ଦୁର୍ଘଟଣା ପରେ ହୁତୁହୁତୁ ହୋଇ ଜଳିଗଲା ବାଇକ ଓ ଟ୍ରକ, ଜଣେ ଯୁବକ ଗୁରୁତର

By ETV Bharat Odisha Team

Published : Oct 20, 2023, 7:21 AM IST

thumbnail

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ଠାରେ ଘଟିଛି ପୁଣି ଏକ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ । ଏହି ଦୁର୍ଘଟଣାରେ ବାଇକରୁ ନିଆଁ ଲାଗି ଜଳିଗଲା ଟ୍ରକ୍‌ । ଜଣେ ଯୁବକ ଗୁରୁତର । ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଏକ ଆଇରନ ବୋଝେଇ ଟ୍ରକ ଯାଉଥିବା ବେଳେ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଛଡ଼ା ହୋଇଥିବା ଏକ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକରେ ନିଆଁ ଲାଗିବାରୁ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା । ଟ୍ରକ୍‌ ବାଇକ୍‌କୁ ଧକ୍କା ଦେବା ସମୟରେ ବାଇକ ଉପରେ 3 ଜଣ ଯୁବକ ବସିଥିଲେ । 

ଏହା ମଧ୍ୟ ପଢନ୍ତୁ...ଟ୍ୟାଙ୍କର ଧକ୍କାରେ ୫ ବର୍ଷର ଶିଶୁ ମୃତ ଓ ମାଆ ଗୁରୁତର, ହମ୍ପସ ନିର୍ମାଣ ଦାବିରେ ରାସ୍ତାରୋକ

ସୁଚନାଯୋଗ୍ୟ ବରପଦା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ୩ ଜଣ ଯୁବକଙ୍କ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଏକ ଆଇରନ ବୋଝେଇ ଟ୍ରକ ସେମାନଙ୍କୁ ଧକ୍କ ଦେଇଥିଲା । ବାଇକ୍‌ ଉପରେ ବସିଥିବା ଜଣେ ଯୁବକଙ୍କୁ ବାଇକ ସହ ଟ୍ରକ କିଛି ବାଟ ଘୋଷାଡ଼ି ନେଇଥିଲା ଏହାପରେ ବାଇକ-ଟ୍ରକ୍‌ରେ ନିିଆଁ ଲାଗି ଯାଇଥିଲା । ଫଳରେ ଉକ୍ତ ଟ୍ରକରେ ମଧ୍ୟ ନିଆଁ ଲାଗିଯାଇଥିଲା  । ଏହି ଅଗ୍ନି କାଣ୍ଡରେ ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଁଶ ହୋଇଯାଇଛି ଉଭୟ ଟ୍ରକ ଏବଂ ବାଇକ । ଏହି ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ତାଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ତୁରନ୍ତ ସ୍ଥାନାନ୍ତରିତ କରାଯାଇଥିଲା । ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । 

ଖବର ପାଇ ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନା ପୋଲିସ ପହଞ୍ଚି ଏନେଇ ଅଧିକ ତଦନ୍ତ ଆରମ୍ଭ କରିଛି । ଟ୍ରକଟି ସମ୍ପୂର୍ଣ୍ଣ ଜଳି ପାଉଁଶ ଯାଇଥିବା ବେଳେ ଟ୍ରକର ଡ୍ରାଇଭର ସୁରକ୍ଷିତ ଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଆହତ ହୋଇଥିବା ଯୁବକ ଜଣକ ନଇପାରି ଗଢିଆ ଗ୍ରାମର ଦଶୁଆ ପରିଡ଼ା ବୋଲି ସୂଚନା ମିଳିଛି । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।


ଇଟିଭି ଭାରତ,ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.