ETV Bharat / state

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ଜବତ, ୪ ଗିରଫ

author img

By

Published : Oct 13, 2022, 12:37 PM IST

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ଜବତ ସହ ୪ ଗିରଫ
ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ଜବତ ସହ ୪ ଗିରଫ

ଫୁଲବାଣୀ ରେଞ୍ଜର ଖଜୁରୀପଡା ଘୁଗଲା ସାହିରେ ଜଣକ ଘରୁ ୫୬୫ଟି କାତି ଜବତ କରିବା ସହ ୪ ଜଣକୁ ଗିରଫ କରିଛି ଫୁଲବାଣୀ ବନ ବିଭାଗ । ଅଧିକ ପଢନ୍ତୁ

ଫୁଲବାଣୀ: ଫୁଲବାଣୀ ରେଞ୍ଜର ଖଜୁରୀପଡା ଘୁଗଲା ସାହିରେ ବନ ବିଭାଗର ଚଢାଉ । ବଜ୍ରକାପ୍ତା କାତି ବିକ୍ରି ହେଉଥିବାର ଖବର ପାଇ ରେଡ୍ କରିଛି ବନ ବିଭାଗ । ଘଟଣାସ୍ଥଳରୁ ୫୬୫ଟି ବଜ୍ରକାପ୍ତା କାତି ଜବତ କରାଯିବା ସହିତ 4ଜଣଙ୍କୁ ଗିରଫ କରିଛି ବନ ବିଭାଗ । ୫୬୫ଟି କାତିର ଓଜନ ପ୍ରାୟ ୨ କେଜି ୫୬ ଗ୍ରାମ ରହିଥିବା ଫୁଲବାଣୀ ଡିଏଫଓ ସୂଚନା ଦେଇଛନ୍ତି ।

ବନବିଭାଗର ଚଢ଼ାଉ: ବଜ୍ରକାପ୍ତା କାତି ଜବତ ସହ ୪ ଗିରଫ

ସୂଚନା ଅନୁଯାୟୀ,୧୦ ତାରିଖ ଦିନ ଫୁଲବାଣୀ ବନ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ଫୁଲବାଣୀ, ସୁଦୃକୁମ୍ପା ରେଞ୍ଜରଙ୍କ ସହ କର୍ମଚାରୀ ମାନେ ଏକ ଟିମ କରିଥିଲେ । ଖଜୁରୀପଡାର ଘୁଗଲା ସାହିର ରାଧାକାନ୍ତ ବେହେରାଙ୍କ ଘରେ ଚଢଉ କରି ୫୬୫ଟି କାତି ଜବତ କରିବା ସହ ଅଭିଯୁକ୍ତ ରାଧାକାନ୍ତକୁ ଗିରଫ କରାଯାଇଥିଲା । ପରେ ସମ୍ପୃକ୍ତ ଥିବା ୩ ଜଣକୁ ଗିରଫ କରିଥିଲା ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ ଖଜୁରୀପଡାର ରବୀନ୍ଦ୍ର ଗଣ୍ଡା ଓ ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳର ପ୍ରକାଶ ସାହୁ ଏବଂ ସୁଶାନ୍ତ ବେହେରା । ଅଭିଯୁକ୍ତ ମାନଙ୍କୁ କରିବା ସହ ଗିରଫ କରିବା ପରେ ଅଭିଯୁକ୍ତ ମାନେ ବଜ୍ରକାପ୍ତା ତସ୍କରି କନ୍ଧମାଳରୁ କେଉଁ କେଉଁ ଜାଗାକୁ କରୁଥିଲେ ତାହାର ଖୋଳତାଡ କରୁଛି ବନ ବିଭାଗ । ଏନେଇ ଓ୍ବାଇଲ୍ଡ ଲାଇଫ ଆକ୍ଟ ଆଧାରରେ କେସ ନମ୍ବର ୯୧/୨୨-୨୩ କେସ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।

ତେବେ ଏନେଇ ଫୁଲବାଣୀ ଡିଏଫଓ ପ୍ରଶାନ୍ତ ପଟେଲ କହିଛିନ୍ତି, "କିଛି ଦିନ ପୂର୍ବରୁ ଆମକୁ ବଜ୍ରକାପ୍ତା ତସ୍କରି ନେଇ ସୂଚନା ମିଳିଥିଲା। ଏନେଇ ଆମ କର୍ମଚାରୀମାନେ ଏକ ଟିମ ଗଠନ କରିଥିଲେ । ତେବେ ଏଥିରେ ଜଣଙ୍କ ଘରେ ଚଢାଉ ହେବା ପରେ ୫୬୫ଟି ବଜ୍ରକାପ୍ତା କାତି ଜବତ କରାଯାଇଥିଲା ଯାହାର ଓଜନ ପ୍ରାୟ ଥିଲା ୨କେଜି ୫୬ ଗ୍ରାମ । ଏଥିସହ 4ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।"

ଇଟିଭି ଭାରତ, ଫୁଲବାଣୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.