ETV Bharat / state

ହଷ୍ଟେଲରେ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ, ୪୭ ଛାତ୍ରଛାତ୍ରୀ ଅସୁସ୍ଥ

author img

By

Published : Aug 21, 2023, 10:25 PM IST

ବଲାଙ୍ଗୀର ସ୍ଥିତ ଆଦିବାସୀ ଅନ୍ୱେଷା ହଷ୍ଟେଲର ୪୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି । ହଷ୍ଟେଲରେ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ଅଧିକ ପଢ଼ନ୍ତୁ

several students fell ill after eating meal in hostel
ହଷ୍ଟେଲ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ହଷ୍ଟେଲ ଖାଦ୍ୟ ଖାଇ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗୀର: ହଷ୍ଟେଲରେ ବାସି ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ବଲାଙ୍ଗୀର ସ୍ଥିତ ଆଦିବାସୀ ଅନ୍ୱେଷା ହଷ୍ଟେଲର ୪୭ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି । ଝାଡ଼ାବାନ୍ତି ଏବଂ ପେଟବ୍ୟଥା ଅନୁଭବ କରିବାରୁ ଛାତ୍ରଛାତ୍ରୀଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହଷ୍ଚେଲରେ ବାସି ଖାଦ୍ୟ ଦିଆଯାଉଥିବାରୁ ଏପରି ହୋଇଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିବା ବେଳେ ହଷ୍ଟେଲ କର୍ତ୍ତୃପକ୍ଷ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅନ୍ୟପଟେ ଘଟଣାର ତଦନ୍ତ ହେବ ବୋଲି ପ୍ରଶାସନ କହିଛି ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ କୋଟି କୋଟି ଟଙ୍କା ବଜେଟ କରାଯାଉଥିଲେ ମଧ୍ୟ ଗ୍ରାଉଣ୍ଡ ଜିରୋ ସ୍ଥିତି ପୁରା ଅଲଗା । ପୁଷ୍ଟିକର ଖାଦ୍ଯ ବଦଳରେ ବାସି ଖାଦ୍ଯ ଦେଇ ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ ଖେଳୁଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି । ଯେଉଁଥିରେ ହଷ୍ଟେଲର ୪୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବଲାଙ୍ଗୀର ପାଟଣାଗଡ ରାମପାଲି ସ୍ଥିତ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଅନ୍ବେଷା ହଷ୍ଟେଲରେ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆରେ ସୁଜି ଉପମା ଏବଂ ବାସୀ ପଖାଳ ଦିଆଯାଇଥିଲା । ବାସୀ ପଖାଳ ଖାଇ ଛାତ୍ରଛାତ୍ରୀ ସ୍କୁଲକୁ ପଢିବାକୁ ଯାଇଥିଲେ । ସେଠାରେ କିଛି ସମୟ ପରେ ଜଣେ ପରେ ଜଣେ ୪୭ ଜଣ ଛାତ୍ରଛାତ୍ରୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଆମ୍ବୁଲାନ୍ସରେ ପାଟଣାଗଡ ଡାକ୍ତରଖାନାରେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଭର୍ତ୍ତି କରିଥିଲେ । ସେହି ସମୟରେ ଛାତ୍ରଛାତ୍ରୀ ବାସୀ ଖାଦ୍ଯ ଖାଇବାରୁ ସ୍ବାସ୍ଥ୍ୟ ବିଗିଡ଼ିବା ନେଇ ଅଭିଯୋଗ କରିଥିଲେ । ଅସୁସ୍ଥଙ୍କ ମଧ୍ଯରୁ ଜଣେ ଛାତ୍ରୀ ଗୁରୁତର ଥିବା ବେଳେ ଅନ୍ଯ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡି ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: କୃମି ବଟିକା ଖାଇ ପୁଣି ୫ ଛାତ୍ରୀ ଅସୁସ୍ଥ, ଡାକ୍ତଖାନାରେ ଭର୍ତ୍ତି

ହଷ୍ଟଲରେ ରହୁଥିବା ଛାତ୍ରଙ୍କ କହିବା ଅନୁଯାୟୀ, "ଏଠାରେ ସବୁଦିନ ବାସି ଖାଦ୍ୟ ଦିଆ ଯାଇଥାଏ । ଦ୍ୱିପ୍ରହର ବଳକା ଥିବା ଖାଦ୍ୟକୁ ରାତିରେ ତିଆରି ହୋଇଥିବା ଖାଦ୍ୟ ସହ ମିଶାଇ ଦିଆଯାଏ । ଖାଇବାକୁ ଭଲ ନ ଲାଗୁଥିଲେ ବି ବାଧ୍ୟରେ ଖାଇଥାଉ । ସେହିପରି ପାଣିଆ ଡାଲି ସାଙ୍ଗକୁ କମ ପରିମାଣର ତରକାରୀ ଦିଆଯାଏ ।" କିନ୍ତୁ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅସ୍ବୀକାର କରିଛନ୍ତି ହଷ୍ଟେଲ ସୁପରିଟେଣ୍ଡେଣ୍ଟ । ଅଭିଭାବକ ବାହାରୁ ଆଣିଥିବା ଖାଦ୍ୟ ଖାଇ ଏପରି ପରିସ୍ଥିତି ଦେଖା ଦେଇଥିବା ସେ କହିଛନ୍ତି । ବର୍ତ୍ତମାନ ସମସ୍ତ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଉପରେ ତଦନ୍ତ ହେବ ବୋଲି କହିଛନ୍ତି ସହକାରୀ ଜିଲ୍ଲା ମଙ୍ଗଳ ଅଧିକାରୀ । ଏ ବିଷୟ ରେ ଖବର ପାଇ ରାଜ୍ଯସଭା ସାଂସଦ ନିରଞ୍ଜନ ବିଶି ଡାକ୍ତରଖାନା ପହଞ୍ଚି ସ୍ଥିତି ପରଖିଥିଲେ । ପରେ ହଷ୍ଟେଲ ଯାଇ ଅନ୍ଯ ଛାତ୍ରଛାତ୍ରୀଙ୍କ ଠାରୁ ମଧ୍ଯ ସମାନ ଅଭିଯୋଗ ଶୁଣି ବଲାଙ୍ଗୀର ଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.