ସରକାରୀ ଜମିକୁ ନେଇ ବିବାଦ, ମହିଳା ଗୋଷ୍ଠୀଙ୍କ ନାମରେ ମାମଲା ରୁଜୁ

author img

By

Published : Sep 18, 2022, 7:08 PM IST

ସରକାରୀ ଜମିକୁ ନେଇ ବିବାଦ

ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ ସରକାରୀ ଜମିକୁ ନେଇ ବିବାଦ । ଏହାକୁ ନେଇ ମହିଳା ଗୋଷ୍ଠୀ ଆଇନକୁ ହାତକୁ ନେଇ ଅର୍ଦ୍ଧ ନିର୍ମିତ ଘରକୁ ଭଙ୍ଗାରୁଜା କରିଥିଲେ । ଅଧିକ ପଢନ୍ତୁ

ଫୁଲବାଣୀ: ସରାକାରୀ ଜମିକୁ ନେଇ ବିବାଦ । ଆଇନକୁ ହାତକୁ ନେଇ ଅର୍ଦ୍ଧ ନିର୍ମିତ ଘରକୁ ଭଙ୍ଗାରୁଜା କଲେ ମହିଳା ଗୋଷ୍ଠୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିମନବାଡ଼ି ପଞ୍ଚାୟତ ଜୋହନପଲି ସାହିର ୫୯ନଂ ଜାତୀୟ ରାଜପଥ କଡ଼ରେ । ମହିଳା ଗୋଷ୍ଠୀ ଆଇନକୁ ହାତକୁ ନେଇ ଅର୍ଦ୍ଧ ନିର୍ମିତ ଘରକୁ ଭଙ୍ଗାରୁଜା କରିଥିଲେ । ଉକ୍ତ ଜମିରେ ବହୁ ବର୍ଷ ହେବ ରହିଆସୁଥିବା ସନ୍ନ୍ୟାସୀ ଦିଗାଲଙ୍କ ପାଇଖାନା ଘର ସମେତ ସେମାନଙ୍କ ଅର୍ଦ୍ଧ ନିର୍ମିତ ଘର ଭାଙ୍ଗି ଦେଇଛନ୍ତି ।

ଘଟଣାସ୍ଥଳରେ ମହିଳା ଗୋଷ୍ଠୀ ଓ ସନ୍ୟାସୀଙ୍କ ପରିବାର ଭିତରେ ଉତ୍ତେଜନା ଦେଖାଦେଇଥିଲା । ଦାରିଙ୍ଗବାଡ଼ି ପୋଲିସ ପହଞ୍ଚି ତଦନ୍ତ ଆରମ୍ବ କରିବା ସହ ଉକ୍ତ ଗୋଷ୍ଠୀଙ୍କ ନାଁରେ ମାମଲା ରୁଜୁ କରିଛି । ସୂଚନା ଅନୁସାରେ, ସନ୍ୟାସୀ ଦିଗାଲ ୨୦୦୮ ମସିହା ଠାରୁ ସିମନବାଡ଼ିରେ ଥିବା ଏକ ଘରୋଇ ହଷ୍ଟେଲରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ସନ୍ୟାସୀ ଉକ୍ତ ଜମିରେ ଏକ ମାଟିରେ ଘର ନିର୍ମାଣ କରି ପରିବାର ସହ ରହି ଆସୁଥିଲେ ।

ସରକାରୀ ଜମିକୁ ନେଇ ବିବାଦ

ଏହା ମଧ୍ୟ ପଢନ୍ତୁ:ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

ବର୍ତ୍ତମାନ ସନ୍ନ୍ୟାସୀ ଉକ୍ତ ଜମିରେ ଘର କରିବା ପାଇଁ ପୁନାଦି କରିବା ସହ ଇଟା ଉଠାଇ ଘର ନିର୍ମାଣ କରୁଥିଲେ । ହେଲେ ଉକ୍ତ ଜମିରେ ଘର କରିବାକୁ ନେଇ ୨୦୦୮ ପୂର୍ବରୁ ଜବର ଦଖଲ କରିଥିବା ମହିଳା ଗୋଷ୍ଠୀ ବିରୋଧ କରିଥିଲେ । କିନ୍ତୁ ସନ୍ୟାସୀ କାମ ବନ୍ଦ ନକରିବାରୁ ମହିଳା ଗୋଷ୍ଠୀ ବାଧ୍ୟ ହୋଇ ଥାନା, ତହସିଲ କାର୍ଯ୍ୟାଳୟ ଓ ଜିଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମଧ୍ୟ କୌଣସି ସୁଫଳ ନମିଳିବା କାରଣରୁ ଶେଷରେ ମହିଳାମାନେ ଏକାଠି ହୋଇ ପାଇଖାନା, ଆଜବେଷ୍ଟରେ ତିଆରି ଏକ ଘର ସହ ଚାଲୁ ରହିଥିବା ଅର୍ଦ୍ଧ ନିର୍ମିତ ଘରକୁ ବେଆଇନ ଭାବେ ଉଚ୍ଛେଦ କରିଥିଲେ ।

ଖବରପାଇ ଘଟଣା ସ୍ଥଳରେ ଦାରିଙ୍ଗବାଡ଼ି ପୋଲିସ ଏବଂ ଦାରିଙ୍ଗବାଡି ନୂତନ ତହସିଲଦାର ଅଶୋକ କୁମାର ଦାସ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏହାସହ ୧ ଲକ୍ଷ ୬୦ ହଜାର ଟଙ୍କା ଚୋରି ହୋଇଥିବା ନେଇ ମହିଳା ଗୋଷ୍ଠୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସର ଅଭିଯୋଗ ଅନୁସାରେ ୨୪ରୁ ଉର୍ଦ୍ଧ୍ବ ଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚାଲିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.