ETV Bharat / state

ଘାଟିରେ ପିକଅପ୍ ଭ୍ୟାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ୧୨ରୁ ଊର୍ଦ୍ଧ୍ବ ଆହତ

author img

By ETV Bharat Odisha Team

Published : Nov 23, 2023, 7:35 PM IST

kalahandi accident
ଘାଟିରେ ଦୁର୍ଘଟଣା

ଘାଟିରେ ପିକ ଅପ୍ ଭ୍ୟାନ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ୧୨ ଜଣ ଆହତଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି । ଅଧିକ ପଢନ୍ତୁ

ଭବାନୀପାଟଣା: ଘାଟିରେ ପିକ ଅପ୍ ଭ୍ୟାନ ଓଲଟିବା ଘଟଣା । ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଏହାସହ ୧୨ରୁ ଉର୍ଦ୍ଧ୍ବ ଲୋକେ ଆହତ ହୋଇଛନ୍ତି। ସୂଚନା ଅନୁସାରେ, କଳାହାଣ୍ଡି ମଦନପୁର ରାମପୁର ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥର କେନ୍ଦୁଘାଟି ନିକଟ ତିନିଧାରିଆ ବୁଲାଣି ପାଖରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି । ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ବର୍ତ୍ତମାନ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳବର୍ତ୍ତୀ ସୁନା ଗାଁର କେତେ ଜଣ ପୁରୁଷ ଓ ମହିଳା ମଦନପୁର ରାମପୁର ବ୍ଲକର ଅଁଳାପାଲି ଗ୍ରାମକୁ ଆସିଥିଲେ। ସନ୍ଧ୍ୟାରେ ୧୪ ଜଣ ଏକ ପିକଅପ୍ ଭ୍ୟାନ ଯୋଗେ ଗାଁକୁ ଫେରୁଥିଲେ। ତିନିଧାରିଆ ବୁଲାଣି ନିକଟରେ ଭାରସାମ୍ୟ ହରାଇ ହଠାତ୍ ଭ୍ୟାନ୍‌ ଓଲଟି ପଡ଼ିଥିଲା । ଫଳରେ ଦୁର୍ଘଟଣାସ୍ଥଳରେ ଜନନୀ ପାତ୍ର ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିଲା । ଅନ୍ୟ ୧୩ ଜଣ ଆହତ ହୋଇଥିଲେ । ପରେ ମେଡିକାଲରେ ଅନ୍ୟ ଜଣେ ମହିଳା ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ଅଛନ୍ତି ।

ତେବେ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି । ଆହତମାନେ ହେଲେ ଶକୁନ୍ତଳା ପାତ୍ର, ପଲଙ୍ଗି ମଲ୍ଲିକ, ସୁବନ୍ତୀ ମଲ୍ଲିକ, ନୃପତି ପାତ୍ର, ଝୁନି ମାଝୀ, ବିନ୍ଦୁମଣି ପାତ୍ର, ପୁନେଇ ପାତ୍ର, ବୈଶାଖୀ ପାତ୍ର, ସୁମି ମାଝୀ ଓ ମୁଖେଇ ପାତ୍ର। ଖବର ପାଇ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ଆମ୍ବୁଲାନ୍ସ ଓ ଅଟୋ ଯୋଗେ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ମଦନପୁର ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ଏହା ବି ପଢନ୍ତୁ...ଯୋଡିମାଦେଲି ଘାଟିରେ ଓଲଟିଲା କାର, 3 ମୃତ ଓ ଜଣେ ଗୁରୁତର

ଏହା ବି ପଢନ୍ତୁ...ଦୁଆରଶୁଣୀ ଘାଟିରେ ଜଗି ବସିଥିଲା ଯମ ! ପୂଜା ସାରି ଫେରିବାବେଳେ ଦୁର୍ଘଟଣାରେ ୨ ମୃତ

ପରେ ୭ ଜଣ ଗୁରୁତରଙ୍କୁ ଭବାନୀପାଟଣା ମୁଖ୍ୟ ମୁଖ୍ୟ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ମେଡିକାଲରେ ଲକ୍ଷ୍ମୀ ମାଝୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ ହୋଇଥିବା ଜଣାପଡିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବାବେଳେ ମୃତ ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.