ETV Bharat / state

ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ, ଆନ୍ଦୋଳନ ଚେତାବନୀ ଦେଲେ ଭାଗବତ ପ୍ରେମୀ

author img

By

Published : Aug 24, 2022, 7:34 AM IST

କେନ୍ଦ୍ରାପଡ଼ାରେ ବାଟବଣା ଭାଗବତ ଟୁଙ୍ଗୀ ପୁନଃରୁଦ୍ଧାର ଯୋଜନା । ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଦିଆଯାଇଥିଲେ ମଧ୍ୟ ଜିଲ୍ଲାରେ ଗୋଟିଏ ମାତ୍ର ଟୁଙ୍ଗୀ ତିଆରି ହୋଇନଥିବା ନେଇ ଭାଗବତ ପ୍ରେମୀଙ୍କୁ କ୍ଷୁବ୍ଧ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

bhagwat tung committee warns for protest in kendrapara
ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ, ଆନ୍ଦୋଳନ ଚେତାବନୀ ଦେଲେ ଭାଗବତ ପ୍ରେମୀ

କେନ୍ଦ୍ରାପଡ଼ା: ଓଡ଼ିଆ ସଂସ୍କୃତିକୁ ପୁରପଲ୍ଲୀରେ ବଞ୍ଚାଇ ରଖିବାକୁ ଭାଗବତ ଟୁଙ୍ଗୀର ବ୍ୟବସ୍ଥା କରାଯାଇଛି । ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ମାନଙ୍କରେ ଭାଗବତ ଟୁଙ୍ଗୀ ପାଇଁ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏଯାବତ ଭାଗବତ ଟୁଙ୍ଗୀଟିଏ ପ୍ରତିଷ୍ଠା ହୋଇନପାରିବା ଭାଗବତ ପ୍ରେମୀଙ୍କୁ କ୍ଷୁବ୍ଧ କରିଛି । ସ୍ଥାନ ଅଭାବରୁ ଗଛମୂଳ କିମ୍ବା କୌଣସି ଠାକୁରଙ୍କ ପ୍ରାଙ୍ଗଣ ଖୋଲା ଆକାଶ ତଳେ ଧାର୍ମିକ କାର୍ଯ୍ୟ ଚାଲୁଛି । ବର୍ଷା ହେଲେ ଭାଗବତ ପାଠ ବନ୍ଦ କରିବାକୁ ପଡୁଛି । ଏକ ନିତି ଦିନିଆ ଭାଗବତ ଟୁଙ୍ଗିଟିଏ ଦେବାପାଇଁ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ଦାବି କରାଯାଇଛି ।

ଖର୍ଚ୍ଚ ହେଉନି ଭାଗବତ ଟୁଙ୍ଗୀ ଅନୁଦାନ

ଏନେଇ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ରାଜ୍ୟ ଓ ଜିଲ୍ଲା ନେତୃତ୍ବ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କ ଦାବି ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲାରେ ଅନ୍ୟୁନ ୪୩୮ଟି ଭାଗବତ ଟୁଙ୍ଗୀ ପାଇଁ ୨୦୧୭ ମସିହାରୁ ଅନୁଦାନ ଆସିଥିଲା । କିନ୍ତୁ ସେଥିରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇ ପାରିନାହିଁ (bhagwat tungi grants not spent in kendrapara) । ଏନେଇ ପ୍ରଚାର ସମିତି ପକ୍ଷରୁ ବାରମ୍ବାର ଆପତ୍ତି ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେବେ ଆଜି ରାଜ୍ୟ ନେତୃତ୍ବ ଓ ଜିଲ୍ଲାସ୍ତରୀୟ ଭାଗବତ ପ୍ରେମୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇ ଆସନ୍ତା ଏକମାସ ମଧ୍ୟରେ ଗଚ୍ଛିତ ଥିବା ଅନୁଦାନ ରାଶି ପ୍ରଦାନ ନକଲେ ସେମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି (bhagwat tung committee warns for protest) ।

ଏହା ମଧ୍ୟ ପଢ଼ନ୍ତୁ: ବହୁଚର୍ଚ୍ଚିତ ସାରଥୀ ଆଶ୍ରମରେ ପୁଣି ଭକ୍ତଙ୍କ ସମାଗମ, ଆଶ୍ରମ ସିଲ୍‌ କରିଥିଲା ED

ଏନେଇ ଭାଗବତ ଟୁଙ୍ଗୀ ରାଜ୍ୟ ଉପସଭାପତି କହିଛନ୍ତି, "ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦୀର୍ଘଦିନ ହେଲାଣି ବଜେଟ ପାସ ହୋଇଛି । ବିଭିନ୍ନ ଜିଲ୍ଲାକୁ ପ୍ରତି ଟୁଙ୍ଗୀ ପ୍ରତି ୫୦ ହଜାର ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କିନ୍ତୁ କେନ୍ଦ୍ରାପଡ଼ା ଏଥିରୁ ବାଦ ପଡ଼ିଛି । ଜିଲ୍ଲାପାଳ କହିଛନ୍ତି, ଖୁବ ଶୀଘ୍ର ଜିଲ୍ଲା ସଂସ୍କୃତି ବିଭାଗ ସହ କଥା ହୋଇ ଏହି ସମସ୍ୟା ଦୂର କରାଯିବ । ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ଅନଶନ କରାଯିବ ।" ତେବେ ଚଳିତ ବିଧାନସଭା ଅଧିବେଶନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଭାଗବତ ଟୁଙ୍ଗୀ ସମ୍ପର୍କରେ ରାଜନଗର ବିଧାୟକ ଧ୍ରୁବ ସାହୁ ପ୍ରଶ୍ନ ଉଠାଇଥିଲେ । ତେବେ ସରକାରୀ ସ୍ତରରେ ଏଯାବତ ଏହାକୁ ପୂରଣ ନକରିବା ନେଇ ଅନେକ ପ୍ରଶ୍ନ ଉଠୁଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.