ETV Bharat / state

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ନେଲା ରୋଗୀର ଜୀବନ !

author img

By

Published : Nov 5, 2021, 11:09 AM IST

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆଖି ବୁଜିଲେ ରୋଗୀ !
ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆଖି ବୁଜିଲେ ରୋଗୀ !

ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ । ଡାକ୍ତରଙ୍କ ଗିରଫଦାରୀ ସହ କ୍ଷତିପୂରଣ ଦାବିରେ ହୋହାଲ୍ଲା କଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

ଫୁଲବାଣୀ: ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ରୋଗୀ ମୃତ୍ୟୁ ଅଭିଯୋଗ ଆସିଛି । ମୃତକ ସଲାଗୁଡ଼ା ତେଲେପଙ୍ଗା ଗାଁର ରବିଚନ୍ଦ୍ର ଦିଗାଲ । ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଏନେଇ ମେଡିକାଲ ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ।

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଆଖି ବୁଜିଲେ ରୋଗୀ !

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ରବିଚନ୍ଦ୍ରଙ୍କ ଗୋଡ଼ରେ ଯନ୍ତ୍ରଣା ହେବା ସହିତ ତାଙ୍କୁ ଜ୍ବର ହେଉଥିଲା । ଏହାପରେ ସେମାନେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତରଖାନାରେ କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଡାକ୍ତରଙ୍କ ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ରବିଚନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଡାକ୍ତରଙ୍କ ଗିରଫଦାରୀ ସହ କ୍ଷତି ପୂରଣ ଦାବିରେ ମେଡିକାଲକୁ ଘେରାଉ କରି ହୋହଲ୍ଲା କରିଛନ୍ତି ମୃତକଙ୍କ ସମ୍ପର୍କୀୟ । ଏ ସମ୍ପର୍କରେ ଖବର ପାଇଁ ଘଟଣାସ୍ଥଳରେ ବାଲିଗୁଡ଼ା ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହିତ ମୃତଦେହ ଜବତ କରିଛନ୍ତି ।

ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.