ETV Bharat / state

ରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତ

author img

By

Published : May 26, 2021, 3:31 AM IST

ରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତ
ରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଉପକୂଳରେ ବାତ୍ୟା ପ୍ରଭାବ ପୂର୍ବରୁ ଦେଖିବାକୁ ମିଳିଛି ବିଶାଳ ଘୂର୍ଣ୍ଣିଘଡ । ସ୍ଥାନୀୟ ଲୋକେ ଆତଙ୍କିତ । ଅଧିକ ପଢନ୍ତୁ....

କେନ୍ଦ୍ରାପଡା: ଜିଲ୍ଲାରେ ସାମୁଦ୍ରିକ ବାତ୍ୟା ‘ୟସ’ ତାଣ୍ଡବ ରଚିବା ଆରମ୍ଭ କରିସାରିଥିବାବେଳେ ମଙ୍ଗଳବାର ସନ୍ଧ୍ୟା ସମୟରେ ରାଜନଗରର ବଡ଼ଆଡ଼ିଆ ଗାଁ ଭିତରେ ଏକ ଘୁର୍ଣ୍ଣିଝଡ ବେଶ କିଛି ସମୟ ପାଇଁ ତାଣ୍ଡବ ରଚିଥିବା ଦେଖିବାକୁ ମିଳିଛି । ଏହା ପ୍ରଭାବରେ ସାମୟିକ ସମୟ ପାଇଁ ଜନଜୀବନ ବିପର୍ଯ୍ୟସ୍ତ ହୋଇ ପଡିଥିଲା । ଘୁର୍ଣ୍ଣିଝଡଟି ସମୁଦ୍ରରୁ ଉଠିଥିବା ବେଳେ ଏହା ବେଶ କିଛି ସମୟ ପାଇଁ କୋକୁଆ ଭୟ ସୃଷ୍ଟି କରିଛି। ଘୁର୍ଣ୍ଣି ବଳୟଟି ଆକାରରେ ଖୁିବ ବଡଥିବା ବେଳେ ଖୁବ ଦୂର ପର୍ଯ୍ୟନ୍ତ ମଧ୍ୟ ଦୃଶ୍ୟମାନ ହୋଇଥିଲା ।

ରାଜନଗରର ସମୁଦ୍ର କୂଳ ଅଞ୍ଚଳରେ ଘୁର୍ଣ୍ଣିଝଡ, ଥଇଥାନ ଲୋକେ ଆତଙ୍କିତ

ବାତ୍ଯା ଆଉ କିଛି ଘଣ୍ଟା ପରେ ଲ୍ୟାଣ୍ଡଫଲ କରିବାକୁ ଥିବାବେଳେ ଏପରି ଘୂର୍ଣ୍ଣିବଳୟ ଦେଖି ଆତଙ୍କିତ ସମୁଦ୍ର ଉପକୂଳ ଲୋକେ । ତେବେ ଏପରି ସମୟରେ ଘୂର୍ଣ୍ଣିଝଡରେ ଲୋକମାନେ ଭୟଭିତ ହୋଇ ପଡିଥିଲେ ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.