ETV Bharat / state

ଗଞ୍ଜେଇ ଚାଲାଣର ନୂଆ ମାଧ୍ୟମ ତେଲ ଟ୍ୟାଙ୍କର, ଜଣେ ଗିରଫ

author img

By

Published : Aug 16, 2020, 7:52 AM IST

ganja seized in kandhamal
ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଜଣେ ଗିରଫ

କନ୍ଧମାଳରେ ବଢୁଛି ଗଞ୍ଜେଇ ଚୋରା ଚାଲାଣ। ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ । ଜଣେ ଗିରଫ । ଅଧିକ ପଢନ୍ତୁ...

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବଢୁଛି ଗଞ୍ଜେଇ ଚୋରା ଚାଲାଣ। ତେଲ ଟ୍ୟାଙ୍କରରେ ଗଞ୍ଜେଇ ଭର୍ତ୍ତି କରାଯାଇ ହେଉଛି ଚାଲାଣ । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବା ବେଳେ ୭୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ବ୍ୟକ୍ତି ହେଲେ ପୁରୁଣା କଟକର ମୃତ୍ୟୁଞ୍ଜୟ ବଘାର । ଗିରଫ ପରେ ଫୁଲବାଣୀ ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ହେଲେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

ତେଲ ଟ୍ୟାଙ୍କରରୁ ଗଞ୍ଜେଇ ଜବତ, ଜଣେ ଗିରଫ

ସୂଚନା ଅନୁସାରେ, କୈଣସି ସୂତ୍ରରୁ ପୋଲିସ ଖବର ପାଇ ଫୁଲବାଣୀ ସଦର ପୋଲିସ ବିଶିପଡ଼ା ଛକରେ ଜଗି ରହିଥିଲା । ପରେ ଟ୍ୟାଙ୍କରଟି ସେହି ବାଟ ଦେଇ ଯାଉଥିବା ବେଳେ ପୋଲିସ ଅଟକାଇଥିଲା । ଆଉ ସେଥିରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା । ସେପଟେ, ଏହି ଚଢାଉ ଜାରି ରହିବ ବୋଲି କହିଛନ୍ତି ସଦର ଏସଡିପିଓ।

କନ୍ଧମାଳରୁ ସଦାଶିବ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.