ETV Bharat / state

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

author img

By

Published : Aug 14, 2021, 1:45 PM IST

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ
ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନ ଉପରେ କୁପ୍ରଭାଵ ପଡିବା ଅଭିଯୋଗ କରି ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ । ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଖରସ୍ରୋତା ନଦୀରେ ପାନୀୟ ଜଳ ପ୍ରକଳ୍ପ ହେଲେ ଭିତରକନିକା ଜାତୀୟ ଉଦ୍ୟାନ ଉପରେ କୁପ୍ରଭାଵ ପଡିବ । ଏହି ଅଭିଯୋଗ ଆଣି ଗତ ୧୦ ତାରିଖରୁ ଆମରଣ ଅନଶନରେ ବସିଛନ୍ତି ପରିବେଶବିତ ତଥା ଭିତରକନିକା ଇକୋ ଜୋନ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ । କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ଠାରୁ ମାତ୍ର ୧୦ମିଟର ଦୂର ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଅନଶନରେ ବସିଛନ୍ତି ଶ୍ରୀକାନ୍ତ ।

ଅନଶନରେ ବସିଛନ୍ତି ଭିତରକନିକା ଇକୋ ଜୋନ ମନିଟରିଂ ସଦସ୍ୟ

ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଦୀର୍ଘ ୭୨ ଘଣ୍ଟା ପରେ ଶ୍ରୀକାନ୍ତଙ୍କ ପାଖରେ ନା ପହଞ୍ଚିଛି ମେଡିକାଲ ଟିମ ନା କୌଣସି ପ୍ରଶାସନିକ ଅଧିକାରୀ । ଯାହାକି ବର୍ତ୍ତମାନ ଜିଲ୍ଲାବାସୀଙ୍କୁ ଖରସ୍ରୋତା ବଞ୍ଚାଅ ଆନ୍ଦୋଳନରେ ସାମିଲ ହେବାପାଇଁ ଭରପୁର ଖୋରାକ ଯୋଗାଇଛି । ଶାନ୍ତିପୂର୍ଣ୍ଣ ଭାବେ ଶ୍ରୀକାନ୍ତ ଅନଶନରେ ବସିଥିବା ବେଳେ ତାଙ୍କ ଦ୍ୱାରା ନିର୍ମିତ ପରିବେଶ ପାଇଁ "ସମ୍ଭାବନା"କୁ ମାପଚୁପ କରାଯାଇ ଏହାକୁ ଭାଙ୍ଗିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି । ଏଥିସହ ମାନବ ଶୃଙ୍ଖଳ ଦ୍ୱାରା ଶ୍ରୀକାନ୍ତଙ୍କୁ ସମର୍ଥନ ମିଳିଥିବା ବେଳେ ତାଙ୍କ ଆନ୍ଦୋଳନକୁ ସମର୍ଥନ କରି ପ୍ରତ୍ୟହ ୧୦ରୁ ଊର୍ଦ୍ଧ୍ବ ଯୁବକ ତାଙ୍କ ସହ ସାମିଲ ହେଉଥିବା ଦେଖାଯାଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.