ETV Bharat / state

ଦୁଆରଶୁଣୀ ଘାଟିରେ ଜଗି ବସିଥିଲା ଯମ ! ପୂଜା ସାରି ଫେରିବାବେଳେ ଦୁର୍ଘଟଣାରେ ୨ ମୃତ

author img

By ETV Bharat Odisha Team

Published : Oct 21, 2023, 8:34 PM IST

ଦୁଆରଶୁଣୀ ଘାଟିରେ ପୁଣି ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୂଜା ସାରି ଫେରିଲାବେଳେ ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ଜୀବନ ଯାଇଛି । ଅଧିକ ପଢନ୍ତୁ

accident at duarsuni ghati
ଦୁଆରଶୁଣୀ ଘାଟିରେ ଦୁର୍ଘଟଣା
ଦୁଆରଶୁଣୀ ଘାଟିରେ ଦୁର୍ଘଟଣା

ରାଇରଙ୍ଗପୁର: ପୁଣି ଦୁଆରଶୁଣୀ ଘାଟିରେ ଘଟିଯାଇଛି ମର୍ମନ୍ତୁଦ ଦୁର୍ଘଟଣା । ମା' ଦୁଆରଶୁଣୀଙ୍କ ପୂଜା ସାରି ଫେରିବା ବେଳେ କାରକୁ ପଛ ପଟୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଆଜି ଅପରାହ୍ନ ସମୟରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣି ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଦୁର୍ଗାପୂଜାର ମହାସପ୍ତମୀ ଅବସରରେ ଆଜି ପଶ୍ଚିମବଙ୍ଗର ଖଡଗପୁର ଅଞ୍ଚଳରୁ ଏକ ପରିବାର ଦୁଆରଶୁଣୀ ଘାଟିକୁ ପୂଜା କରିବା ପାଇଁ ଆସିଥିଲେ। ହେଲେ ପୂଜା ସାରି କାର ଯୋଗେ ଫେରୁଥିବା ବେଳେ ୨ ମହିଳାଙ୍କ ଜୀବନ ଯାଇଛି ।

ଅପରାହ୍ନ ପାଖାପାଖି ୩ଟା ୩୦ ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ସୂଚନା ଅନୁସାରେ, ରାସ୍ତାରେ ଅଟକି ରହିଥିବା ଏକ ଦୁର୍ଘଟଣାଗ୍ରସ୍ତ ଟ୍ରକର ପାର୍ଶ୍ଵ ଦେଇ ପାର୍ ହେବା ସମୟରେ ସାମନା ପଟୁ ଅନ୍ୟ ଏକ ଟ୍ରକ ଆସୁଥିବା ଦେଖି କାରଟି ଅଟକି ଯାଇଥିଲା । ସେହି ସମୟରେ ପଛ ପଟୁ ଆସୁଥିବା ଆଉ ଏକ ଲୁହାପଥର ବୋଝେଇ ଟ୍ରକ କାରଟିକୁ ଧକ୍କା ଦେଇଥିଲା । ଫଳରେ କାର ମଧ୍ୟରେ ଥିବା ୬ ଜଣଙ୍କ ମଧ୍ୟରୁ ପଛରେ ବସିଥିବା ୨ ଜଣ ମହିଳା କାରରେ ଚାପି ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଏହା ସହିତ କାରର ସାମ୍ନା ସିଟରେ ବସିଥିବା ଅନ୍ୟ ୨ ଜଣଙ୍କ ସମେତ ୨ ପିଲାଙ୍କୁ ମିଶାଇ ମୋଟ ୪ ଜଣ ଆହତ ହୋଇଛନ୍ତି ।

ଏହା ବି ପଢନ୍ତୁ...ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ବାଇକ ଓ ଟ୍ରକ, ଜଣେ ଯୁବକ ଗୁରୁତର

ଏହା ବି ପଢନ୍ତୁ...ବସ୍‌-ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା: ଗର୍ଭବତୀଙ୍କ ସମେତ 10ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର

ସେପଟେ ଖବର ପାଇ ଅଗ୍ନିଶମ ବିଭାଗ ଓ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହିତ ଦୁର୍ଘଟଣା ଘଟାଇଥିବା ଟକ୍ରକୁ ଜବତ କରିଥିଲା । ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ତା'ର ସନ୍ଧାନ କରୁଛି ପୋଲିସ । ତେବେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳା ଦୁଇ ଜଣ ହେଲେ ସୋନୀପୂର୍ଣ୍ଣା ଚକ୍ରବର୍ତ୍ତୀ ଓ ନବନୀତା ଚକ୍ରବର୍ତ୍ତୀ । ସେମାନଙ୍କ ମୃତଦେହ ବ୍ୟବଚ୍ଛଦ ପାଇଁ ପଠାଯାଇଛି । ଦୁର୍ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.