ETV Bharat / state

କନ୍ଧମାଳରେ ପୋଲିସର ଚଢ଼ାଉ: ୧୨୨କିଗ୍ରା ଗଞ୍ଜେଇ ଜବତ, ୩ ଗିରଫ

author img

By

Published : Jun 13, 2022, 9:30 PM IST

କନ୍ଧମାଳରେ ପୋଲିସର ଚଢ଼ାଉ: ୧୨୨କିଗ୍ରା ଗଞ୍ଜେଇ ଜବତ, ୩ ଗିରଫ
କନ୍ଧମାଳରେ ପୋଲିସର ଚଢ଼ାଉ: ୧୨୨କିଗ୍ରା ଗଞ୍ଜେଇ ଜବତ, ୩ ଗିରଫ

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ସଫଳତା । ଏକ ଅଟୋ ସହ ୧୨୨ କିଗ୍ରା ଗଞ୍ଜେଇ ଜବତ । ଘଟଣାରେ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଧିକ ପଢ଼ନ୍ତୁ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସକୁ ବଡ ସଫଳତା । ଏକ ଅଟୋ ସହ ୧୨୨ କିଗ୍ରା ଗଞ୍ଜେଇ ଜବତ । ଘଟଣାରେ ୩ ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଫିରିଙ୍ଗିଆ ବ୍ଲକ ନୂଆପଦର ପଞ୍ଚାୟତର ଗିରିଶ ଶେଖର ବେହେରା ଏବଂ ଅନ୍ୟ ଦୁଇଜଣ ଡିମିରିଗୁଡ଼ା ପଞ୍ଚାୟତର ସଂନ୍ତୋଷ କହଁର ଓ ରମାକାନ୍ତ କହଁର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଫିରିଙ୍ଗିଆ ଅଞ୍ଚଳରୁ ରାଜଧାନୀ ଭୁବନେଶ୍ବରକୁ ଏକ ଅଟୋ ଯୋଗେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ପୋଲିସ ଖବର ପାଇଥିଲା । ଫିରିଙ୍ଗିଆ ଥାନା ଅଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ଥାନାଧିକାରୀ ବିକାଶ ଜଳିଙ୍କ ନେତୃତ୍ବରେ ଏକ ଟିମ ଫିରିଙ୍ଗିଆ ଫୁଲବାଣୀ ରାସ୍ତାର ଟେଳାପାଲି ନିକଟରେ ସମ୍ପୃକ୍ତ ଅଟୋକୁ ଜବତ କରିଥିଲେ । ତେବେ ଥାନାରେ ଏକ ମାମଲା ରୁଜୁ କରି ତିନିଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କନ୍ଧମଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.