ETV Bharat / state

ବଜ୍ରାଘାତ ପରେ ଅଂଶୁଘାତ, ପାଠପଢ଼ା ବେଳେ ୬ ଛାତ୍ରଛାତ୍ରୀ ଅସୁସ୍ଥ

author img

By ETV Bharat Odisha Team

Published : Aug 22, 2023, 10:56 PM IST

ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ
ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦ୍ରପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ଅଘଟଣ । ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ । ଅଧିକ ପଢ଼ନ୍ତୁ

ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ

କେନ୍ଦ୍ରାପଡ଼ା: ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ଅଘଟଣ । ଅଂଶୁଘାତରେ ୬ ଛାତ୍ରଛାତ୍ରୀ ଅସୁସ୍ଥ । ପାଠ ପଢ଼ା ଚାଲିଥିବା ବେଳେ ହଠାତ୍ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିବାରୁ ସେମାନଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ, ଡାକ୍ତଖାନାରେ ଭର୍ତ୍ତି

ସୂଚନା ଅନୁଯାୟୀ ଗରଦପୁର ବ୍ଲକ ଅନ୍ତର୍ଗତ କୁଦାନଗରୀ ଆଦର୍ଶ ବିଦ୍ୟାଳୟରେ ପାଠପଢ଼ା ଚାଲୁଥିଲା । ଫ୍ୟାନ ନଥିବାରୁ ଅସହ୍ୟ ଗୁଳୁଗୁଳିରେ ହଠାତ୍ ୬ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ଅନୁଭବ କରି ଅଚେତ ହୋଇପଡ଼ିଥିଲେ । ତୁରନ୍ତ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଗତ ୧୨ ତାରିଖରୁ ଅଦ୍ୟାବଧି ଅସ୍ଥାୟୀ ଭାବେ ଚାଲୁଥିବା କୁଦାନଗରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟୁତ ସଂଯୋଗ କରିବା ପାଇଁ TPCODL ତତ୍ପରତା ଦେଖାଇନାହିଁ । ୧୨ ତାରିଖ ଦିନ ବଜ୍ରାଘାତରେ ବିଦ୍ୟୁତ ବଲବ ଓ ଫ୍ୟାନ ଗୁଡିକରୁ ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତ ଆଘାତ ଲାଗିବା ଫଳରେ ସେମାନେ ଚେତାଶୂନ୍ୟ ହୋଇ ପଡ଼ିଥିଲେ । ଶିକ୍ଷାନୁଷ୍ଠାନ ଭଳି ସ୍ଥାନରେ ୧୦ ଦିନ ବିତି ଯାଇଥିଲେ ମଧ୍ୟ ବିଦ୍ୟୁତ ବିଭାଗ ଯେଉଁ ତତ୍ପରତା ଦେଖାଇ କାର୍ଯ୍ୟ ସମ୍ପାଦନ କରିବା କଥା ତାହା କରିନଥିବାରୁ ପୁନର୍ବାର ଏକ ଅଘଟଣ ଘଟିଲା ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି । ଖବର ପାଇ ଗରଦପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଭୟ ମହାରାଜ ବିଦ୍ୟାଳୟକୁ ଯାଇ ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିଥିବା ବେଳେ ବିଦ୍ୟୁତ ବିଭାଗକୁ କଡା ଚେତାବନୀ ଦେଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢ଼ନ୍ତୁ: ହଷ୍ଟେଲରେ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ୪୭ ଛାତ୍ରଛାତ୍ରୀ ଅସୁସ୍ଥ

ପ୍ରକାଶ ଥାଉକି, ଗତ ୧୨ ତାରିଖରେ ପାଟକୁରା ଆଦର୍ଶ ବିଦ୍ୟାଳୟରେ ବଜ୍ରାଘାତରେ ୨୦ରୁ ଊର୍ଦ୍ଧ୍ବ ପିଲା ଆହତ ହୋଇଥିଲେ । ବିଦ୍ୟାଳୟ ଛୁଟି ହେଉଥିବା ସମୟରେ ଛାତ୍ରଛାତ୍ରୀ ମାନେ ସେଠାରୁ ବାହାରୁଥିବା ବେଳେ ପ୍ରବଳ ବର୍ଷାରେ ବଜ୍ରାଘାତ ଯୋଗୁଁ ୨୦ରୁ ଊର୍ଦ୍ଧ୍ବ ପିଲା ଆହତ ହୋଇଥିଲେ । ତନ୍ମଧ୍ୟରୁ ୪ ଜଣ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପୁଣି ଏଭଳି ସମାନ ଘଟଣା ଘଟିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ନେଇ ଅଭିଭାବକ ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.