ETV Bharat / state

ନକ୍ସଲ କ୍ୟାମ୍ପରୁ ବିପୁଳ ମାଓ ସାମଗ୍ରୀ ଜବତ, ସର୍ଚ୍ଚ ଅପରେସନ ଜାରି

author img

By

Published : Jun 3, 2020, 9:02 PM IST

ନକ୍ସଲ କ୍ୟାମ୍ପରୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ
ନକ୍ସଲ କ୍ୟାମ୍ପରୁ ଜବତ ହେଲା ବିପୁଳ ମାଓ ସାମଗ୍ରୀ

କନ୍ଧମାଳ ଓ ନୟାଗଡ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଚାଲିଥିବା ନକ୍ସଲ କ୍ୟାମ୍ପରୁ ପୋଲିସ ବ୍ୟାପକ ସାମଗ୍ରୀ ଜବତ କରିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଫୁଲବାଣୀ: କନ୍ଧମାଳ ଓ ନୟାଗଡ ଜିଲ୍ଲା ସୀମାନ୍ତ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ଚାଲିଥିବା ନକ୍ସଲ କ୍ୟାମ୍ପରୁ ପୋଲିସ ବ୍ୟାପକ ସାମଗ୍ରୀ ଜବତ କରିଛି । ଏସଓଜି ଏବଂ ଡିବିଏଫ ଯବାନ ଟିମ କୁମ୍ବିଂ କରୁଥିବାବେଳେ ମାଓବାଦୀ କ୍ୟାମ୍ପ ଛାଡି ଛତ୍ରଭଙ୍ଗ ଦେଇଥିଲେ ।

ପୋଲିସ ବାହିନୀ କ୍ୟାମ୍ପରେ ସର୍ଚ୍ଚ ଅପରେସନ କରିବା ପରେ ବିପୁଳ ପରିମାଣରେ ନକ୍ସଲ ସାମଗ୍ରୀ ମିଳିଥିଲା । ୱାକିଟକି, ଇନଫ୍ରା ରେଡ୍ ୱାଇଡ୍ ଲାଇଫ୍ କ୍ୟାମେରା, ମାଓ ପୋଷାକ, ମାଓ ପୁସ୍ତିକା, ଡିଟୋନେଟର ଏବଂ ମାଓ କ୍ୟାମ୍ପ ଜିନିଷ ଜବତ କରିଛି ପୋଲିସ । ଏହି କ୍ୟାମ୍ପରେ କିଛି ହାର୍ଡକୋର ମାଓବାଦୀ ଥିବା ପୋଲିସ ସନ୍ଦେହ କରୁଛି ଏବଂ ସେଥିପାଇଁ ସର୍ଚ୍ଚ ଓ କୁମ୍ବିଂ ଅପରେସନକୁ ଜୋରଦାର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.