ETV Bharat / state

କନ୍ଧମାଳରେ ପହିଲି ଶୀତର ସ୍ପର୍ଶ, କୁହୁଡିର ଚାଦରରେ ଢାଙ୍କି ହେଲାଣି ସହର

author img

By

Published : Nov 2, 2019, 10:41 AM IST

କନ୍ଧମାଳରେ ପହିଲି ଶୀତ। କୁହୁଡି ଓ କାକର ଚାଦରରେ ଢାଙ୍କି ହୋଇଲାଣି ସହର । ଆଉ ଏହି ଦୃଶ୍ୟ କବିଙ୍କ ମନକୁ ଆନ୍ଦୋଳିତ କଲାଣି । କିଛି ଦିନ ପରେ ପ୍ରକୃତିର ଏହି ରୂପକୁ କୋଳେଇ ନେବାକୁ କାହିଁ କେତେ ଆଡୁ ଧାଇଁ ଆସିବେ ପର୍ଯ୍ୟଟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ଫୁଲବାଣୀ: କନ୍ଧମାଳକୁ ଛୁଇଁଛି ଚଳିତ ବର୍ଷର ପହିଲି ଶୀତ । ଏହି ପହିଲି ଶୀତର ସ୍ପର୍ଶରେ ପୁଲକିତ କନ୍ଧମାଳବାସୀ । କୁହୁଡି ଚାଦରରେ ଢାଙ୍କି ହୋଇଥିବା ସହରର ଦୃଶ୍ୟ ବେଶ ରମଣୀୟ ହୋଇଛି । କୁହୁଡିର କାକର ବିନ୍ଦୁକୁ ଶୀତ ଭେଦ କରି ସୂର୍ଯ୍ୟଙ୍କ ପହିଲି କିରଣ କବିଙ୍କ ମନକୁ ଆନ୍ଦୋଳିତ କରିପକାଉଛି । ପ୍ରକୃତିର ମାଦକତା ଭରା ସଙ୍ଗୀତରେ ଜୀବନ୍ତ ହୋଇଉଠିଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କନ୍ଧମାଳ

ସେପଟେ, ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିକୁ ମଧ୍ୟ ଛୁଇଁଲାଣି ଶୀତ । ଏଥିସହ ପର୍ଯ୍ୟଟକମାନେ ପ୍ରକୃତିର ଏ ରୂପକୁ କୋଳେଇ ନେବାକୁ କନ୍ଧମାଳ ମୁହାଁ ହେବେ । ଆଉ ପ୍ରକୃତିର କୋଳରେ କେଇ ମୁହୂର୍ତ୍ତ କାଟିବାକୁ ଓ ପରଶ ପାଇବାକୁ କେତେ ଯେ ଧାଇଁ ଆସିବେ ଏଠିକି । ସତେ ଯେମିତି ଶୀତ ଆସିଛି ସମସ୍ତଙ୍କୁ ସ୍ବାଗତ କରିବାକୁ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.