଣତ କାନିରେ ଯେଉଁ ମାଆ ଛୁଆକୁ ଢାଙ୍କି ରଖେ ଯେଉଁ ହାତରେ ତାକୁ ମମତାବୋଳା ସ୍ପର୍ଶ ଦିଏ ଆଜି ସେହି ହାତରେ ଛୁଆର ତଣ୍ଟି ଚିପି କୂଅରେ ଫୋପାଡିଛି ମା’ (mother killed son) । ପରିବାର କଳହ ଆଗରେ ପାଶାଣି ହୋଇଛି ମାଆ । ଛୁଆକୁ ଦୁନିଆର ଆଲୋକ ଦେଖାଉଥିବା ମାଆ ଦୁନିଆ କଣ ନ ବୁଝୁଣୁ ଛୁଆର ଜୀବନ ନେଇଗଲା । ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ବଳି ପଡ଼ିଗଲା ନିଷ୍ପାପ ଶିଶୁ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଦୁମୁକା ପଞ୍ଚାୟତ କାନପୁର ଗ୍ରାମରେ । ପୋଲିସ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଦୁଇ ମାସ ପୁଅର ତଣ୍ଟି ଚିପି କୂଅକୁ ଫୋପାଡିଲା

ଗତକାଲି (ରବିବାର) ରାତିରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ଧାରଣ କରିଥିଲା । ଏଥିରେ ହିତାହିତ ଜ୍ଞାନ ଭୁଲି ମହିଳା ଜଣକ ଶୋଇଥିବା ୨ ମାସର ନିରୀହ ଶିଶୁର ତଣ୍ଟି ଚିପି ମାରି ଦେଇଥିଲା । ଏହାପରେ ଜରି ଅଖାରେ ପଥର ବାନ୍ଧି କୂଅକୁ ଫୋପାଡ଼ି ଦେଇଥିଲା ।

ଘରେ ପୁଅକୁ ନ ପାଇ ପରିବାର ଲୋକ ସକାଳେ ଥାନାକୁ ଖବର ଦେଇଥିଲେ । ପୋଲିସ୍‌ ଓ ଅଗ୍ନିଶମ ବାହିନୀ ଖୋଜାଖୋଜି କରିଥିଲେ । ଏହାପରେ କୂଅରୁ ଶିଶୁପୁତ୍ର ମୃତଦେହକୁ ଉଦ୍ଧାର କରିଥିଲେ । ଉଭୟ ସ୍ବାମୀ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated : Jan 3, 2022, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.