ETV Bharat / state

କୋଭିଡ ପରିଚାଳନା ନେଇ ଜିଲ୍ଲାପାଳଙ୍କ ପ୍ରେସମିଟ

author img

By

Published : Apr 28, 2021, 2:23 PM IST

Updated : Apr 28, 2021, 5:18 PM IST

କୋଭିଡ ପରିଚାଳନା ନେଇ ଜିଲ୍ଲାପାଳଙ୍କ ପ୍ରେସମିଟ
କୋଭିଡ ପରିଚାଳନା ନେଇ ଜିଲ୍ଲାପାଳଙ୍କ ପ୍ରେସମିଟ

କେନ୍ଦ୍ରାପଡ଼ାରେ କୋଭିଡ ପରିସ୍ଥିତି ଉପରେ ଦୃଢ଼ ଫୋକସ ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୋଭିଡ ହାର ଦୈନିକ ୪୫-୫୦%ମଧ୍ୟରେ ସୀମିତ ରହିଛି ଏବଂ ଜିଲ୍ଲାର ଆବଶ୍ୟକ ଥିବା ଅମ୍ଳଜାନ ୮ ଗୁଣ ଅଧିକ ରହିଛି ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଜିଲ୍ଲାରେ କୋଭିଡ ପରିସ୍ଥିତି ଉପରେ ଦୃଢ଼ ଫୋକସ ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ କୋଭିଡ ହାର ଦୈନିକ ୪୫-୫୦%ମଧ୍ୟରେ ସୀମିତ ରହିଛି ଏବଂ ଜିଲ୍ଲାର ଆବଶ୍ୟକ ଥିବା ଅମ୍ଳଜାନ ୮ ଗୁଣ ଅଧିକ ରହିଛି ବୋଲି ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି(ବୁଧବାର) ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିସହିତ କୋଭିଡ ହସ୍ପିଟାଲ ଓ ପଟ୍ଟାମୁଣ୍ଡାଇ କୋଭିଡ ହସ୍ପିଟାଲକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିବା ବେଳେ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୨୦୦ଶଯ୍ୟା ପ୍ରସ୍ତୁତ ରହିଛି ।

କୋଭିଡ ପରିଚାଳନା ନେଇ ଜିଲ୍ଲାପାଳଙ୍କ ପ୍ରେସମିଟ

ବର୍ତ୍ତମାନ ଚିକିତ୍ସିତ ହେଉଥିବା ୩୫ ଜଣ ଆକ୍ରାନ୍ତଙ୍କ ସ୍ଥିତିରେ ସୁଧାର ଆସୁଥିବା ବେଳେ ଏନେଇ ସ୍ଥିତି ଚିନ୍ତାଜନକ ନୁହେଁ ବୋଲି ଜିଲ୍ଲାପାଳ କହିଛନ୍ତି । ଜିଲାରେ ବର୍ତ୍ତମାନ ଆକ୍ଟିଭ ରୋଗୀଙ୍କ ସଂଖ୍ୟା ୫୦୦ ରହିଛି । ଏବଂ ଆଜି ଆପାତତଃ ୯୦ଜଣ ରୋଗୀ ଭଲହୋଇ ଆସିବାର ସମ୍ଭାବନା ରହିଛି । ଗତବର୍ଷ ତୁଳନାରେ ଏବେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହି ଅକ୍ସିଜେନ ଫାସିଲିଟି ପ୍ରସ୍ତୁତ ରଖୁଛି ବୋଲି କହିଛନ୍ତି ଜିଲ୍ଲାପାଳ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Apr 28, 2021, 5:18 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.