ETV Bharat / state

Minor Rape Case: 2 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

author img

By

Published : Dec 3, 2021, 10:56 PM IST

Verdict To Minor Rapist: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ସହ ୧ ଲକ୍ଷ ୬୫ ହଜାର ଜରିମାନା
Verdict To Minor Rapist: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ସହ ୧ ଲକ୍ଷ ୬୫ ହଜାର ଜରିମାନା

୨୦୦୧୬ରେ ନାବାଳକକୁ ଦୁଷ୍କର୍ମରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ୍‌ଟ୍ରାକ୍ ପୋକ୍ସୋ କୋର୍ଟ । ଆଜୀବନ କାରାଦଣ୍ଡ ସହ ୧ ଲକ୍ଷ ୬୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ । ଅଧିକ ପଢ଼ନ୍ତୁ

ଫୁଲବାଣୀ: ୯ ବର୍ଷର ନାବାଳକ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ହତ୍ୟା ଅଭିଯୋଗରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫାଷ୍ଟ୍‌ଟ୍ରାକ୍ ପୋକ୍ସୋ କୋର୍ଟ । ନାବାଳକକୁ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୧୫ ଜଣଙ୍କର ସାକ୍ଷୀ ଗ୍ରହଣ କରାଯାଇଥିଲା । ଏହାସହ ଡାକ୍ତରୀ ରିପୋର୍ଟ ଓ ଅନ୍ୟ ପ୍ରମାଣ ଆଧାରରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଫୁଲବାଣୀ ସ୍ୱତନ୍ତ୍ର ଫଷ୍ଟ୍‌ଟ୍ରାକ୍ ପୋକ୍ସୋ କୋର୍ଟ ।

Verdict To Minor Rapist: ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ସହ ସହ ୧ ଲକ୍ଷ ୬୫ ହଜାର ଜରିମାନା

ଏହାସହିତ ଦୋଷୀଙ୍କୁ ୧ ଲକ୍ଷ ୬୫ ହଜାର ଟଙ୍କା ଅର୍ଥ ଦଣ୍ଡରେ ମଧ୍ୟ ଦଣ୍ଡିତ କରିଛନ୍ତି ବିଚାରପତି ଭାସ୍କରଚନ୍ଦ୍ର ସାହୁ । ଆଦାୟ ଅର୍ଥକୁ ପିଡ଼ିତ ପରିବାରକୁ କ୍ଷତିପୂରଣ ଆକାରରେ ପ୍ରଦାନ କରିବାକୁ ନିର୍ଦ୍ଦେ ଦିଆଯାଇଛି । ୨୦୧୬ ମାର୍ଚ୍ଚ ୧୪ ତାରିଖରେ ଫୁଲବାଣୀ ସଦରଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ନବାଳକ ପୁଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ । ସଦରଥାନା ପୋଲିସ ଏକ ମାମଲା ରୁଜୁ କରି ନାବାଳକକୁ ଖୋଜାଖୋଜି କରିଥିଲା ।

ତଦନ୍ତ ବେଳେ ସଦରଥାନା ଅଞ୍ଚଳର ଦୁଇ ଅଭିଯୁକ୍ତ ନାବାଳକ ସହ ଦୁଷ୍କର୍ମ କରିବା ସହ ହତ୍ୟା କରିଥିଲେ । ପ୍ରମାଣ ନଷ୍ଟ କରିବା ପାଈଇଁ ନାବାଳକର ପ୍ୟାଣ୍ଟ ଶାର୍ଟକୁ ପୋଡ଼ି ଦେଇ ତାର ମୃତଦେହକୁ ନଦୀ ବାଲିରେ ପୋତି ଦେଇଥିଲେ । ଘଟଣାର ତଦନ୍ତ ପରେ ସାକ୍ଷୀ ଓ ପ୍ରମାଣ ସହ ପୋଲିସ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରିଥିଲା । ଆଜି ଏହି ଘଟଣାର ବିଚାର କରି ବିଚାରପତି ରାୟ ଶୁଣାଇଛନ୍ତି । ମାମଲାକୁ ପୋକ୍ସୋ କର୍ଟର ସ୍ୱତନ୍ତ୍ର ପି.ପି ବନମାଳୀ ବେହେରା ପରିଚାଳନା କରୁଥିଲେ l

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.