ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

author img

By

Published : Sep 15, 2022, 11:09 PM IST

fatal attack on minor girl parents after opposed comment to their girl in Kandhamal

ଝିଅକୁ କମେଣ୍ଟ କରୁଥିଲେ । ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ । ଦାରିଙ୍ଗବାଡି ବ୍ଲକ୍‌ରେ ଜଣେ ନାବାଳିକାଙ୍କୁ କିଛି ଯୁବକ କମେଣ୍ଟ ମାରିଥିଲେ । ଏହାକୁ ବିରୋଧ କରିବାରୁ ନାବାଳିକାଙ୍କ ବାପା ମାଆଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି ଅଭିଯୁକ୍ତ । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ରେ ଜଣେ ନାବାଳିକାଙ୍କୁ କିଛି ଯୁବକ କମେଣ୍ଟ ମାରିଥିଲେ । ଏହାକୁ ବିରୋଧ ନାବାଳିକାଙ୍କ ବାପା ମାଆ ଯୁବକଙ୍କ ପରିବାର ନିକଟରେ ଅଭିଯୋଗ କରିବାରୁ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି ଯୁବକ (fatal attack on young lady father and mother)। ଏହାକୁ ନେଇ ଦାରିଙ୍ଗବାଡ଼ି ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି ।

ଝିଅକୁ କମେଣ୍ଟ କରୁଥିଲେ, ବିରୋଧ କରିବାରୁ ପରିବାରକୁ ମରଣାନ୍ତକ ଆକ୍ରମଣ

ନାବାଳିକାଙ୍କ ଯିବା ଆସିବା ରାସ୍ତା ପ୍ରତ୍ୟେକ ଦିନ କିଛି ଅସାମାଜିକ ଯୁବକ ଛକି ରହି କମେଣ୍ଟ କରୁଥିଲେ । ଏହାକୁ ନେଇ ନାବାଳିକା ଜଣକ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଯୁବକଙ୍କ ପରିବାର ନିକଟରେ ଏହାକୁ ନେଇ ଅଭିଯୋଗ କରିଥିଲେ । ଏହାକୁ କେନ୍ଦ୍ର କରି ଯୁବକମାନେ ନାବାଳିକାଙ୍କ ବାପା ଓ ମାଆଙ୍କ ଉପରେ ଧାରୁଆ ଅସ୍ତ୍ରରେ ମାରଣାନ୍ତକ ଆକ୍ରମଣ କରିଛନ୍ତି । ଏଥିରେ ଗୁରୁତର ହୋଇଛନ୍ତି ନାବାଳିକାଙ୍କ ବାପା ମାଆ ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଘଟଣାକୁ ୧୪ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଅଭିଯୁକ୍ତଙ୍କ ଭଉଣୀ ଫୁଲବାଣୀ ଥାନାରେ କନେଷ୍ଟବଳ ଥିବାରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ କରିଛନ୍ତି ପୀଡ଼ିତ । ଏହାକୁ ନେଇ ପୀଡ଼ିତ ପରିବାର ଆଜି କନ୍ଧମାଳ ଏସ୍‌ପିଙ୍କ ଦ୍ବାରସ୍ତ ହୋଇଥିଲେ । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆତ୍ମାହୁତି ଦେବାକୁ ଧମକ ଦେଇଛନ୍ତି ପୀଡ଼ିତ ପରିବାର ।

ସଗନ ମଳିକ, ବିପିନ ନାୟକ, କାଳିଆ ମଳିକ, ରୋହିତ ମଳିକ, ନୀଳ ମଳିକ, ସୁକୁମାରୀ ନାୟକ ପ୍ରମୁଖଙ୍କ ବିରୋଧରେ ଅଭିଯୋଗ କରିଥିଲେ ପୀଡ଼ିତ ପରିବାର । ହେଲେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.